ବିଶ୍ୱର ସବୁଠାରୁ ଛୋଟ ବନ୍ଧୁକ: ଓଜନ ୧୯.୮ ଗ୍ରାମ୍, ଆକାର ଛୋଟ ହେଲେ ବି ନେଇପାରେ ଜୀବନ, ଦାମ୍ ଏତିକି ଲକ୍ଷ

Published By : Prameya-News7 Bureau | October 23, 2021 IST

ନୂଆଦିଲ୍ଲୀ ୨୩/୧୦ : ବିଶ୍ୱର ସବୁଠାରୁ ଛୋଟ ବନ୍ଧୁକ ଦାମ ଲକ୍ଷ ଲକ୍ଷ ଟଙ୍କା। ଏହି ବନ୍ଧୁକର ଓଜନ ୧୯.୮ ଗ୍ରାମ। ହାତ ପାପୁଲିରେ ଧରିବାକୁ ଏହା ବହୁତ ଛୋଟ। ଏହି ବନ୍ଧୁକ କିଣିବାକୁ ଆପଣଙ୍କୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ବିଶ୍ୱର ସବୁଠାରୁ ଛୋଟ ବନ୍ଧୁକ 'ସ୍ୱିସ୍ ମିନି ଗନ୍' ଅନ୍ୟ ବନ୍ଧୁକ ଭଳି ହିଁ କାମ କରେ ଓ ଫାୟାର ବି କରିପାରେ। ସବୁଠାରୁ ଛୋଟ ବନ୍ଧୁକ ହୋଇଥିବାରୁ ଏହା ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି।

ଏହି ବନ୍ଧୁକର ଲମ୍ବା ୫.୫ ସେମି, ଚୌଡା ୧ ସେମି ଓ ଓଜନ ମାତ୍ର ୧୯.୮ ଗ୍ରାମ। ଆମେରିକା ଓ ବ୍ରିଟେନ ଭଳି ଦେଶରେ ଏହାର ଆକାର ପାଇଁ ଏହାର ଆମଦାନୀ ବ୍ୟାନ କରାଯାଇଛି। କାରଣ ଏହାକୁ କପଡା ଓ ଅନ୍ୟ ସାମଗ୍ରୀ ଭିତରେ ସହଜରେ ଲୁଚାଇ ହୁଏ।

{"id":532116,"sizeSlug":"full","linkDestination":"none"}

C1ST ଷ୍ଟେନଲେସ ଷ୍ଟିଲ ମଡେଲ ତିଆରି କରିବାକୁ ସେହି ଟେକନିକ ବ୍ୟବହାର କରାଯାଇଛି ଯାହା ସ୍ୱିସ୍ ଘଣ୍ଟା ଓ ଗହଣା ନିର୍ମାଣ ପାଇଁ କରାଯାଇଥାଏ। ଏହି ବନ୍ଧୁକରେ ଏକ ଷ୍ଟାଇଲିସ ଲେଦର ହୋଲ୍ଡର ମଧ୍ୟ ଲାଗିଛି। ବନ୍ଧୁକରେ ୨୪ ଗୁଳି ରହିପାରିବ। ଏହାକୁ ଚାବି ପେନ୍ଥା ସାହାଯ୍ୟରେ ବେଲ୍ଟରେ ଲଗାଯାଇପାରିବ। ଏହିସବୁ ବିଶେଷ ଗୁଣ ଥିବାରୁ ଏହି ବନ୍ଧୁକର ଦାମ ୫ ଲକ୍ଷରୁ ବି ଅଧିକ। ବନ୍ଧୁକର ସୁନା ସଂସ୍କରଣ ମଧ୍ୟ ଉପଲବ୍ଧ। ଏହା ଗ୍ରାହକଙ୍କ ଖାସ ଚାହିଦା ମୁତାବକ ତିଆରି କରାଯାଇଥାଏ।

{"id":532118,"width":634,"height":469,"sizeSlug":"full","linkDestination":"none"}

ଏହି ବନ୍ଧୁକର ନାଁ C1ST | ବନ୍ଧୁକ ନିର୍ମାଣକାରୀ କହିଛନ୍ତି ଯେ ଏହି ଛୋଟ ବନ୍ଧୁକ କାହାର ଜୀବନ ନେବା ବହୁତ ମୁସ୍କିଲ କାରଣ ଏହାର କ୍ଷମତା ୧ ଜୁଲରୁ ମଧ୍ୟ କମ୍। କାହାକୁ ମାରିବାକୁ ହେଲେ ବନ୍ଧୁକର ଆକାର ହିସାବରେ ଛୋଟ ଗୁଳିରେ ବ୍ୟକ୍ତିର ମସ୍ତିସ୍କର ସବୁଠାରୁ ଦୁର୍ବଳ ଅଂଶରେ ପାଖରୁ ହମଲା କରିବାକୁ ହେବ। ସେ କହିଛନ୍ତି ଯେ ବନ୍ଧୁକ ଜଣକର ଜୀବନ ନେଇପାରିବ କିନ୍ତୁ ହମଲା କେତେ ପାଖରୁ କରାଯାଉଛି ତାହା ଉପରୁ ନିର୍ଭର କରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.