Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଦୁନିଆର ସବୁଠୁ ଧିମା ଚେଜ୍‌: ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଏମିତି ଗୋଡ଼ାଇଲା ପୋଲିସ

17/01/2021 at 4:07 PM

ନୂଆଦିଲ୍ଲୀ ୧୭/୦୧: ଧିର ପାଣି ପଥର କାଟେ। ଜଣେ ଟ୍ରାଫିକ୍‌ ଉଲ୍ଲଂଘନକାରୀ କାର ଡ୍ରାଇଭରଙ୍କୁ ଧରିବା ପାଇଁ ପୋଲିସ ସବୁଠୁ ଧିରେ ଗାଡ଼ି ଚଳାଇଛି। ବିଶ୍ବର ପ୍ରଥମ ଥର ନିୟମ ଉଲ୍ଲଂଘନକାରୀଙ୍କୁ ଧରିବା ପାଇଁ ପୋଲିସ ଭ୍ୟାନ୍‌କୁ ୩ ମିଟର ପ୍ରତି ଘଣ୍ଟା ବେଗରେ ଚଳାଇଥିଲା। ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଜଣେ ବୟସ୍କା ଡ୍ରାଇଭରଙ୍କୁ ବ୍ରିଟେନର ଡର୍ବିସାୟର ପୋଲିସ ଗେଣ୍ଡା ବେଗରେ ପିଛା କରିଥିଲା। ଯାହାକୁ ବିଶ୍ବର ସବୁଠୁ ଧିମା ପୋଲିସ ଚେଜ୍‌ ବୋଲି ମଧ୍ୟ କୁହାଯାଉଛି। ବ୍ରିଟେନ୍‌ରେ ବରଫାବୃତ କାଚ ଥିବା ଗାଡ଼ି ଚଳାଇବା ବି ଟ୍ରାଫିକ୍‌ ନିୟମର ଉଲ୍ଲଂଘନ । ତେଣୁ ଜଣେ ବୃଦ୍ଧା ସେମିତି ଗାଡ଼ି ନେଇ ଟ୍ରାଫିକ୍‌ରେ ଯିବା ପରେ ପୋଲିସ ତାଙ୍କୁ ପିଛା କରିଥିଲା। ପୋଲିସ ବୃଦ୍ଧାଙ୍କ ଗାଡ଼ିକୁ ୩ ମିଟର ପ୍ରତି ଘଣ୍ଟା ବେଗରେ ପିଛା କରୁଥିଲା।

ତେବେ ବୃଦ୍ଧାଙ୍କୁ ପୋଲିସ ପିଛା କରିବା ବେଳେ ସେ ଗାଡ଼ିଟିକୁ ନେଇ ଏକ ଖୁଣ୍ଟରେ ପିଟି ଦେଇଥିଲେ। ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଥିବା ବେଳେ ଏଥିରେ ଜଣେ ପୋଲିସ ଅଧିକାରୀ ‘ଦୁନିଆର ସବୁଠୁ ଧିମା ଧକ୍କା’ ବୋଲି କହୁଥିବା ଶୁଣିବାକୁ ମିଳିଛି। ବୃଦ୍ଧାଙ୍କ କାର କାଚ ବରଫାବୃତ ହୋଇଥିବା ବେଳେ ସେ ଗାଡ଼ିଟିକୁ ଗେଣ୍ଡା ବେଗରେ ଚଳାଉଥିଲେ । ପୋଲିସ ତାଙ୍କୁ ସଚେତନ କରିବାକୁ ତାଙ୍କୁ ପିଛା କରିଥିଲା।

ବାରମ୍ବାର ଫ୍ଲାସ ଓ ସାଇରନ୍‌ ମାରିବା ପରେ ବି ବୃଦ୍ଧା ଗାଡ଼ି ଅଟକାଇନଥିଲେ। ପୋଲିସ ତାଙ୍କ ଗାଡ଼ି ପଛେ ପଛେ ୩ ମିଟର ପ୍ରତି ଘଣ୍ଟା ବେଗରେ ପିଛା କରୁଥିଲା। ତେବେ ବୃଦ୍ଧାଜଣଙ୍କ ଗାଡ଼ିକୁ ନେଇ ଟ୍ରାଫିକ୍‌ ପୋଷ୍ଟରେ ଥିବା ଏକ ପଥରରେ ଧକ୍କା ଦେବା ପରେ ଅଟକି ଯାଇଥିଲେ।

   Related Posts