୫୧ ଲକ୍ଷ ରୁଦ୍ରାକ୍ଷରେ ତିଆରି ହୋଇଛି ବିଶ୍ୱର ସବୁଠାରୁ ଉଚ୍ଚ ଶିବଲିଙ୍ଗ ; ଜାଣନ୍ତୁ କେଉଁଠି

Published By : Prameya-News7 Bureau | February 28, 2019 IST

ଜୁନାଗଡ଼ ୨୮/୨ : ଗୁଜରାଟ ଜୁନାଗଡ଼ରେ ବିଶ୍ୱର ସବୁଠାରୁ ବଡ ରୁଦ୍ରାକ୍ଷ ଶିବଲିଙ୍ଗ ତିଆରି କରାଯାଇଛି | ଏହା ପୂର୍ବରୁ ସବୁଠାରୁ ଉଚ୍ଚ ଶିବଲିଙ୍ଗ ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଥିଲା | ଏହାର ଉଚ୍ଚତା ଥିଲା ୩୩ ଫୁଟ | ମହାଶିବରାତ୍ରି ଅବସରରେ ଜୁନାଗଡ଼ରେ ଛୋଟ କୁମ୍ଭମେଳା ଆରମ୍ଭ ହେବାକୁ ଯାଉଛି | ଜୁନାଗଡ଼ରେ ତିଆରି ହୋଇଥିବା ବିଶ୍ୱର ସର୍ବୋଚ୍ଚ ଶିବଲିଙ୍ଗର ଉଚ୍ଚତା ୫୧ ଫୁଟ | ଏହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଜମୁଛି |

{"id":89488}

ଏହି ଶିବଲିଙ୍ଗ ୫୧ ଲକ୍ଷ ରୁଦ୍ରାକ୍ଷରେ ତିଆରି ହୋଇଛି | ଏହି ଶିବଲିଙ୍ଗକୁ ଦୂରରୁ ଦେଖିଲେ ଜଣାପଡ଼ୁନାହିଁ ଯେ, ଏହା ରୁଦ୍ରାକ୍ଷରେ ତିଆରି ହୋଇଛି | ପାଖକୁ ଗଲେ ଏହାର ସୁନ୍ଦର କଳାକୃତି ନଜର ଆସୁଛି | ଶିବଲିଙ୍ଗ ଚାରିପାଖେ ଏକ ବଡ ମାଳା ମଧ୍ୟ ପିନ୍ଧା ଯାଇଛି | ଗୁଜରାଟ ବୁଲିବାକୁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଏହି ଶିବଲିଙ୍ଗ | ଶିବଲିଙ୍ଗକୁ ଦେଖି ଲୋକ ଭାବ ବିହ୍ଵଳ ହୋଇପଡୁଛନ୍ତି |

{"id":89489}

ଗୁଜରାଟର ରାଜ୍ୟପାଳ ଓ.ପି.କୋହଲି ଭବନାଥ ମନ୍ଦିରରେ ଧ୍ୱଜାରୋହଣ କରିଥିଲେ | ଏହାପରେ ଭକ୍ତଙ୍କ ଦର୍ଶନ ନିମନ୍ତେ ଶିବଲିଙ୍ଗ ଖୋଲାଯାଇଥିଲା | ଏହା ପୂର୍ବରୁ ଯୋଧପୁରରୁ ପାଖାପାଖି ୬୫ କି:ମି: ଦୂର ସଚ୍ଚିୟାୟ ମାତାଙ୍କ ମନ୍ଦିର ୩୩ ଫୁଟ ଉଚ୍ଚତା ବିଶିଷ୍ଟ ଶିବଲିଙ୍ଗ ତିଆରି କରାଯାଇଥିଲା | ଏଥିରେ ୨୫ ଲକ୍ଷ ରୁଦ୍ରାକ୍ଷ ଲାଗିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.