ବୈଶାଖ ମାସ ସୋମବାରରେ ନିଶ୍ଚୟ କରନ୍ତୁ ଶିବ ପୂଜା: ମିଳିଥାଏ ଭୋଲେନାଥଙ୍କ ବିଶେଷ କୃପା

Published By : Prameya-News7 Bureau | May 03, 2021 IST

ଭୁବନେଶ୍ୱର ୦୩/୦୫ : ସୋମବାର ଭଗବାନ ଶିବଙ୍କୁ ସମର୍ପିତ। ସୋମବାର ଦିନ ଭକ୍ତିର ସହ ଭଗବାନ ଶିବଙ୍କୁ ପୂଜା କଲେ ସବୁ କଷ୍ଟ ଦୂର ହୋଇଥାଏ। ଶିବଙ୍କ କୃପା ଦୃଷ୍ଟି ସର୍ବଦା ଭକ୍ତଙ୍କ ଉପରେ ରହିଥାଏ। ବର୍ତ୍ତମାନ ବୈଶାଖ ମାସ ଚାଲିଛି। ବୈଶାଖ ମାସ ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ। ଶ୍ରାବଣ ଓ କାର୍ତିକ ମାସ ଭଳି ବୈଶାଖ ମାସରେ ଭଗବାନ ଶିବଙ୍କର ବିଶେଷ ପୂଜା ହୋଇଥାଏ। ବୈଶାଖ ମାସରେ ଶିବଙ୍କୁ ପୂଜା କଲେ ଶିବ ଶୀଘ୍ର ଭକ୍ତଙ୍କ ମନୋସ୍କାମନା ପୂରଣ କରିଥାନ୍ତି। ଏପ୍ରିଲ ୨୮ ତାରିଖରୁ ବୈଶାଖ ମାସ ଆରମ୍ଭ ହୋଇଛି। ଆଜି ବୈଶାଖ ପ୍ରଥମ ସୋମବାର। ଏହି ମାସରେ ବିଧି ବିଧାନର ସହ ଭଗବାନ ଶିବଙ୍କୁ ପୂଜା କଲେ ଭୋଲେନାଥଙ୍କ କୃପା ପ୍ରାପ୍ତ ହୋଇଥାଏ।

{"id":447682,"sizeSlug":"large","linkDestination":"none"}

ପୂଜା ବିଧି -

୧. ବୈଶାଖ ମାସରେ ଶିବଙ୍କ ଉପରେ ଜଳ ଧାରା ସ୍ଥାପନା କରି ତାଙ୍କୁ ପ୍ରସନ୍ନ କରାଯାଇପାରିବ।

୨. ବିବାହ ବାଧା ଦୂର କରିବାକୁ ବୈଶାଖ ମାସ ସୋମବାର ଦିନ ଜଳରେ କେଶର ମିଶାଇ ଶିବଲିଙ୍ଗରେ ଅର୍ପଣ କରିବା ଉଚିତ। ଏହାଦ୍ୱାରା ବିବାହ ବାଧା ଦୂର ହୋଇଥାଏ ଓ ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ।

୩. ବୈଶାଖ ସୋମବାର ଦିନ କୌଣସି ବିବାହିତା ମହିଳାଙ୍କୁ ଶାଢ଼ୀ, ଚୁଡ଼ି, ସିନ୍ଦୁର ଆଦି ଦେଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ୱାରା ବୈବାହିକ ଜୀବନର ସମସ୍ୟା ଦୂର ହୋଇଥାଏ।

୪. ସମସ୍ୟାରୁ ମୁକ୍ତି ପାଇବାକୁ ଶିବଲିଙ୍ଗରେ ଜଳ କଳସ ସ୍ଥାପିତ କରିବା ଉଚିତ। କଳସରୁ ଯେଉଁଭଳି ବୁନ୍ଦା ବୁନ୍ଦା ଜଳ ଶିବଲିଙ୍ଗରେ ପଡିଥାଏ, ପ୍ରତ୍ୟେକ ବୁନ୍ଦା ସହ ଜୀବନର ସମସ୍ୟା ଜଳ ଭଳି ପ୍ରବାହ ହୋଇ ଦୂର ହୋଇଯାଇଥାଏ।

୫. ଗ୍ରହ ବାଧା ଦୂର କରିବାକୁ ବୈଶାଖ ସୋମବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରି ଶିବଙ୍କୁ ଜଳ ଓ କ୍ଷୀରରେ ଅଭିଷେକ କରିବା ଉଚିତ। ଏହାଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ।

୬. ଶାରୀରିକ ସମସ୍ୟାରୁ ମୁକ୍ତି ପାଇବାକୁ ବୈଶାଖ ମାସରେ ଶିବଙ୍କ ଜଳାଭିଷେକ, ଦୁଗ୍ଧାଭିଷେକ କରିବା ସହ ଅରଖ, ଦୁଦୁରା ଫୁଲ, ବେଲପତ୍ର, ଚନ୍ଦନ ଆଦି ଅର୍ପଣ କରିବା ଉଚିତ। ଭଗବାନ ଶିବଙ୍କ ପାଖରେ ମୌସମ୍ବୀ ଫଳ ଭୋଗ କରିବା ଉଚିତ। ବୈଶାଖ ମାସରେ ମାଠିଆ, ତରଭୁଜ ଦାନ କଲେ ଶାରୀରିକ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ।

୭. ସଫଳତା ପାଇବାକୁ ଘରେ ପ୍ରତିଦିନ ଶିବଲିଙ୍ଗ ପୂଜା କରନ୍ତୁ। ଏହା ଆପଣ ବୈଶାଖ ସୋମବାରଠୁ ଆରମ୍ଭ କରିପାରିବେ। ଏହାଦ୍ୱାରା ସଫଳତା ମିଳିବା ସହ ଦରିଦ୍ରତା ମଧ୍ୟ ଦୂର ହୋଇଥାଏ।

୮. ବୈଶାଖ ସୋମବାରଠୁ ନିୟମିତ ଶିବଲିଙ୍ଗରେ ଫୁଲ ମାଳ ଅର୍ପଣ କଲେ ମନୋସ୍କାମନା ପୂରଣ ହୁଏ ବୋଲି କୁହାଯାଏ।

୯. ବେଲପତ୍ରରେ ଚନ୍ଦନରେ ଓଁ ନମଃ ଶିବାୟ ଲେଖି ସେହି ପତ୍ରକୁ ମାଳ ତିଆରି କରି ଶିବଲିଙ୍ଗରେ ଅର୍ପଣ କଲେ ସବୁ କାର୍ଯ୍ୟ ସିଦ୍ଧ ହୋଇଥାଏ। ଜଳ ଅର୍ପଣ ବେଳେ ଶିବଲିଙ୍ଗକୁ ପାପୁଲିରେ ଘଷିବା ଉଚିତ। ଏହି ଉପାୟ ଦ୍ୱାରା ଭାଗ୍ୟ ବଦଳି ଯାଇଥାଏ ବୋଲି କୁହାଯାଏ।

(ବି: ଦ୍ର : ସମସ୍ତ ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.