ମନ୍ତ୍ର ବିନା ଭଗବାନ ଶିବଙ୍କ ଆରାଧନା ଅସମ୍ପୂର୍ଣ୍ଣ: ଏହି ମନ୍ତ୍ର ସହ କରନ୍ତୁ ପୂଜା, ମିଳିବ ମନ ମୁତାବକ ଜୀବନସାଥୀ

Published By : Prameya-News7 Bureau | October 12, 2020 IST

ଭୁବନେଶ୍ୱର ୧୨/୧୦ : ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ। ସୋମବାର ଦିନ ଭଗବାନ ଶିବଙ୍କୁ ସଚ୍ଚୋଟ ମନରେ ପୂଜା କଲେ ସମସ୍ତ ଦୁଃଖ କଷ୍ଟରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ସୋମବାର ଦିନ ଶ୍ରଦ୍ଧାର ସହ ଶିବଙ୍କୁ ଆରାଧନା କଲେ ମନୋସ୍କାମନା ମଧ୍ୟ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି। ଶିବଙ୍କ କୃପା ଦୃଷ୍ଟି ସର୍ବଦା ନିଜ ଭକ୍ତଙ୍କ ଉପରେ ରହିଥାଏ। ଶିବଙ୍କୁ ପ୍ରସନ୍ନ କରିବାକୁ ସୋମବାର ଦିନ ସକାଳୁ ଉଠି ସ୍ନାନ ଆଦି ସାରି ଶିବଙ୍କୁ ଆରାଧନା କରିବା ଉଚିତ। ଅଧିକାଂଶ କୁମାରୀ ଯୁବତୀମାନେ ସୋମବାର ଦିନ ବ୍ରତ ପାଳନ କରିଥାନ୍ତି। ସୋମବାର ବ୍ରତ ପାଳନ କଲେ ମନ ମୁତାବକ ବର ମିଳିଥାଏ ବୋଲି ବିଶ୍ୱାସ ରହିଛି। ସୋମବାର ଦିନ ପୂଜା କଲାବେଳେ କିଛି ବିଶେଷ ଉପାୟ କଲେ ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ ହୋଇପାରେ। ଜାଣନ୍ତୁ କିଛି ବିଶେଷ ଉପାୟ ଓ ମନ୍ତ୍ର:

{"id":342902,"sizeSlug":"large"}

ସୋମବାର ଦିନ ବ୍ରତ ପାଳନ କରୁଥିବା ବ୍ୟକ୍ତି ସକାଳେ ଶିବଙ୍କୁ ଦର୍ଶନ କରି ଶିବଲିଙ୍ଗରେ ଜଳ ଅର୍ପଣ କରିବା ସହ ରାତିରେ ଭୋଜନ ସଂକଳ୍ପ ନିଅନ୍ତୁ ଏବଂ ସନ୍ଧ୍ୟାରେ ଶିବଲିଙ୍ଗରେ ଜଳ ଅର୍ପଣ କରନ୍ତୁ। ଜଳ ଅର୍ପଣ ସମୟରେ ଓଁ ମହାଶିବାୟ ସୋମାୟ ନମଃ ମନ୍ତ୍ର ଜପ କରନ୍ତୁ। ଏହାପରେ ଶିବଲିଙ୍ଗରେ କଞ୍ଚା ଗାଈ କ୍ଷୀର ଅର୍ପଣ କରନ୍ତୁ। ଏହାସହ ଶିବଲିଙ୍ଗରେ ମହୁ ମଧ୍ୟ ଅର୍ପଣ କରନ୍ତୁ। ଏହାପରେ ଶିବଙ୍କୁ ନାଲି ଚନ୍ଦନ ଓ ଫୁଲ ଅର୍ପଣ କରନ୍ତୁ। ଶେଷରେ ଭଗବାନ ଶିବଙ୍କ ଆଳତି କରନ୍ତୁ। ଏହାଦ୍ୱାରା ସମସ୍ତ ମନୋସ୍କାମନା ପୂରଣ ହେବ। କେବେ ମଧ୍ୟ ଆର୍ଥିକ ସମସ୍ୟା ଦେଖାଦେବ ନାହିଁ, କଳହରୁ ମୁକ୍ତି ମିଳିବ, ମନ ମୁତାବକ ଜୀବନସାଥୀ ମିଳିବ। ଏହାସହ ଚାକିରୀ ଓ ବ୍ୟବସାୟ ସହ ଜଡିତ ସମସ୍ତ ସମସ୍ୟାର ଅନ୍ତ ହେବ। ଅନ୍ୟ ଭଗବାନଙ୍କ ଠାରୁ ଶିବ ସବୁଠାରୁ କ୍ରୋଧୀ। ସେ ଯେତେ ଶୀଘ୍ର କ୍ରୋଧିତ ହୋଇଥାନ୍ତି ସେତେ ଶୀଘ୍ର ପ୍ରସନ୍ନ ମଧ୍ୟ ହୋଇଥାନ୍ତି। ଶିବଙ୍କ ଭକ୍ତି ମନ୍ତ୍ର ବିନା ଅଧୁରା ବୋଲି କୁହାଯାଏ। ଜାଣନ୍ତୁ ଶିବଙ୍କ ପ୍ରଭାବଶାଳୀ ମନ୍ତ୍ର:

{"id":342903,"sizeSlug":"large"}

ଶିବଙ୍କ ମୂଳମନ୍ତ୍ର - ଓଁ ନମଃ ଶିବାୟ

ଶିବଙ୍କ ଅନ୍ୟ ପ୍ରଭାବଶାଳୀ ମନ୍ତ୍ର:

ଓଁ ସାଧୋ ଜାତୟେ ନମଃ

ଓଁ ବାମ ଦେବାୟ ନମଃ

ଓଁ ଅଘୋରାୟ ନମଃ

ଓଁ ତତ୍ପୁରୁଶାୟ ନମଃ

ଓଁ ଇଶାନାୟ ନମଃ

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.