ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଅଶ୍ଳୀଳ ଫଟୋ ଏବଂ ମେସେଜ ଭାଇରାଲ ପାଇଁ ଧମକ
9/02/2019 at 12:15 PM

ୱାସିଂଟନ ୯/୨ : ଦୁନିଆର ସବୁଠାରୁ ବଡ ବ୍ୟବସାୟୀ ତଥା ଆମାଜନର ସିଇଓ ଜେଫ ବେଯୋଶ ଏକ ଅଜବ ଅସୁବିଧାରେ ପଡିଯାଇଛନ୍ତି | ଦ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁଯାୟୀ, ତାଙ୍କର ଅଶ୍ଳୀଳ ଫଟୋ ଭାଇରାଲ ନେଇ ସେ ଆଜିକାଲି ଚିନ୍ତାରେ ପଡିଯାଇଛନ୍ତି | ଫଟୋ ପୁଣି ତାଙ୍କର ପୂର୍ବତନ ପ୍ରେମିକା ତଥା ଟିଭି ଆଙ୍କର ଲୋରେନ ସଞ୍ଚେଜଙ୍କ ସହ | ପ୍ରେମିକାଙ୍କ ସହ ଅଶ୍ଳୀଳ ଫଟୋ ଭାଇରାଲ କରିବା ନେଇ ବେଯୋଶଙ୍କୁ ବ୍ଲାକମେଲ କରାଯାଉଛି | ଏହା ପୂର୍ବରୁ ମଧ୍ୟ ଉଭୟଙ୍କ ବ୍ୟକ୍ତିଗତ ମେସେଜ ଏବଂ ଫଟୋ ଭାଇରାଲ ହୋଇଥିଲା | ଏବେ ପୁଣି ଅଶ୍ଳୀଳ ଫଟୋ ଭାଇରାଲ ନେଇ ଧମକପୂର୍ଣ ଫୋନ ଆସିବାରୁ ଚିନ୍ତାରେ ପଡିଯାଇଛନ୍ତି ବେଯୋଶ |

ଆମେରିକାନ ଟେବଲଏଡ ନ୍ୟାସନାଲ ଇନକ୍ଵାରିୟର ବିରୋଧରେ ବେଯୋଶ ବ୍ଲାକମେଲିଙ୍ଗ ଏବଂ ପ୍ରତାରଣା ଅଭିଯୋଗ କରିଛନ୍ତି | ବେଯୋଶଙ୍କ ଅନୁସାରେ, ଟେବଲାଇଡର ଓକିଲ ତାଙ୍କର ଏବଂ ପ୍ରେମିକା ଲୋରେନଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବ ପାଇଁ ଧମକ ଦେଇଛି | ମାଗାଜିନର ଓକିଲ ବେଯୋଶଙ୍କ ଓକିଲଙ୍କୁ ଇ-ମେଲ ଯୋଗେ ଧମକ ଦେଇଥିବା ଅଭିଯୋଗ ହୋଇଛି | ଏହା ପୂର୍ବରୁ ମଧ୍ୟ ଏହି ଟେବଲଏଡ ବେଯୋଶ ଏବଂ ଲୋରେନଙ୍କ ସଂପର୍କକୁ ନେଇ ଖୁଲାସା କରିଥିଲା |

ଟେବଲଏଡ ଦ୍ୱାରା ବ୍ଲାକମେଲିଙ୍ଗ କରାଯାଇଥିବା ପ୍ରସଙ୍ଗରେ ବେଯୋଶ କହିଛନ୍ତି ଯେ, ତାଙ୍କର ବ୍ୟକ୍ତିଗତ ଫଟୋ ସାର୍ବଜନୀନ ନକରାଯାଉ ବୋଲି ସେ ଚାହୁଁଛନ୍ତି | ମାଗାଜିନକୁ ତାଙ୍କର ଏବଂ ଲୋରେନଙ୍କ ବ୍ୟକ୍ତିଗତ ଫଟୋ କେମିତି ମିଳିଲା ସେ ନେଇ ବେଯୋଶ ଅନୁସଂଧାନ କରୁଛନ୍ତି | ଏହି ଅନୁସଂଧାନ ବନ୍ଦ କରିବା ପାଇଁ ବେଯୋଶଙ୍କୁ
ଟେବଲଏଡ ପକ୍ଷରୁ ଧମକ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି | ମାଗାଜିନର ପ୍ରକାଶକ ଚାହୁଁନାହାନ୍ତି ଯେ, ଏହି ଯାଞ୍ଚ ପୁରା ହେଉ |

ଗୁରୁବାର ଦିନ ବେଯୋଶ ଏ ସମ୍ବନ୍ଧରେ ଏକ ବ୍ଲଗ ମଧ୍ୟ ପୋଷ୍ଟ କରିଥିଲେ | ବ୍ଲଗରେ ସେ କହିଥିଲେ ଯେ, ନ୍ୟାସନାଲ ଇନକ୍ଵାରିୟରର ପ୍ରକାଶକ ଏଏମଆଇ ଚାହୁଁଛନ୍ତି ଯେ, ସେ ସାର୍ବଜନିକ ଭାବେ କୁହନ୍ତୁ ଯେ, ବେଯୋଶଙ୍କ ବିବାହ ବିଛେଦ ଏବଂ ପ୍ରେମିକା ଲୋରେନଙ୍କ ସହ ସମ୍ପର୍କକୁ ନେଇ କଭରେଜ ପଛରେ କୌଣସି ରାଜନୈତିକ କାରଣ ନାହିଁ | କିଛି ଦିନ ପୂର୍ବରୁ ମାଗାଜିନ ବେଯୋଶ ଏବଂ ଲୋରେନଙ୍କ ସମ୍ପର୍କ ଏବଂ ଉଭୟଙ୍କ ଡେଟିଂ ଫଟୋ ସହ ବ୍ୟକ୍ତିଗତ ମେସେଜର ପ୍ରକାଶ କରିଥିଲା | ଏହାଛଡା ଲୋରେନଙ୍କ ସହ ସମ୍ପର୍କ ଯୋଗୁଁ ବେଯୋଶ ପତ୍ନୀ ମେକେଞ୍ଜିଙ୍କୁ ଛାଡପତ୍ର ଦେଇଥିବା ମାଗାଜିନରେ ପ୍ରକାଶିତ ହୋଇଥିଲା |

ମାଗାଜିନ ଦାବି କରିଥିଲା ଗତ ୪ ମାସ ହେଲା ତାଙ୍କ ଟିମ ବେଯୋଶଙ୍କ ଗତିବିଧି ଉପରେ ନଜର ରଖିଛି | ମାଗାଜିନ ଟିମ ୪୦ ହଜାର କି:ମି: ପର୍ଯ୍ୟନ୍ତ ବେଯୋଶଙ୍କ ପିଛା କରିଥିଲେ ବୋଲି କହିଛି ମାଗାଜିନ | ମାଗାଜିନ ଆହୁରି ଦାବି କରିଛି ଯେ, ବେଯୋଶ ନିଜର ୪୫୫ କୋଟି ମୂଲ୍ୟର ବ୍ୟକ୍ତିଗତ ବିମାନରେ ପ୍ରେମିକାଙ୍କୁ ଅନେକ ସହର ବୁଲାଇଥିଲେ | ମାଗାଜିନ ଦାବି କରିଛି ଯେ, ବେଯୋଶ ଗତ କିଛି ମାସ ମଧ୍ୟରେ ପ୍ରେମିକାଙ୍କୁ ଅଶ୍ଳୀଳ ଫଟୋ ଏବଂ ମେସେଜ ପଠାଇଥିଲେ | ଏ ସବୁର ପୁରା ଖବର ତାଙ୍କ ପାଖରେ ଅଛି ବୋଲି କହିଛି ମାଗାଜିନ | ମାଗାଜିନ ଧମକ ଦେଇଛି ଯେ, ୧୧ ପୃଷ୍ଠା ବିଶିଷ୍ଟ ଏହି ରିପୋର୍ଟ ସହ ବେଯୋଶଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବ |