ବିଶ୍ବର ସବୁଠାରୁ ଛୋଟ ମଣିଷଙ୍କ ମୃତ୍ୟୁ, ଦିର୍ଘ ଦିନ ହେବ ନିମୋନିଆ ରୋଗରେ ଆକ୍ରାନ୍ତ ଥିଲେ ଖଗେନ୍ଦ୍ର

Published By : Prameya-News7 Bureau | January 18, 2020 IST

କାଠମାଣ୍ଡୁ ୧୮।୦୧: ବିଶ୍ବର ସବୁଠାରୁ ଗେଡା ମଣିଷ ଭାବେ ରେକର୍ଡ କରିଥିବା ନେପାଳର ଖଗେନ୍ଦ୍ର ଥାପା ମାଗରଙ୍କ ନିଧନ ହୋଇଯାଇଛି । ଖଗେନ୍ଦ୍ର ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ତାଙ୍କ ଭାଇ ମହେଶ ଥାପା ମାଗର ଜଣାଇଛନ୍ତି । ମୃତ୍ୟୁ ବେଳକୁ ଖଗେନ୍ଦ୍ରଙ୍କୁ ୨୭ବର୍ଷ ହୋଇଥିଲା ବୋଲି ଜଣାପଡିଛି ।

{"id":212922,"sizeSlug":"large"}

ଗତକିଛି ଦିନି ହେଲେ ଖଗେନ୍ଦ୍ର ନିମୋନିଆରେ ଆକ୍ରାନ୍ତ ହୋଇ ପୋଖରା ନିକଟସ୍ଥ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଦୀର୍ଘ ଦିନ ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଥିଲେ ଥିଲେ ଏହି ଗିନିଜ ବୁକ୍‌ ରେକର୍ଡଧାରୀ । ମେଡିକାଲରେ ଶୁକ୍ରବାର ଦିନ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ପୋଖରା ନିକଟରେ ସେ ନିଜ ମାତା-ପିତାଙ୍କ ସହ ବସବାସ କରୁଥିଲେ । ମାତ୍ର ୬୭.୮ ସେଣ୍ଟିମିଟର ଉଚ୍ଚତା ଖଗେନ୍ଦ୍ର ଦୁନିଆର ସବୁଠାରୁ ଗେଡା ମଣିଷ ଭାବେ ଗିନିଜ ବୁକ୍‌ ଅଫ୍‌ ଓ୍ବାର୍ଡ ରେକର୍ଡରେ ସମ୍ନାନିତ ହୋଇଛନ୍ତି ।

{"id":212923,"width":575,"height":319,"sizeSlug":"large"}

ଖଗେନ୍ଦ୍ର କେବଳ ନିଜର ନାମ ଉଜ୍ଜଳ କରିନାହାନ୍ତି ବରଂ ଦେଶର ନାମ ମଧ୍ୟ ଉଜ୍ଜଳ କରିଛନ୍ତି ବୋଲି ତାଙ୍କ ବାପା କହିଛନ୍ତି । ୪ଅକ୍ଟୋବର ୧୯୯୨ରେ ନେପାଳର ବାଗଲୁଂଗ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ଖଗେନ୍ଦ୍ର ।  ତେବେ ତାଙ୍କ ପିତାଙ୍କ କହିବାନୁସାରେ ସେ ଜନ୍ମ ହେବା ସମୟରେ ତାଙ୍କ ଆକାର ଏତେ ଥିଲେ ଯେ, ସେ ମଣିଷର ହାତ ପାପୁଲିରେ ରହିଯାଉଥିଲେ । ୨୦୧୦ ମସିହାରେ ଖଗେନ୍ଦ୍ରଙ୍କୁ ୧୮ ବର୍ଷ ବୟସ ହୋଇଥିବା ସମୟରେ, ତାଙ୍କୁ ବିଶ୍ବର ସବୁଠାରୁ ଗେଡା ମଣିଷ ଭାବେ ଗିନିଜ ବୁକ୍‌ ଅଫ୍‌ ଓ୍ବାର୍ଲ୍ଡରେ ରେକର୍ଡରେ ସମ୍ନାନିତ କରାଯାଇଥିଲା । ସେପଟେ ଖଗେନ୍ଦ୍ରଙ୍କ ପିତା ହେବା ଏକ ଗର୍ବର ବିଷୟ ବୋଲି ତାଙ୍କ ପିତା କହିଛନ୍ତି ।

{"id":212921,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.