Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ଦୁନିଆର ସବୁଠାରୁ ମହଙ୍ଗା ମଦ : ଗୋଟିଏ ବୋତଲର ଦାମ୍ 2 BHK ଫ୍ଲାଟ୍ ସହ ସମାନ

6/09/2020 at 12:45 PM

୦୬/୦୯ : ମଦ ସୌଖିନ ସାରା ଦୁନିଆରେ ଅଛନ୍ତି | ସୌଖିନଙ୍କ ପାଇଁ ଅନେକ ମଦ କମ୍ପାନୀ ଭିନ୍ନ ଭିନ୍ନ ପ୍ରକାର ମଦ ତିଆରି କରିଥାଏ | ଦୁନିଆରେ ଏମିତି କିଛି ମାହାଙ୍ଗା ମଦ ଅଛି ଯାହାର ଦାମ ଶୁଣିଲେ ଆପଣ ଚକିତ ହୋଇଯିବେ | ସେଥିରୁ ଗୋଟିଏ ହେଲା ଏସେନସିଆ ୨୦୦୮ ଡିକେଣ୍ଟର (essencia 2008 dicanter). ଏହାର ଗୋଟିଏ ବୋତଲର ଦାମରେ ଏକ 2BHK ଫ୍ଲାଟ କିଣିପାରିବେ |

ଏସେନସିଆ ୨୦୦୮ ଡିକେଣ୍ଟରକୁ ହଙ୍ଗେରୀର ଏକ ମଦ କମ୍ପାନୀ ରୋୟାଲ ଟୋକାଜି ତିଆରି କରିଛି | ଏହାକୁ ବୁଡାପେଷ୍ଟ ନିକଟସ୍ଥ ମଦ ତିଆରି ହେଉଥିଲା ଅଞ୍ଚଳରେ ତିଆରି କରାଯାଇଛି | କମ୍ପାନୀ ଅନୁଯାୟୀ, ଏହି ମଦର ମାତ୍ର ୨୦ ବୋତଲ ତିଆରି କରାଯାଇଛି | ସେଥିରୁ ୧୧ଟି ବୋତଲ ବିକ୍ରି ହୋଇସାରିଛି | ଏହି ମଦର ଗୋଟିଏ ବୋତଲର ଦାମ ୨୮.୪୧ ଲକ୍ଷ ଟଙ୍କା |

ଏହି ମଦ ବୋତଲ ମଧ୍ୟ ଖାସ ଡିଜାଇନରେ ପ୍ରସ୍ତୁତ କରାଯାଇଛି | କମ୍ପାନୀ କହିବାନୁଯାୟୀ, ୨୦ଟି ମଦ ବୋତଲ ମଧ୍ୟରୁ ୧୮ଟି ବୋତଲ ଗତବର୍ଷ ଲଞ୍ଚ କରାଯାଇଥିଲା | ସେଥିରୁ ୧୧ ବୋତଲ ବିକ୍ରି ହୋଇସାରିଛି | ବଳକା ଥିବା ୭ଟି ବୋତଲ ମଧ୍ୟ ଖୁବ ଶୀଘ୍ର ବିକ୍ରି ହୋଇଯିବ | ଏହି ମଦର ଏକ୍ସପାଏରି ସେଟ ୨୩୦୦ ମସିହା | ଏହି ମଦ ତିଆରି କରିବାକୁ ଏକ ଅତ୍ୟନ୍ତ ଖାସ ଏବଂ ଉଚ୍ଚ ମାନର ଅଙ୍ଗୁର ବ୍ୟବହାର କରାଯାଇଥାଏ | ଏହି ଅଙ୍ଗୁରକୁ ଆଜୁସ କୁହାଯାଏ |

କମ୍ପାନୀ କହିବାନୁଯାୟୀ, ଗୋଟିଏ କିଲୋ ଅଙ୍ଗୁରରେ ମାତ୍ର ଏକ ଚାମଚ ମଦ ପ୍ରସ୍ତୁତ ହୋଇଥାଏ | ସେହିପରି ଗୋଟିଏ ବୋତଲ ମଦ ପାଇଁ ୨୦୦ କିଲୋ ଅଙ୍ଗୁର ଆବଶ୍ୟକ ହୋଇଥାଏ | ଏହାକୁ ଅନେକ ଦିନ ଯାଏଁ ବୋତଲରେ ବନ୍ଦ କରି ଫରମେଣ୍ଟ କରାଯାଏ |

   Related Posts