Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଦୁନିଆର ସବୁଠାରୁ ଦ୍ରୁତଗାମୀ କାର, ସ୍ପିଡ୍‌ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ, ଦାମ୍‌ ଜାଣନ୍ତୁ କେତେ …

26/11/2021 at 5:43 PM

ନୂଆଦିଲ୍ଲୀ, ୨୬/୧୧: ଦୁନିଆର ସବୁଠାରୁ ଦ୍ରୁତଗାମୀ କାର ନିର୍ମାଣ କରିବାକୁ ନେଇ ବିଭିନ୍ନ କମ୍ପାନୀଙ୍କ ମଧ୍ୟରେ ସର୍ବଦା ପ୍ରତିଯୋଗିତା ଲାଗିରହିଥାଏ । ଏଥିପାଇଁ କମ୍ପାନୀଗୁଡ଼ିକ ବାରମ୍ୱାର ଫେଲ୍‌ ହେବା ସତ୍ତ୍ୱେ ପ୍ରୟାସ ଜାରି ରଖିଥାନ୍ତି । କିଛିଦିନ ପୂର୍ବରୁ ଦୁନିଆର ସବୁଠାରୁ ସ୍ପିଡ୍‌ କାର୍‌ ଭାବେ ଗିନିଜ୍‌ ୱାର୍ଲ୍ଡ ରେକର୍ଡ କରିଥିଲା ବୁଗାଟି କମ୍ପାନୀ ନିର୍ମିତ ବେରୋନ୍‌ ସୁପର ସ୍ପୋର୍ଟ୍ସ କାର । ହେଲେ ଏହାର ରେକର୍ଡ ଏବେ ଭାଙ୍ଗି ଯାଇଛି । କାରଣ ଏହାର ରେକର୍ଡକୁ ଏକ ଅଜଣା କାର ଅତିକ୍ରମ କରି ସବୁଠାରୁ ସ୍ପିଡ୍‌ କାର ହୋଇଯାଇଛି ।

ସ୍ୱିଡେନ୍‌ର କମ୍ପାନୀ କୋନିଗସେଗ୍‌ର ନାମ ଆମ ଦେଶରେ ହୁଏତ ଖୁବ୍‌ କମ୍‌ ଲୋକ ଜାଣିଥିବେ । କିନ୍ତୁ ଏହି କମ୍ପାନୀ ୟୁରୋପର ଏକ ଜଣାଶୁଣା କାର କମ୍ପାନୀ ଏବଂ ଏହା ଦ୍ରୁତଗାମୀ କାର ନିର୍ମାଣ କରିବାରେ ଏହା ଆଗୁଆ ରହିଥାଏ । ହେଲେ ଏବେ ଏହି କମ୍ପାନୀ ଦୁନିଆର ସବୁଠାରୁ ଦ୍ରୁତଗାମୀ କାର ନିର୍ମାଣ କରିବାର ରେକର୍ଡ ନିଜ ନାମରେ କରିଛି । ଏହି କାରର ନାମ Koenigsegg Agera RS । ଏକ ରିପୋର୍ଟ ମୁତାବିକ ଏହି କାର ୪୪୭ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତି କରି ରେକର୍ଡ କରିଛି । ଯାହାକି ବୁଗାଟିର ପୁରୁଣା ରେକର୍ଡ ୪୩୧କୁ ଅତିକ୍ରମ କରିଛି ।

ଏହିପରି ବୁଗାଟିର ୱାର୍ଲ୍ଡ ରେକର୍ଡକୁ ଏହି କାର ଭାଙ୍ଗିବା ସହିତ ଦୁନିଆର ସବୁଠାରୁ ଦ୍ରୁତଗାମୀ କାର ପାଲଟି ଯାଇଛି । ତେବେ ବର୍ତ୍ତମାନ ଆପଣ ଜାଣିବାକୁ ଏହି କାରର ଦାମ୍ କେତେ ହୋଇଥିବ । ଆପଣଙ୍କୁ କହି ରଖୁଛୁ ଯେ, ଏହା ଡୁଆଲ୍‌ ଟର୍ବୋ ଆଲୁମିନିୟମ୍ ୫.୦ ଲିଟର V8 ଇଞ୍ଜିନ୍ ସହିତ ରହିଛି । ଏହି ଇଞ୍ଜିନ୍ ୧୨୮୦Nm ପର୍ଯ୍ୟନ୍ତ ଟର୍କ ଉତ୍ପାଦନ କରିବାରେ ସକ୍ଷମ । ଏହି କାରରେ ଗତି ସହିତ ନିରାପତ୍ତାର ସମସ୍ତ ଫିଚର ମଧ୍ୟ ରହିଛି । ଏହି କାରର ମୂଲ୍ୟ ବିଷୟରେ କହିବାକୁ ଗଲେ, ଦୁନିଆର ଦ୍ରୁତତମ କାର କୋଏନିଗସେଗ୍ର ଆଗେରା ଆରଏସ୍ ମୂଲ୍ୟ ପ୍ରାୟ ୨୭ କୋଟି ଟଙ୍କା ବୋଲି ଜଣାପଡ଼ିଛି ।

   Related Posts