Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୯୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଆଜି ଅଧା ଓଡିଶାରେ କାଳବୈଶାଖୀ ବର୍ଷା, ୩୦ ରୁ ୪୦ କିମି ବେଗରେ ବୋହିପାରେ ପବନ
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୦୩୧ ପଜିଟିଭ୍
  • ||

ପୁଲୱାମା ଆକ୍ରମଣ ଘଟଣା : କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଜାତିସଂଘର ଦାବି, ଅନ୍ୟ କେଉଁଦେଶ କଣ କହିଲେ ଜାଣନ୍ତୁ

15/02/2019 at 4:57 PM

ନୂଆଦିଲ୍ଲୀ ୧୫|୨: ପୁଲୱାମା ଆକ୍ରମଣ ଘଟଣାକୁ ବିଶ୍ବବ୍ୟାପୀ ନିନ୍ଦା କରାଯାଇଛି । ଜାତିସଂଘଠାରୁ ଆରମ୍ଭ କରି ଆମେରିକା, ରୁଷ୍, ଇସ୍ରାଏଲ, ବାଂଲାଦେଶ ପର୍ଯ୍ୟନ୍ତ ଅନେକ ଦେଶ ଆତଙ୍କବାଦ ବିରୋଧୀ ଲଢେଇରେ ନୂଆଦିଲ୍ଲୀ ସହ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହୋଇଥିବା କହିଛନ୍ତି ।

ନର ରାକ୍ଷସ ଆତଙ୍କୀଙ୍କ ପୁଲୱାମା ଆକ୍ରମଣ ଘଟଣାକୁ ବିଶ୍ବବ୍ୟାପୀ ତୀବ୍ର ନିନ୍ଦା ଓ ଭତ୍ସନା । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦର ଏହି ଘୃଣ୍ୟ କାର୍ଯ୍ୟକୁ ଜାତିସଂଘ ପକ୍ଷରୁ ନିନ୍ଦା କରାଯାଇଛି । ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତିସଂଘ ମୁଖପାତ୍ର ଦାବି କରିଛନ୍ତି।

ସେହିପରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ସହିଦ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏଭଳି ଜଘନ୍ୟକାଣ୍ଡ ଘଟାଇଥିବା ଆତଙ୍କବାଦୀଙ୍କୁ ଉଚିତ୍ ଶିକ୍ଷା ଦେବା ଦରକାର ବୋଲି କହିଛନ୍ତି ପୁଟିନ ।

ପୁଲୱାମା ଆକ୍ରମଣକୁ ଆମେରିକା ମଧ୍ୟ କଡ଼ା ଭାଷାରେ ନିନ୍ଦା କରିଛି । ପାକିସ୍ତାନ ଆତଙ୍କବାଦୀଙ୍କ ସ୍ବର୍ଗ ପାଲଟିଛି । ପାକିସ୍ତାନ ମାଟିରେ ରହି ବିଭିନ୍ନ ଆତଙ୍କବାଦୀ ସଂଗଠନ ନରସଂହାର ଚଲାଇଛନ୍ତି । ଏନେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ଇସ୍‌ଲାମାବାଦକୁ ଚେତବାନୀ ଦେଇଛି ଆମେରିକା।

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ସହିଦ ଯବାନଙ୍କ ପରିବାରକୁ ସମବେଦନା ଜଣାଇବା ସହ ଏଭଳି ସମୟରେ ଢାକା, ନୂଆଦିଲ୍ଲୀ ସହ ରହିଛି ବୋଲି କହିଛନ୍ତି। ଏହାସହ ଆତଙ୍କୀଙ୍କ ବିରୋଧରେ ଜିରୋ ଟଲେରାନ୍ସ ପଲିସି ଆପଣେଇବା ଦରକାର ବୋଲି କହିଛନ୍ତି ଶେଖ୍ ହସିନା ।

ସେହିପରି ଆଫଗାନିସ୍ତାନ ମଧ୍ୟ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛି । ଆତଙ୍କବାଦୀଙ୍କ ସହ ଗତ ୧୮ ବର୍ଷ ହେଲା ଆଫଗାନିସ୍ତାନ ଲଢିଆସୁଛି । ବର୍ତ୍ତମାନ ସମୟରେ ଭାରତ ସହ ଆଫଗାନିସ୍ତାନ କାନ୍ଧକୁ କାନ୍ଧ ମିଳାଇ ରହିଛି ବୋଲି କହିଛନ୍ତି ଆଫଗାନିସ୍ତାନ ଗୃହମନ୍ତ୍ରୀ ସୟିଦ ସିଦ୍ଦିକି ।

ଫ୍ରାନ୍ସ ସରକାର ମଧ୍ୟ ପୁଲୱାମା ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଆତଙ୍କବାଦ ବିରୋଧୀ ଲଢେଇରେ ପ୍ୟାରିସ୍ ସବୁବେଳେ ଭାରତ ସହ ରହିଆସିଛନ୍ତି ବୋଲି କହିଛନ୍ତି ନୂଆଦିଲ୍ଲୀରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ।

ସେହିପରି ମାଲଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ମଧ୍ୟ ଗଭୀର ସମବେଦନା ଜଣାଇବା ସହ ଆତଙ୍କବାଦୀଙ୍କ କୁତ୍ସିତ କାର୍ଯ୍ୟକୁ ଭତ୍ସନା କରିଛନ୍ତି । ଏହାସହ ୟୁଏଇ, ଥାଇଲ୍ୟାଣ୍ଡ, ଶ୍ରୀଲଙ୍କା, ଇସ୍ରାଏଲ, ଚେକ୍ ରିପବ୍ଲିକ, ଜର୍ମାନୀ, କାନାଡ଼ା ସରକାର ମଧ୍ୟ ପୁଲୱାମା ଘଟଣାକୁ ନିନ୍ଦା କରିବା ସହ ଆତଙ୍କବାଦ ବିରୋଧୀ ଲଢେଇରେ ଭାରତ ସହ ରହିଥିବା ଜଣାଇଛନ୍ତି ।ତେବେ ଚୀନ, ଆକ୍ରମଣ ଘଟଣାକୁ ନିନ୍ଦା କରିଥିଲେ ମଧ୍ୟ ପାକିସ୍ତାନରେ ରହୁଥିବା ଜୈସ-ଇ-ମହମ୍ମଦ ମୁଖ୍ୟ କୁଖ୍ୟାତ ଆତଙ୍କୀ ମାସୁଦ ଆଝାର ସପକ୍ଷରେ ଏବେ ବି ରହିଥିବା ସ୍ପଷ୍ଟ କରିଛି ।

   Related Posts