Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଏହି ୫ ରାଶି ଉପରେ ରହିଥାଏ ଶନିଦେବଙ୍କ ବିଶେଷ ନଜର: ଶନିଙ୍କ ପ୍ରକୋପ ଦୂର କରିବାକୁ ମଙ୍ଗଳବାର ଦିନ କରନ୍ତୁ ହନୁମାନଙ୍କ ପୂଜା

20/10/2020 at 1:09 PM

ଭୁବନେଶ୍ୱର ୨୦/୧୦ : ମଙ୍ଗଳବାର ହନୁମାନଙ୍କ ଦିନ। ସମସ୍ତେ ଜାଣିଛନ୍ତି ଯେ ମଙ୍ଗଳବାର ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନଙ୍କୁ ସମର୍ପିତ। ମଙ୍ଗଳବାର ଦିନ ଶ୍ରଦ୍ଧାର ସହ ହନୁମାନଙ୍କୁ ପୂଜା କଲେ ସେ ପ୍ରସନ୍ନ ହୁଅନ୍ତି ଓ ଭକ୍ତଙ୍କ ସବୁ ସଙ୍କଟ ଦୂର କରନ୍ତି। ଅକ୍ଟୋବର ୨୦, ମଙ୍ଗଳବାର ନବରାତ୍ରର ଚତୁର୍ଥ ଦିନ। ନବରାତ୍ରର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ। ନବରାତ୍ରରେ ମା’ ଦୁର୍ଗାଙ୍କ ୯ ସ୍ୱରୂପ କରାଯାଏ। ଏହାଦ୍ୱାରା ନବଗ୍ରହ ଶାନ୍ତ ହୋଇଥାଏ।

ଏହି ରାଶି ଉପରେ ଭାରି ଅଛନ୍ତି ଶନି:

ମିଥୁନ ଓ ତୁଳା ରାଶିରେ ଶନିଙ୍କ ଢେୟା ଚାଲିଛି। ଧନୁ, ମକର ଓ କୁମ୍ଭ ରାଶିରେ ଶନିଙ୍କ ସାଢ଼େସାତି ଚାଲିଛି। ଯେଉଁ ରାଶିରେ ଶନିଙ୍କ ଢେୟା ଓ ସାଢ଼େସାତି ଚାଲିଥାଏ ଶନି ସେମାନଙ୍କ ଜୀବନରେ ବିଭିନ୍ନ ବାଧା ସୃଷ୍ଟି କରିଥାନ୍ତି। ଯାହାଫଳରେ ବ୍ୟକ୍ତି ଚିନ୍ତାଗ୍ରସ୍ତ ହୋଇଯାନ୍ତି। ପ୍ରତ୍ୟେକ କ୍ଷେତ୍ରରେ ତାଙ୍କୁ ସମସ୍ୟା ଓ ହାନି ସାମ୍ନା କରିବାକୁ ପଡିଥାଏ।

ହନୁମାନଙ୍କ ପୂଜାରେ ପ୍ରସନ୍ନ ହୋଇଥାନ୍ତି ଶନି:

ପୌରାଣିକ କଥା ଅନୁସାରେ ଶନିଦେବ ଥରେ ହନୁମାନଙ୍କ ସହ ଥଟ୍ଟା କରିଥିଲେ। ହନୁମାନ ପ୍ରଭୁ ଶ୍ରୀରାମଙ୍କ ଭକ୍ତିରେ ଲୀନ ଥିବାବେଳେ ଶନି ସେଠାକୁ ଯାଇ ବାଧା ଉତ୍ପନ୍ନ କରିବାକୁ ଚେଷ୍ଟା କରିଥିଲେ। ହନୁମାନ ଶନିଦେବଙ୍କୁ ବିନମ୍ରତାର ସହ ବୁଝାଇଥିଲେ କିନ୍ତୁ ଶନିଦେବ ଶୁଣିନଥିଲେ ଓ ବାଧା ଉତ୍ପନ୍ନ କରିଥିଲେ। ଏହାପରେ ହନୁମାନ ରାଗିଗଲେ ଓ ଶନିଦେବଙ୍କୁ ନିଜ ଲାଞ୍ଜରେ ଗୁଡେଇ ଦେଲେ। ଫଳରେ ଶନିଦେବ ଲହୁଲୁହାଣ ହୋଇଗଲେ। ପୂଜା ସମାପ୍ତ କରିବା ପରେ ହନୁମାନ ଶନିଦେବଙ୍କୁ ମୁକ୍ତ କରିଦେଲେ। ଶନି ନିଜ ଭୁଲ ବୁଝିପାରିଲେ ଓ ହନୁମାନଙ୍କୁ କ୍ଷମା ମାଗିଥିଲେ। ସେତେବେଳେ ହନୁମାନ ଶନିଦେବଙ୍କ ଠାରୁ ପ୍ରତିଶୃତି ନେଇଥିଲେ ଯେ ସେ କେବେ ବି ରାମଭକ୍ତଙ୍କୁ ହଇରାଣ କରିବେ ନାହିଁ। ଶନିଦେବ ପ୍ରତିଶୃତି ଦେଇଥିଲେ ଯେ ସେ କେବେ ବି ପ୍ରଭୁ ଶ୍ରୀରାମଙ୍କ ଭକ୍ତଙ୍କୁ ହଇରାଣ କରିବେନି ଓ ହନୁମାନ ଭକ୍ତଙ୍କୁ ମଧ୍ୟ କଷ୍ଟ ଦେବେନି। ସେବେଠାରୁ ଶନି ସେମାନଙ୍କୁ ହଇରାଣ କରନ୍ତିନି ଯେଉଁମାନେ ଶ୍ରୀରାମ ଓ ହନୁମାନଙ୍କୁ ପୂଜା କରନ୍ତି। ସେଥିପାଇଁ ଶନିଙ୍କ ପ୍ରକୋପ କମ କରିବାକୁ ହନୁମାନଙ୍କ ପୂଜା କରାଯାଏ। ହନୁମାନଙ୍କ ଶନିଙ୍କୁ ଶାନ୍ତ କରିବାର ଉପାୟ ବୋଲି ବିଶ୍ୱାସ ରହିଛି।

ଶନିଦେବଙ୍କ ଉପରେ ସୋରିଷ ତେଲ ଚଢ଼ାଇବାକୁ ନେଇ ମଧ୍ୟ ଏକ ବିଶ୍ୱାସ ରହିଛି। ଯେତେବେଳେ ହନୁମାନ ଶନିଦେବଙ୍କୁ ଲହୁଲୁହାଣ କରିଦେଇଥିଲେ ସେତେବେଳେ ଶନିଦେବ ନିଜ କ୍ଷତ ଭଲ କରିବାକୁ ହନୁମାନଙ୍କୁ ସୋରିଷ ତେଲ ମାଗିଥିଲେ। ହନୁମାନ ଶନିଦେବଙ୍କୁ ସୋରିଷ ତେଲ ଦେଇଥିଲେ। ତେଲ ଲଗାଇ ଶନିଦେବଙ୍କ କ୍ଷତ ଭଲ ହୋଇଯାଇଥିଲା। ସେଥିପାଇଁ ଶନିଦେବଙ୍କୁ ପ୍ରସନ୍ନ କରିବାକୁ ସୋରିଷ ତେଲ ଅର୍ପଣ କରାଯାଏ।

   Related Posts