Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୪ କରୋନା ସଂକ୍ରମିତ, ୩୧୬୬୪୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମୁମ୍ବାଇ : ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଲା ୧୨ବର୍ଷ
  • ||
  • କୋରାପୁଟ ଜିଲ୍ଲାରୁ ପୁଣି ଗଞ୍ଜେଇ ଜବତ : ଧରାପଡିଲା ୮୫ଲକ୍ଷ ଟଙ୍କାର ଗଞ୍ଜେଇ, ଅଭିଯୁକ୍ତ ଫେରାର
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||

ଦୁନିଆର ସବୁଠୁ ରହସ୍ୟମୟ ପଥର ଟଟ୍ଟାଣ, ପ୍ରତି ୩୦ ବର୍ଷରେ ଦିଏ ଅଣ୍ଡା

1/05/2019 at 5:45 PM

ଦୁନିଆ କେବଳ ଗୋଲ ନୁହଁ, ବହୁତ ବଡ । ବିଶ୍ୱରେ ଅନେକ ଏମିତି ଜିନିଷ ହୁଏ ଯାହା ଶୁଣିଲେ ଆଚମ୍ୱିତ ଲାଗେ। ପ୍ରକୃତି ସାମ୍ନାରେ ସବୁ ହାର ମାନିଯାଏ। ଆପଣ ପଶୁ ପକ୍ଷୀ ଅଣ୍ଡା ଦେବା ବିଷୟରେ ଜାଣିଥିବେ  । କିନ୍ତୁ କେବେ ପାହାଡର ପଥର ଚଟାଣକୁ ଅଣ୍ଡା ଦବା ବିଷୟରେ ଶୁଣିନଥିବେ। ଏମିତି ଏକ ଆଚମ୍ୱିତ ରହସ୍ୟ ରହିଛି ଚୀନ ଦେଶରେ। ଚୀନ ଦୁନିଆର ଏମିତି ଏକ ଦେଶ ଯିଏ ନିଜ ଅଦ୍ଭୁତ ଜିନିଷ ପାଇଁ ପ୍ରସିଦ୍ଧ।

ଚୀନର ପ୍ରତି ଗଳିରେ କିଛି ନା କିଛି ଚମତ୍କାର ଦେଖିବାକୁ ମିଳେ। ଏହି ପଥର ଚଟାଣ ଚୀନର ଦକ୍ଷିଣ-ପଶ୍ଚିମରେ ଗିଝଓ ପ୍ରାନ୍ତରରେ ଅଛି। ଏହି ଚଟାଣର ଉଚ୍ଚତା ପାଖା ପାଖି ୨୦ ମିଟର ଓ ଲମ୍ବରେ ୬ ମିଟର। ଏହି ଚଟାଣ ଚିନରେ “ଚନ ଦନ ୟା” ନାଁରେ ପରିଚିତ। ଏହାର ରଂଗ କଳା। ଏହି ଚଟାଣରୁ ପ୍ରତି ୩୦ ବର୍ଷରେ ଥରେ ଅଣ୍ଡା ଆକାରର ପଥର ଖସିଥାଏ।  

ଏଥି ଯୋଗୁଁ ସମଗ୍ର ବିଶ୍ବରେ “ଚନ ଦନ ୟା” ଚଟାଣର ଚର୍ଚ୍ଚା ହୁଏ। ଏହି ଚିକଣ ଅଣ୍ଡାକୃତିର ପଥର ଏକ ଖୋଳ ଭିତରେ ଥାଏ ଓ କିଛି ଦିନ ପରେ ଅଣ୍ଡାରୁ ଶାବକ ବାହାରିବାଭଳି ଖୋଳ  ଭିତରୁ ପଥରଟି ବାହାରିଥାଏ। ବଡ ବଡ ବୈଜ୍ଞାନିକ ମଧ୍ୟ ଏହି ପ୍ରାକୃତିକ ଚମତ୍କାର ସାମ୍ନାରେ ହାର ମାନିଛନ୍ତି।

ସେମାନେ ମଧ୍ୟ ଆଜି ଯାଏଁ ଏହାର କାରଣ ଖୋଜି ପାଇନାହାନ୍ତି ।  “ଚନ ଦନ ୟା” ନାଁର ଅର୍ଥ ହେଉଛି ଅଣ୍ଡା ହେଉଥିବା ପଥର। ସ୍ଥାନୀୟ ଲୋକେ ଏହି ପ୍ରକ୍ରିୟାକୁ ଶୁଭ ମାନନ୍ତି। ଅଣ୍ଡା ଭଳି ପଥର ପାହାଡରୁ ତଳେ ପଡିଲେ ଲୋକେ ତାକୁ ନିଜ ଘରକୁ ନେଇଯାଆନ୍ତି।  

 

   Related Posts