ସାବଧାନ ! ଏହା ହେଉଛି ଦୁନିଆର ସବୁଠୁ ବିଷାକ୍ତ ପୋକ, ଘର ଅପରିଷ୍କାର ହେଲେ ଦେଖାଦିଏ, ଆଉ ଛୁଇଁଲେ ହୁଏ ମୃତ୍ୟୁ …

Published By : Prameya-News7 Bureau | December 17, 2018 IST

ୱାସିଂଟନ୧୭|୧୨: ଏମିତି ଏକ ଜୀବ ଯାହାକୁ ଛୁଇଁଲେ ହୁଏ ମୃତ୍ୟୁ । ଘରେ ପୋକ ଯୋକ କିମ୍ୱା ମଇଳା ଥିଲେ ପରିବେଶ ଅସୁସ୍ଥ ହୋଇଥାଏ। ପରିଷ୍କାର ପରିବେଶ, ଘରକୁ ରୋଗମୁକ୍ତ କରିଥାଏ। ଘର ପରିଷ୍କାର ପରିଛନ୍ନ ନଥିଲେଅନେକ କୀଟ ପତଙ୍ଗ ଜନ୍ମି ଥାନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।ଅଧିକାଂଶ ସମୟରେ ଘରେ ଏଣେ ତେଣେ ଜିନିଷ ପଡିଥିଲେ କିମ୍ୱା ଘର ପରିଷ୍କାର ନ ଥିଲେ ଆମେ ପୋକ ଯୋକର ସାମ୍ନା କରୁ।

{"id":64624,"width":560,"height":315}

କିନ୍ତୁ ଏମିତି ଏକ ପୋକ ଅଛି ଯାହା ଛୁଇଁଲେ ମଣିଷ ମରିଯାଏ। ଏହି ପୋକକୁ ଅତ୍ୟଧିକ କ୍ଷତିକାରକ ବୋଲି କୁହାଯାଏ। ଆମେରିକାର ସାଉଥ ଫ୍ଲୋରିଡାରେ ମିଳିଥିବା ଏହି ପୋକକୁ ନ୍ୟୂ ଗୁନିଆ ଫ୍ଲାଟୱାର୍ମ କୁହାଯାଉଛି। କିଛି ବିଷେଶଜ୍ଞଙ୍କ ଅନୁସାରେ ଏହି ପୋକ ପୃଥିବିରେ ୧୦୦ଟି ଭୟଙ୍କର ପୋକଙ୍କ ମଧ୍ୟରୁଗୋଟିଏ। ଏହି ପୋକଟି କେବଳ ମଣିଷ ନୁହଁ , ଗଛଙ୍କୁ ମଧ୍ୟ ନଷ୍ଟ କରିଦେଇଥାଏ। ଏହି ପୋକ ସମ୍ପର୍କରେଗବେଷକଙ୍କ ଭିନ୍ନ ମତ ରହିଛି ।  କିଛି ଗବେଷକ କହିଛନ୍ତି ଯେ, ୨୦୧୬ ରେ ଏହି ପୋକଟି ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା । ଆଉ କିଛିଙ୍କ କହିବାହେଲା ୨୦୧୫ରେ ପ୍ରଥମେ ଦେଖା ଯାଇଥିଲା।

{"id":64625,"width":556,"height":417}

ବିଷେଶଜ୍ଞଙ୍କ ଅନୁସାରେ ଏହି ପୋକଟିକୁ ଛୁଇଁବା ମଣିଷଙ୍କ ପାଇଁ ହାନିକାରକ ହୋଇଥାଏ। ଏହି ପୋକରୁ ସଂକ୍ରମଣ ଶୀଘ୍ର ବ୍ୟାପିଥାଏ ଯାହା ପ୍ରାଣ ଘାତକ ରୋଗରେ ପରିଣତହୋଇଥାଏ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.