Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଅସନା ମୋଜାରୁ ବାହାରୁଥିବା ଗନ୍ଧ ଶୁଂଘିଛନ୍ତି ? ସେହି ଗନ୍ଧରୁ ମଧ୍ୟ ଅଧିକ ଦୁର୍ଗନ୍ଧ ଏହି ଫଳ : ମୂଲ୍ୟ ୩୫ ହଜାର ଟଙ୍କା

2/02/2019 at 5:21 PM

ଦ୍ୟୁରିଆନ ଫ୍ରୁଟ ନାମରେ ପ୍ରସିଦ୍ଧ ଏହି ଫଳ ଇଣ୍ଡୋନେସିଆରେ ମିଳିଥାଏ | ଇଣ୍ଡୋନେସିଆରେ ଏହି ଫଳର ମୂଲ୍ୟ ୫୦୦ ଡଲାର | ଭାରତୀୟ ମୁଦ୍ରାରେ ଏହି ଫଳର ମୂଲ୍ୟ ୩୫,୭୩୦ ଟଙ୍କା | ଏହି ଫଳର ବିଶେଷତ୍ୱ ହେଲା ଏହା ଦୁନିଆର ସବୁଠାରୁ ଦୁର୍ଗନ୍ଧ ଯୁକ୍ତ ଫଳ | ଏହି ଫଳ ଯେଉଁ ଷ୍ଟୋରରେ ବିକ୍ରି ହୁଏ, ସେଠାରେ ଅଲଗା ବାସ୍କେଟରେ ସାଟିନ କପଡାରେ ଗୁଡ଼ାଇ ରଖାଯାଏ | ଏହି ଦୁର୍ଗନ୍ଧ ଯୁକ୍ତ ଫଳର କ୍ରେଜ ଏତେ ଅଧିକ ଯେ ଲୋକେ ଏହି ଫଳ ସହିତ ସେଲଫି ମଧ୍ୟ ନେଇଥାନ୍ତି |


ଦକ୍ଷିଣ ଏସିଆରେ ଏହି ଫଳକୁ ଫଳମାନଙ୍କ ରାଜା କୁହାଯାଏ | ଏହି ଫଳ କ୍ରିମା ଭଳି | ଯେଉଁଥିପାଇଁ ଲୋକଙ୍କୁ ଏହି ଫଳ ବହୁତ ପସନ୍ଦ | ଏହି ଫଳର ଗନ୍ଧ ନାଳ କିମ୍ବା ଆସନା ମୋଜା ଭଳି | ଏହି ଫଳ ଯେ-କ୍ୱିନ ବ୍ରାଣ୍ଡର | ଯେ-କ୍ୱିନ ବ୍ରାଣ୍ଡର ଏହା ସବୁଠାରୁ ଫଳ ବୋଲି ଲୋକେ କୁହନ୍ତି | ଯେଉଁଥିପାଇଁ ଏହି ଫଳ ବହୁତ ମହଙ୍ଗା |


ଯେଉଁ ସୁପର ମାର୍କେଟରେ ଏହି ଫଳ ବିକ୍ରି ହୁଏ ସେହି ସୁପର ମାର୍କେଟର ମ୍ୟାନେଜର କହିଛନ୍ତି ଯେ, ଯେଉଁ ଲୋକଙ୍କୁ ଏହି ଫଳ ବହୁତ ପସନ୍ଦ ସେମାନେ ନିଜ ନାଁ ଗୁପ୍ତ ରଖିବାକୁ ପସନ୍ଦ କରିଥାନ୍ତି | ଇନଷ୍ଟାଗ୍ରାମରେ ଏହି ଫଳ ଅଭୁତ ଲୋକପ୍ରିୟ | ଇନଷ୍ଟାଗ୍ରାମ ୟୁଜର ଏହି ଫଳର ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି |


କେହି କେହି ଏହାର ଆକାରକୁ ନେଇ ପ୍ରଶଂସା କରିଥାନ୍ତି ତ କେହି କେହି ଏହାର ଗନ୍ଧକୁ ନେଇ ପ୍ରଶଂସା କରିଥାନ୍ତି | ଏହି ଫଳ ଏତେ ମୂଲ୍ୟବାନ ହେବାର କାରଣ ହେଉଛି ଏହାର ଔଷଧୀୟ ଗୁଣ । ଏହା ଏଣ୍ଟି ଏଜିଂ ହୋଇଥିବାବେଳେ କ୍ୟାନସର ଭଳି ରୋଗର ନିରୋଧକ ହୋଇଥାଏ । ଏହା ବ୍ୟତୀତ ଅନିଦ୍ରା, ବଦହଜମି ଆଦି ରୋଗର ମଧ୍ୟ ଅମୋଘ ଔଷଧ ହୋଇଥାଏ ।

   Related Posts