ଶିବରାତ୍ରିରେ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ରାଶି ଅନୁଯାୟୀ କରନ୍ତୁ ଏହି ସରଳ ଉପାସନା

Published By : Prameya-News7 Bureau | March 01, 2019 IST

ଭୁବନେଶ୍ୱର ୧/୩ : ମାର୍ଚ୍ଚ ୪ ତାରିଖରେ ମହଶିବ ରାତ୍ରି | ମହାଶିବରାତ୍ରି ସୋମବାର ଦିନ ପଡୁଛି | ଏହାକୁ ମହାଯୋଗ ବୋଲି କୁହାଯାଏ | ସୋମବାର ଦିନ ଶିବରାତ୍ରି ପଡିଲେ ସେହି ଦିନକୁ ଅଦ୍ଭୁତ ସଂଯୋଗ ବୋଲି କୁହାଯାଏ | ଶିବଙ୍କ ବ୍ରତ ପୂଜା ଆଦି କରିବା ଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି | ଶ୍ରଦ୍ଧା ଏବଂ ଭକ୍ତିର ସହ ଶିବଙ୍କ ପୂଜା କରିବା ଅଶ୍ୱମେଧ ଯଜ୍ଞ ସହ ସମାନ |

{"id":89825,"width":571,"height":380}

ଶିବରାତ୍ରି ଦିନ କ'ଣ ଉପାୟ କରିବେ ଜାଣନ୍ତୁ :

କଳା ରାଶି ପକାଇ ଗଙ୍ଗା ଜଳରେ ସ୍ନାନ କରିବେ | ଶିବଙ୍କୁ କ୍ଷୀର, ଜଳ ଏବଂ ଚାଉଳରେ ଅଭିଷେକ କରିବେ | ଶିବ ଚାଳିଶା ପାଠ କରିବେ | ଶିବରାତ୍ରିରେ ଭଗବାନ ଶିବଙ୍କୁ ଧଳା ଫୁଲ ଅର୍ପଣ କରିବେ | ବେଲପତ୍ର, ଧୂତୁରା ଫୁଲ, ଚେମେଲୀ ତେଲ, ଏବଂ ପାନ ଅର୍ପଣ କରିବେ | ଆପଣଙ୍କ ମନୋସ୍କାମନା ଶିବ ନିଶ୍ଚୟ ପୂରଣ କରିବେ |

{"id":89826,"width":571,"height":428}

ରାଶି ଅନୁସାରେ କରନ୍ତୁ ଶିବଙ୍କ ପୂଜା :

ମେଷ - ଶିବଲିଙ୍ଗରେ ଜଳ, ବେଲପତ୍ର ଅର୍ପଣ କରିବେ | ଓଁ ଗଙ୍ଗାଧରାୟେ ନମଃ ମନ୍ତ୍ର ଜପ କରିବେ |

ବୃଷ - ଶିବଲିଙ୍ଗରେ ଜଳରେ କ୍ଷୀର ଏବଂ ଚାଉଳ ମିଶାଇ ଅଭିଷେକ କରିବେ | ଓଁ ସୋମନାଥାୟ ନମଃ  ମନ୍ତ୍ର ଜପ କରିବେ |

ମିଥୁନ - ଜଳରେ ମୌସମ୍ବି ରସ ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ | ଓଁ ନାଗେଶ୍ବରାୟ ନମଃ ମନ୍ତ୍ର ଜପ କରିବେ |

କର୍କଟ - ଜଳରେ ମିଠା ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ | ଓଁ ରାମେଶ୍ବରାୟ ନମଃ ମନ୍ତ୍ର ଜପ କରିବେ |

{"id":89827}

ସିଂହ - ଜଳରେ ଅଙ୍ଗୁର ରସ ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ | ଓଁ ନନ୍ଦେଶ୍ୱରାୟ ନମଃ ମନ୍ତ୍ର ଜପ କରିବେ |

କନ୍ୟା - ଜଳରେ ଧୁତୁରା, ବେଲପତ୍ର ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ | ଓଁ ଓଁକାରୟେ ନମଃ ମନ୍ତ୍ର ଜପ କରିବେ |

ତୁଳା - ଜଳରେ ଦହି ଏବଂ ଧତୁରା ଫୁଲ ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ | ଓଁ ହର ହର ମହାଦେବାୟ ନମଃ ମନ୍ତ୍ର ଜପ କରିବେ |

{"id":89828,"width":572,"height":343}

ବୀଚ - ଜଳ ସହ ମହୁ ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ | ଓଁ ନମୋ ଭଗବତେ ରୁଦ୍ରାୟ ମନ୍ତ୍ର ଜପ କରିବେ |

ଧନୁ - ଜଳରେ କ୍ଷୀର ଏବଂ ଡାଳିମ୍ବ ରସ ମିଶାଇ ଅଭିଷେକ କରିବେ | ଓଁ ପାର୍ବତୀପତିୟେ ନମଃ ମନ୍ତ୍ର ଜପ କରିବେ |

ମକର - ଜଳରେ କଳା ରାଶି ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ | ଓଁ ଓଁକାରୟେ ନମଃ ମନ୍ତ୍ର ଜପ କରିବେ |

କୁମ୍ଭ - ଜଳରେ ଘିଅ ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ | ଓଁ ନମଃ ଶିବାୟ ମନ୍ତ୍ର ଜପ କରିବେ |

ମୀନ - ଜଳରେ କଦଳୀ ରସ ଏବଂ ବେଲପତ୍ର ମିଶାଇ ଅଭିଷେକ କରିବେ | ଓଁ କୈଳାସପତିୟେ ନମଃ ମନ୍ତ୍ର ଜପ କରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.