ଖରାପ ସମୟର ପ୍ରକୃତ ବନ୍ଧୁ ଧନ: ଆର୍ଥିକ ସମସ୍ୟା ଦୂର କରିବାକୁ କରନ୍ତୁ ଏହି ଉପାୟ

Published By : Prameya-News7 Bureau | February 20, 2021 IST

ଭୁବନେଶ୍ୱର ୨୦/୦୨ : ଧନ ଜୀବନ ପାଇଁ ନିହାତି ଆବଶ୍ୟକୀୟ। ଚାଣକ୍ୟ ଧନକୁ ଖରାପ ସମୟର ପ୍ରକୃତ ବନ୍ଧୁ ବୋଲି କହିଛନ୍ତି। ବ୍ୟକ୍ତିର ଖରାପ ସମୟରେ ଯେତେବେଳେ ସମସ୍ତେ ଛାଡି ପଳେଇଥାନ୍ତି ସେତେବେଳେ କେବଳ ଧନ ହିଁ ଏକମାତ୍ର ସାଥି ଯିଏ ସଙ୍କଟରୁ ଉଦ୍ଧାର କରିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ଜୀବନରେ ଧନ ସଂଚୟ ନିହାତି ଆବଶ୍ୟକ। ଧନ ପାଇଁ ବ୍ୟକ୍ତି ବଡ ରୁ ବଡ ବିପଦ ମୁଣ୍ଡେଇବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାଇଥାଏ। କଠିନ ପରିଶ୍ରମ କରିଥାଏ, ନିଜ ଭିଟାମାଟି ଛାଡି ଦୂର ଦେଶରେ ରହିଥାଏ।

କିନ୍ତୁ ବେଳେ ବେଳେ ଭାଗ୍ୟ ସାଥ ଦେଇନଥାଏ। କଠିନ ପରିଶ୍ରମ ଓ ଶତ ଚେଷ୍ଟା ସତ୍ତ୍ୱେ ଜୀବନରେ ଧନ ଅଭାବ ଦେଖାଦେଇଥାଏ। ବେଳେବେଳେ ହଠାତ ଧନର ଅଭାବ ଦେଖାଦେଇଥାଏ। ଧନାଭାବ ଯୋଗୁଁ ବ୍ୟକ୍ତି ବେଳେବେଳେ କରାଜରେ ମଧ୍ୟ ବୁଡି ଯାଇଥାଏ। ଧନାଭାବ ସ୍ଥିତିରେ ବ୍ୟକ୍ତିର ଆତ୍ମବିଶ୍ୱାସ ଭାଙ୍ଗି ଯାଇଥାଏ।

ଧନ ବ୍ୟକ୍ତିର ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। ଜୀବନରେ ସଫଳତା ପାଇବାକୁ ଆତ୍ମବିଶ୍ୱାସ ରହିବା ବହୁତ ଜରୁରୀ। ଯେକୌଣସି କାର୍ଯ୍ୟ କରିବାକୁ ହେଲେ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ଆବଶ୍ୟକ ହୋଇଥାଏ। ସେଥିପାଇଁ ଧନ ସଙ୍କଟ ଦୂର କରିବା ଆବଶ୍ୟକ। ଧନ ସଙ୍କଟ ଦୂର କରିବାକୁ କିଛି ଉପାୟ ନିଶ୍ଚୟ କରିବା ଉଚିତ।

ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ। ମା' ଲକ୍ଷ୍ମୀଙ୍କ କୃପା ଥିଲେ ଜୀବନରେ କେବେ ଧନ ଅଭାବ ଦେଖା ଦିଏନି ଓ ଧନ ସଙ୍କଟ ଦୂର ହୋଇଥାଏ। ଲକ୍ଷ୍ମୀ ଅନୁଶାସନ ପସନ୍ଦ କରନ୍ତି। ସେଥିପାଇଁ ଜୀବନରେ ଅନୁଶାସିତ ରହିବାକୁ ପ୍ରୟାସ କରିବା ଉଚିତ। ଗୁରୁବାର ମା' ଲକ୍ଷ୍ମୀଙ୍କୁ ସମର୍ପିତ। ଗୁରୁବାର ସକାଳୁ ଉଠି ସ୍ନାନ ଆଦି ସାରି ବିଧି ମୁତାବକ ମା'ଙ୍କୁ ପୂଜାର୍ଚ୍ଚନା କରିବା ଉଚିତ। ସକାଳ ସହ ସନ୍ଧ୍ୟା ସମୟରେ ମଧ୍ୟ ମା'ଙ୍କୁ ପୂଜା କରିବା ଉଚିତ। ମା' ପ୍ରସନ୍ନ ହେଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ସୂର୍ଯ୍ୟ ଅସ୍ତ ହେବାପରେ ସନ୍ଧ୍ୟା ସମୟରେ ଘରର ମୁଖ୍ୟଦ୍ଵାରରେ ଘିଅ ଦୀପ ଜଳାଇବା ଉଚିତ। ଗରିବ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କଲେ ମା' ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ହୋଇଥାନ୍ତି ଓ କୃପା କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.