ନବରାତ୍ରିର ପଞ୍ଚମ ଦିନରେ କରନ୍ତୁ ମା' ସ୍କନ୍ଦମାତାଙ୍କୁ ପୂଜା: ଜାଣନ୍ତୁ ପୂଜା ବିଧି ଓ ପୌରାଣିକ କଥା

Published By : Prameya-News7 Bureau | April 16, 2021 IST

ଭୁବନେଶ୍ୱର ୧୬/୦୪ : ଚୈତ୍ର ନବରାତ୍ରିରେ ମା' ଦୁର୍ଗାଙ୍କ ୯ ସ୍ୱରୂପକୁ ପୂଜା କରାଯାଇଥାଏ। ମା' ଦୁର୍ଗା ଶକ୍ତିର ପ୍ରତୀକ। ବିଧି ବିଧାନ ସହ ନବରାତ୍ରିରେ ମା'ଙ୍କୁ ଆରାଧନା କଲେ ମନୋସ୍କାମନା ପୂରଣ ହୁଏ ବୋଲି କୁହାଯାଇଆ। ପାଞ୍ଜି ଅନୁସାରେ ୧୭ ତାରିଖ ଶନିବାର ଦିନ ଚୈତ୍ର ମାସ ଶୁଳ୍କ ପକ୍ଷ ପଞ୍ଚମୀ ତିଥି ଅର୍ଥାତ ନବରାତ୍ରିର ପଞ୍ଚମ ଦିନ। ପଞ୍ଚମ ଦିନରେ ମା' ସ୍କନ୍ଦମାତାଙ୍କୁ ପୂଜା କରାଯାଇଥାଏ।

ନବରାତ୍ରିରେ ମା' ସ୍କନ୍ଦମାତାଙ୍କୁ ପୂଜା କଲେ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ। ମା'ଙ୍କ ପୂଜା ଦ୍ୱାରା ଜ୍ଞାତ ଓ ଅଜ୍ଞାତ ଶତ୍ରୁ ଭୟ ଦୂର ହୋଇଥାଏ। ଏହାସହ ଜୀବନରେ ଆସୁଥିବା ସଙ୍କଟ ମଧ୍ୟ ମା' ଦୂର କରିଥାନ୍ତି।

ମା' ସ୍କନ୍ଦମାତାଙ୍କୁ ପୂଜା କଲେ ଜ୍ଞାନ ବୃଦ୍ଧି ଘଟିଥାଏ। ବିଧି ପୂର୍ବକ ମା'ଙ୍କୁ ପୂଜା କଲେ ତ୍ୱଚା ସମ୍ବନ୍ଧୀୟ ରୋଗ ମଧ୍ୟ ଦୂର ହୋଇଥାଏ ବୋଲି କୁହାଯାଏ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାକୁ ମା' ସ୍କନ୍ଦମାତାଙ୍କ ପୂଜା ସହାୟକ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ପୌରାଣିକ କଥା ଅନୁସାରେ, ମା ହିମାଳୟ ପୁତ୍ରୀ। ମା' ମାହେଶ୍ୱରୀ ଓ ଗୌରୀ ନାମରେ ମଧ୍ୟ ନାମିତ। ସ୍କନ୍ଦମାତା ପଦ୍ମ ଫୁଲରେ ଅଭୟ ମୁଦ୍ରାରେ ବିରାଜମାନ। ମା'ଙ୍କ ରୂପ ଅତ୍ୟଂର ସୁନ୍ଦର। ତାଙ୍କ ମୁଖରେ ଏକ ଉଜ୍ଜ୍ୱଲ୍ୟ ଦେଖିବାକୁ ମିଳିଥାଏ। ସେଥିପାଇଁ ତାଙ୍କୁ ମା' ଗୌରୀ ମଧ୍ୟ କୁହାଯାଏ। ଭଗବାନ ସ୍କନ୍ଦ ଅର୍ଥାତ କାର୍ତ୍ତିକେୟଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ। ସ୍କନ୍ଦମାତା ପ୍ରସିଦ୍ଧ ଦେବାସୁର ସଂଗ୍ରାମରେ ଦେବତାଙ୍କ ସେନାପତି ଥିଲେ। ସେଥିପାଇଁ ପୁରାଣରେ ସ୍କନ୍ଦମାତାଙ୍କୁ କୁମାର ଓ ଶକ୍ତି ରୂପରେ ମହିମା ବର୍ଣ୍ଣନା କରାଯାଇଛି।

ପୂଜା ବିଧି - ଚୈତ୍ର ନବରାତ୍ରି ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପ୍ରାତଃ କଲା ସ୍ନାନ ସାରି ସ୍ଵଛ ବସ୍ତ୍ର ଧାରଣ କରନ୍ତୁ। ଏହାପରେ ପୂଜା ଆରମ୍ଭ କରନ୍ତୁ। ମା'ଙ୍କ ପ୍ରତିମାକୁ ଗଙ୍ଗାଜଳରେ ଶୁଦ୍ଧ କରନ୍ତୁ। ମିଠା ଓ ୫ ପ୍ରକାର ଫଳ ଭୋଗ ଲଗାନ୍ତୁ। କଳସରେ ଜଳ ଭର୍ତ୍ତି କରି ସେଥିରେ କିଛି ମୁଦ୍ରା ରଖନ୍ତୁ। ଏହାପରେ ପୂଜା ସଂକଳ୍ପ ନିଅନ୍ତୁ। ମାତାଙ୍କୁ ଚନ୍ଦନ, ସିନ୍ଦୁର ଓ ଫୁଲ ଅର୍ପଣ କରନ୍ତୁ। ଏହାପରେ ମା'ଙ୍କ ଆଳତୀ କରନ୍ତୁ ଓ ମା'ଙ୍କ ମନ୍ତ୍ର ମଧ୍ୟ ଜପ କରନ୍ତୁ।

ସ୍କନ୍ଦମାତାଙ୍କ ମନ୍ତ୍ର -

ୟା ଦେବୀ ସର୍ବଭୂତେଷୁ ମା' ସ୍କନ୍ଦମାତା ରୁପେଣ ସଂସ୍ଥିତା

ନମସ୍ତସ୍ୟେ ନମସ୍ତସ୍ୟେ ନମସ୍ତସ୍ୟେ ନମୋ ନମଃ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.