Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ପ୍ରଭାସ୍‌ଙ୍କ ଓଜନ୍ ବୃଦ୍ଧି ନେଇ ଚିନ୍ତାରେ ଡାଇରେକ୍ଟର ଓମ୍ ପ୍ରକାଶ : ଫଟୋ ଦେଖି ୟୁଜର୍ସ କଲେ ଟ୍ରୋଲ୍ …

17/09/2021 at 2:28 PM

ମୁମ୍ବାଇ ୧୭/୦୯ : ସାଉଥ ସୁପରଷ୍ଟାର ବାହୁବଲୀର ଫେମ ଆକ୍ଟର ପ୍ରଭାସ ମୋଷ୍ଟ ଏଲିଜିବୁଲ ବ୍ୟାଚଲରଙ୍କ ମଧ୍ୟରୁ ଅନ୍ୟତମ। ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସବୁ ଆଡେ ତାଙ୍କ ଫ୍ୟାନ ଫଲୋର୍ସ ଅଧିକ । ହେଲେ ଏହାରି ମଧ୍ୟରେ ଯୁବତୀଙ୍କ ଫ୍ୟାନ୍ସ କ୍ରେଜ କାହିଁରେ କେତେ। ହେଲେ ଏତେ ପପୁଲାରିଟି ସତ୍ତ୍ୱେ ଗୋଟିଏ ଫଟୋ ପାଇଁ ଏବେ ସୋଶାଲ ମିଡିଆରେ ପ୍ରଭାସଙ୍କୁ ଖୁବ୍‌ ଟ୍ରୋଲ କରାଯାଉଛି। ଏପରିକି ପ୍ରଭାସଙ୍କୁ କିଏ ବଡ଼ା ପାଓ କହୁଥିବା ବେଳେ କିଏ କହୁଛି ୨ ଘଣ୍ଟା ପାଣିରେ ବୁଡ଼ିକି ଆସିଛନ୍ତି ‘ବାହୁବଲୀ।

ତେବେ ପ୍ରଭାସଙ୍କ ପାଇଁ ପାଗଳ ହୋଇଯାଉଥିବା ଫ୍ୟାନ୍‌ ଏବେ ତାଙ୍କୁ ମନଇଚ୍ଛା ଖୋଲା ଖୋଲି ଭାବେ ଟ୍ରୋଲ କରୁଛନ୍ତି । ତାହା ପୁଣି ଗୋଟିଏ ଫଟୋ ପାଇଁ ପ୍ରଭାସ୍‌ଙ୍କୁ ଶୁଣିବାକୁ ପଡୁଛି ଅନେକ କଥା। ନିକଟରେ ପ୍ରଭାସଙ୍କ ଏକ ଫଟୋ ଭାଇରାଲ ହୋଇଥିବା ବେଳେ ଏଥିରେ ତାଙ୍କ ଓଜନ ବଢ଼ିଥିବା ସ୍ପଷ୍ଟ ଦେଖାଯାଉଛି। ଭାଇରାଲ ହୋଇଥିବା ଫଟୋରେ ପ୍ରଭାସ କୃତିଙ୍କ ସହ ନଜର ଆସିଛନ୍ତି।  ଉଭୟ ଆଦିପୁରୁଷରେ  ଲିଡ ରୋଲ ଭୂମିକାରେ ନଜର ଆସିବେ। ସେମାନେ  ମୁମ୍ବାଇ ଏକ ଡ୍ୟାନ୍ସ ରିହର୍ସଲ ପ୍ରୋଗ୍ରାମ ପାଇଁ ଆସିଥିବା ବେଳେ ଏହି ଫଟୋ ଭାଇରାଲ ହୋଇଛି।  ଏହି ଫଟୋରେ ସବୁବେଳେ ଫିଟ୍‌ ରହୁଥିବା ପ୍ରଭାସଙ୍କ ଶରୀର, ମୁହଁ ସବୁ ଫୁଲି ଯାଇଥିବା ଦେଖିବାକୁ ମିଳିଛି । ଏପରିକି ସେ  ଅଧିକ ବୟସ୍କ ଲାଗୁଥିବା ବେଳେ ଆଉ ଆଗ ପରି ଦେଖା ଯାଉ ନାହାନ୍ତି।

ପ୍ରଭାସଙ୍କ ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସ ତାଙ୍କୁ ଖୁବ୍‌ ଟ୍ରୋଲ କରୁଛନ୍ତି। କିଏ କହିଛି ବାହୁବଳୀକୁ କିଏ ୨ ଘଣ୍ଟା ପାଣିରେ ଭିଜେଇ ରଖିଦେଇଛି। ଆଉ ଜଣେ କହୁଛନ୍ତି, ଏପରି ଲାଗୁଛି ପ୍ରଭାସ ୬୫ ବର୍ଷର ବୁଢ଼ା ହୋଇଗଲେଣି।

ଆଦି ପୁରୁଷ’  ଏକ ବିଗ୍‌ ବଜେଟ ଫିଲ୍ମ ହୋଇଥିବା ବେଳେ ପ୍ରଭାସଙ୍କ ଏପରି ଲୁକ୍‌କୁ ନେଇ ମୁଣ୍ଡରେ ହାତ ଦେଲେଣି ଫିଲ୍ମର ଡାଇରେକ୍ଟର ଓମ ରାଉତ । ଫିଲ୍ମର ଭାର ପ୍ରଭାସଙ୍କ କାନ୍ଧରେ ଥିବା ବେଳେ ତାଙ୍କର ଏପରି ଲୁକ୍‌କୁ ନେଇ ଏବେ ଡାଇରେକ୍ଟରଙ୍କୁ ବୁଦ୍ଧି ବାଟ ଦିଶୁନି। ହଠାତ୍‌, ପ୍ରଭାସଙ୍କ ଓଜନ ବଢ଼ିବାର କାରଣ ଜାଣିବା ପାଇଁ ତାଙ୍କୁ ୟୁକେ ପଠାଯିବ । ସେଠାରେ ତାଙ୍କର ବିଭିନ୍ନ ଟେଷ୍ଟ କରାଯିବା ସହ ଓଜନ ବ‍ଢ଼ିବାର କାରଣ ଓ ଏହାକୁ କିପରି କମାଯିବ ସେ ସମ୍ପର୍କରେ ଡାକ୍ତରମାନଙ୍କ ପରାମର୍ଶ ନିଆଯିବ। ଏଥିନିମନ୍ତେ ପ୍ରଭାସଙ୍କୁ ରାଜି କରାଇ ଦିଆଯାଇଛି।

   Related Posts