ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ପୁରସ୍କାରରେ ଦେବେ ୭୩୦ କୋଟି ଟଙ୍କା: କରିବାକୁ ହେବ ଏହି କାମ
23/01/2021 at 6:58 PM

ନୂଆଦିଲ୍ଲୀ ୨୩/୦୧ : ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ କାର୍ବନ୍ ଡାଇଅକ୍ସାଇଡ ନିର୍ଗମନ କମ୍ କରୁଥିବା କାର୍ବନ୍ କ୍ୟାପଚର୍ ଟେକ୍ନୋଲୋଜି ସମ୍ପର୍କରେ ସୂଚନା ଦେବା ବ୍ୟକ୍ତିଙ୍କୁ ୧୦ କୋଟି ଡଲାର ଅର୍ଥାତ ୭୩୦ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ଏଲନ ମସ୍କ ଦୁନିଆର ସବୁଠାରୁ ବଡ ଇଲେକ୍ଟ୍ରିକ କାର ନିର୍ମାତା କମ୍ପାନୀ ଟେସ୍ଲା Tesla Inc. ଓ Space X ର ସିଇଓ। ଏହି ପୁରସ୍କାର ସମ୍ପର୍କରେ ଏଲନ ନିଜ ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, “ବେଷ୍ଟ କାର୍ବନ୍ କ୍ୟାପଚର୍ ଟେକ୍ନୋଲୋଜି ପାଇଁ ମୁଁ ୧୦୦ ମିଲିୟନ ଦଳର ପୁରସ୍କାର ଘୋଷଣା କରୁଛି।” ଆଉ ଏକ ଟ୍ୱିଟରେ ସେ ଲେଖିଛନ୍ତି, “ବାକି ଡିଟେଲ୍ସ ଆସନ୍ତା ସପ୍ତାହରେ”
ଏଲନ ମସ୍କ ଏତେ ବଡ ପୁରସ୍କାର ରାଶି ଘୋଷଣା କରିବା ପରେ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି ହୋଇଛି। ତାଙ୍କର ଏହି ଟ୍ୱିଟକୁ ଏବେ ସୁଦ୍ଧା ୩ ଲକ୍ଷରୁ ଅଧିକ ଲାଇକ ଓ କମେଣ୍ଟ ମିଳିସାରିଛି।
ରାଇଟର୍ସ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନକୁ ରୋକିବାକୁ ପ୍ଲାନେଟ ୱାର୍ମିଙ୍ଗ ଉତ୍ସ ନିର୍ଗମନକୁ କମ କରିବା ଅନେକ ଯୋଜନାର ଏକ ମହତ୍ଵପୂର୍ଣ୍ଣ ଅଂଶ ହୋଇଛି। ଟେକ୍ନୋଲୋଜି ବର୍ତ୍ତମାନ ଏତେ ଉନ୍ନତି କରିନାହିଁ ଯେ ବାୟୁରୁ କାର୍ବନ ବାହାର କରିବା ପରିବର୍ତ୍ତେ ନିର୍ଗମନ ହ୍ରାସ ଉପରେ ଧ୍ୟାନ ଦେବା ଉଚିତ୍।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ କାହିଁକି କାର୍ବନ କ୍ୟାପିଚର୍ ଟେକ୍ନୋଲୋଜି ପାଇଁ ଏଲନ ମସ୍କ ଏତେ ବଡ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏହି ଘୋଷଣା ତାଙ୍କର ଅନେକ ବ୍ୟବସାୟ ସହ ଜଡିତ। ପରିବେଶ ସମସ୍ୟାର ବୈଷୟିକ ସମାଧାନ ଉପରେ ଏଲନଙ୍କ ଇଚ୍ଛା ରହିଛି। କାର୍ବନ କ୍ୟାପଚର ଏବଂ ଷ୍ଟୋରେଜ୍ ଅନେକ ଟେକ୍ନୋଲୋଜିରେ ଗଠିତ ଯାହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଗ୍ରୀନ୍ ହାଉସ୍ ଗ୍ୟାସ୍ କାର୍ବନ ଡାଇଅକ୍ସାଇଡକୁ ଟ୍ରାପ କରିବା ଏବଂ ଏହାକୁ ବାୟୁମଣ୍ଡଳରେ ପ୍ରବେଶରୁ ନିବୃତ୍ତ କରିବା।
ସୂଚନା ଅନୁଯାୟୀ, ଏହି ଗ୍ୟାସ ପୃଥିବୀରେ ବୃଦ୍ଧି ପାଉଥିବା ତାପମାତ୍ରା ପାଇଁ ଦାୟୀ। ଏହି ଟେକ୍ନୋଲୋଜି ପ୍ରୟୋଗ ଦ୍ୱାରା ପାୱାର ପ୍ଲାଣ୍ଟ, ଉଦ୍ୟୋଗ ବା ସିଧାସଳଖ ବାୟୁରୁ ନିର୍ଗମନକୁ କ୍ୟାପଚର କରାଯାଇପାରିବ। ବର୍ତ୍ତମାନ ଦୁନିଆରେ ପାଖାପାଖି ଦୁଇ ଡଜନ ବଡ ବଡ ପ୍ଲାଣ୍ଟ ଅଛି ଯେଉଁଠାରୁ ପ୍ରତିବର୍ଷ ୪ କୋଟି ମେଟ୍ରିକ ଟନ୍ କାର୍ବନ ଡାଇଆକ୍ସାଇଡ କ୍ୟାପଚର କରାଯାଇପାରିବ। ଏହା ଦୁନିଆର ବାର୍ଷିକ ନିର୍ଗମନର ପ୍ରାୟ ୦.୧ ପ୍ରତିଶତ।
ନିକଟରେ ବ୍ଲୁମବର୍ଗ ତରଫରୁ ଜାରି ହୋଇଥିବା କଟୀପତିଙ୍କ ତାଲିକାରେ ଏଲନ ମସ୍କ ଜେଫ ବେଯୋଶଙ୍କୁ ପଛରେ ପକାଇ ଦେଇଥିଲେ। ଏଲନ ମସ୍କର ନେଟୱର୍ଥ ୧୮୮.୫ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି।