Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

କୋଭିଡ୍-୧୯ ଡ୍ୟୁଟିରେ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଉଛି ନିମ୍ନମାନର ଖାଦ୍ୟ: ଖାଇବାରେ ବାହାରୁଛି ଜିଆ

29/07/2020 at 6:00 PM

ଲଖନଉ ୨୯/୦୭ : ସାରା ଦେଶ ବର୍ତ୍ତମାନ କରୋନା ଭାଇରସ କବଳରେ | ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟକର୍ମୀ ଦିନ ରାତି ଲୋକଙ୍କ ସେବା କରି ଚାଲିଛନ୍ତି | ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ଜୀବନ ରକ୍ଷା କରୁଥିବା କରୋନା ଯୋଦ୍ଧାଙ୍କୁ ଅସମ୍ମାନ କରାଯାଇଛି | ଉତ୍ତର ପ୍ରଦେଶ ଲଖନଉ ହସ୍ପିଟାଲରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଖାଦ୍ୟ ପ୍ୟାକେଟରେ ଜିଆ ବାହାରୁଥିବା ଅଭିଯୋଗ ହୋଇଛି | ତାଛଡା ସ୍ୱାସ୍ଥ୍ୟକର୍ମୀଙ୍କ ରହିବା ପାଇଁ ହୋଟେଲରେ ନିମ୍ନ ମାନର ବ୍ୟବସ୍ଥାକୁ ନେଇ ମଧ୍ୟ ଅଭିଯୋଗ ହୋଇଛି | ଖାଦ୍ୟରେ ଜିଆ ବାହାରୁଥିବା ନେଇ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଏହା ପୂର୍ବେଉ ମଧ୍ୟ ଅନେକଥର ଅଭିଯୋଗ କରିଛନ୍ତି | କେବଳ ସେତିକି ନୁହେଁ କାମ ସାରିବା ପରେ ତାଙ୍କୁ ଆରାମ କରିବାକୁ ଦିଆଯାଇଥିବା କକ୍ଷରେ ଫ୍ୟାନ ଚାଲୁନଥିବା ମଧ୍ୟ ଅଭିଯୋଗ ହୋଇଛି | ଉତ୍ତର ପ୍ରଦେଶ RDWA ବିଭାଗ ଡାକ୍ତର ନିରାଜ ମିଶ୍ର ଏ ନେଇ ଅଭିଯୋଗ କରିଛନ୍ତି |

କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି (KGMU) ରେ ଖାଦ୍ୟରେ ଜିଆ ବାହାରୁଥିବା ଫଟୋ ମଧ୍ୟ ଡାକ୍ତର ସୋସିଆଲ ମିଡ଼ିଆରେ ସେୟାର କରିଥିଲେ | କୋଭିଡ-୧୯ ଦାୟିତ୍ୱରେ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଭଲ ଖାଦ୍ୟ ଯୋଗାଇବା ପାଇଁ  KGMU ଭାଇସ ଚାନ୍ସେଲରଙ୍କୁ ମଧ୍ୟ ଦାବି କରିଥିଲେ | ରେନ  ବସେରା କ୍ଵାରେଣ୍ଟାଇନ ସେଣ୍ଟରରେ ରହୁଥିବା KGMU, ର ଜଣେ ସଫେଇ କର୍ମଚାରୀଙ୍କ ଖାଦ୍ୟ ପ୍ୟାକେଟରୁ ମଧ୍ୟ ପୋକ ବାହାରିଥିଲା | ଏନେଇ କ୍ଵାରେଣ୍ଟାଇନ ସେଣ୍ଟର ଇନଚାର୍ଜଙ୍କୁ ଏକ ଚିଠି ମଧ୍ୟ ଲେଖାଯାଇଥିଲା କିନ୍ତୁ କେହି କିଛି ଜବାବ ଦେଇନଥିଲେ |

KGMU ନର୍ସ ଆସୋସିଏସନ ଅଧ୍ୟକ୍ଷ ଯଦୁନନ୍ଦିନୀ ସିଂହ କହିଛନ୍ତି ଯେ, ଖାଦ୍ୟ ପ୍ୟାକେଟରେ ଜିଆ, ପୋକ ବାହାରିବା ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଦାୟିତ୍ବହୀନତା ଦର୍ଶାଉଛି | ଏହି ଖାଦ୍ୟ ଖାଇ ସ୍ୱାସ୍ଥ୍ୟକର୍ମୀ ଅସୁସ୍ଥ ମଧ୍ୟ ହୋଇପାରନ୍ତି ବୋଲି ସେ କହିଛନ୍ତି | ଆସୋସିଏସନ ହସ୍ପିଟାଲର ଭାଇସ ଚାନ୍ସେଲରଙ୍କୁ ସାକ୍ଷାତ କରି କର୍ମଚାରୀଙ୍କ ପାଇଁ ଉତ୍ତମ ଖାଦ୍ୟ ଯୋଗାଇବାକୁ ଦାବି କରିବେ ବୋଲି କହିଛନ୍ତି |

ଉତ୍ତର ପ୍ରଦେଶ ବସ୍ତି ଜିଲ୍ଲାରେ ଡାକ୍ତରମାନେ ସେମାନଙ୍କୁ ଦିଆଯାଉଥିବା ନିମ୍ନମାନର ଖାଦ୍ୟର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି | ନିମ୍ନ ଖାଦ୍ୟ କହି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଅସୁସ୍ଥ ହୋଇପରାଣୀ ବୋଲି ଡାକ୍ତର ଅମିତ ସିଂହ କହିଛନ୍ତି |

   Related Posts