ବୈଶାଖ ମାସରେ ନିଶ୍ଚୟ କରନ୍ତୁ ଏହିସବୁ କାମ: ସୁଖ-ସମୃଦ୍ଧି ସହ ମିଳିଥାଏ ପୁଣ୍ୟ

Published By : Prameya-News7 Bureau | May 05, 2021 IST

ଭୁବନେଶ୍ୱର ୦୫/୦୫ : ହିନ୍ଦୁ ପାଞ୍ଜି ଅନୁସାରେ ବୈଶାଖ ମାସ ଶୁଭ ମାସ ମଧ୍ୟରୁ ଗୋଟିଏ। ଏହି ମାସରେ ବିଶେଷ ମହତ୍ତ୍ୱ ରହିଛି। ଏହି ମାସରେ ଭଗବାନ ବିଷ୍ଣୁଙ୍କ ପୂଜା କଲେ, ଦାନ ପୁଣ୍ୟ କଲେ, ପବିତ୍ର ନଦୀରେ ସ୍ନାନ କଲେ ଭଗବାନଙ୍କ କୃପା ପ୍ରାପ୍ତ ହୋଇଥାଏ। ବୈଶାଖ ମାସରେ ଭଲ କର୍ମ କଲେ ଘରେ ସୁଖ-ସମୃଦ୍ଧ ଆସିଥାଏ। ବୈଶାଖ ମାସ ଏପ୍ରିଲ ୨୮ ତାରିଖରୁ ଆରମ୍ଭ ହୋଇଛି ଓ ମେ' ୨୯ ତାରିଖରେ ସମାପ୍ତ ହେବ। ବୈଶାଖ ମାସରେ ପୁଣ୍ୟ କାମ କଲେ ଅନେକ ଜନ୍ମ ଜଏନ ତାର ଶୁଭ ଫଳ ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ। ବୈଶାଖ ମାସରେ ଭଗବାନ ଶିବଙ୍କ ପୂଜାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ପୁରାଣ ଅନୁସାରେ ଏହି ମାସରେ କଣ କଣ କାମ କରିବା ଉଚିତ ଯାହାଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ଓ ପାପରୁ ମୁକ୍ତି ମିଳିଥାଏ ଆସନ୍ତୁ ଜାଣିବା।

{"id":448758,"sizeSlug":"large","linkDestination":"none"}

ବାସ୍ତୁଶାସ୍ତ୍ର ଅନୁସର, ବୈଶାଖ ମାସରେ ଭଗବାନ ବିଷ୍ଣୁଙ୍କ ପୂଜା ବିଶେଷ ଫଳଦାୟୀ। ଏହି ମାସରେ ଗରିବ ଓ ଅଭାବୀଙ୍କୁ ଦାନ କରିବା ଶୁଭ ହୋଇଥାଏ। ଏହି ମାସରେ ଦାନ ଧର୍ମ କଲେ ଘରର ଆର୍ଥିକ ସମସ୍ୟା ଦୂର ହୋଇଥାଏ ଓ ଘର ଧନ ଧାନ୍ୟରେ ପୂର୍ଣ୍ଣ ହୋଇଥାଏ। ଏହି ମାସରେ ଅନ୍ନ, ଜଳ, କ୍ଷୀର, ଫଳ ଦାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଗରିବ, ସାଧୁ, ବ୍ରାହ୍ମଣଙ୍କୁ ଭୋଜନ କରାଇବା ଉଚିତ ଓ ଆବଶ୍ୟକୀୟ ଜିନିଷ ଦାନ କରିବା ଉଚିତ।

{"id":448755,"width":704,"height":411,"sizeSlug":"large","linkDestination":"none"}

ବୈଶାଖ ମାସରେ ପବିତ୍ର ନଦୀରେ ସ୍ନାନ କରିବା ଶୁଭ ହୋଇଥାଏ। ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ଉଚିତ } ପବିତ୍ର ନଦୀରେ ସ୍ନାନ ନ କରିପାରିଲେ ଗଙ୍ଗାଜଳରେ ମଧ୍ୟ ନିଜକୁ ପବିତ୍ର କରିପାରିବେ। ପବିତ୍ର ନଦୀରେ ସ୍ନାନ କଲେ ପୂର୍ବ ପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

ପୁରାଣ ଅନୁସାରେ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବାକୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଜରୁରୀ। ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କଲେ ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ। ସୂର୍ଯ୍ୟ ନାରାୟଣଙ୍କ କୃପା ପ୍ରାପ୍ତ କରିବାକୁ ପ୍ରତ୍ୟେକ ମନୁଷ୍ୟକୁ ନିୟମିତ ସୂର୍ଯ୍ୟ ମନ୍ତ୍ର ଉଚ୍ଚାରଣ କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବା ଉଚିତ।

{"id":448756,"sizeSlug":"large","linkDestination":"none"}

ବୈଶାଖ ମାସରେ ତୁଳସୀ ପୂଜା ନିଶ୍ଚୟ କରିବା ଉଚିତ। ତୁଳସୀ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଭଗବାନ ବିଷ୍ଣୁଙ୍କୁ ତୁଳସୀ ବହୁତ ପ୍ରିୟ। ସେଥିପାଇଁ ବୈଶାଖ ମାସରେ ତୁଳସୀ ପୂଜା କଲେ ଭଗବାନଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ।

ଅଶ୍ୱତ୍ୱ ଗଛରେ ପୂର୍ବଜ ଓ ଭଗବାନ ବାସ କରନ୍ତି। ବୈଶାଖ ମାସରେ ଭଗବାନଙ୍କ ବିଶେଷ କୃପା ପ୍ରାପ୍ତ କରିବାକୁ ଅଶ୍ୱତ୍ୱ ଗଛକୁ ପୂଜା କରିବା ଆବଶ୍ୟକ । ନିୟମିତ ଅଶ୍ୱତ୍ୱ ଗଛରେ ଜଳ ଅର୍ପଣ କରିବା ଉଚିତ ଓ ସନ୍ଧ୍ୟା ସମୟରେ ଦୀପ ଲଗାଇବା ଉଚିତ।

{"id":448757,"sizeSlug":"large","linkDestination":"none"}

ବୈଶାଖ ମାସରେ ଭଗବାନ ଶିବଙ୍କ ପୂଜାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ବାସ୍ତୁଶାସ୍ତ୍ର ଅନୁସାରେ ବୈଶାଖ ମାସରେ ଶିବଲିଙ୍ଗରେ ଜଳାଭିଷେକ କରିବା ଉଚିତ ଓ କ୍ଷୀର ଅର୍ପଣ କରିବା ଉଚିତ। ଏହାଦ୍ୱାରା ଘରକୁ ସୁଖ-ସମୃଦ୍ଧି ଆସିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.