ପୃଥିବୀରେ ବଞ୍ଚିଛି ଏକମାତ୍ର ଧଳା ଜିରାଫ୍‌, ଶିକାରୀଙ୍କ ପାଖରୁ ରକ୍ଷା କରିବାକୁ ଶରୀରରେ ଲାଗିଛି ଜିପିଏସ୍‌

Published By : Prameya-News7 Bureau | November 18, 2020 IST

ନୂଆଦିଲ୍ଲୀ ୧୮/୧୧: ବିଶ୍ବାସ କରାଯାଉଛି ଦୁନିଆର ଏକମାତ୍ର ଧଳା ଜିରାଫ ଜୀବିତ ଅଛି। ଶିକାରୀ ନଜରରୁ ବର୍ତ୍ତି ଯାଇଛି କେବଳ ଗୋଟିଏ ଧଳା ଜିରାଫ୍‌। ତେବେ ଏହି ଜିରାଫର ଗତି ବିଧି ଉପରେ ନଜର ରଖିବାକୁ ପଶୁ ଉଦ୍ଧାରକାରୀ ଦଳ ତା ଦେହରେ ଏକ ଜିପିଏସ୍‌ ଲଗାଇ ଦେଇଥିବା ଜଣାପଡ଼ିଛି।

{"id":363915,"width":586,"height":328,"sizeSlug":"large"}

ଜିରାଫ୍‌ଟି ଏକ ମାଈ ଜିରାଫ ସହ ନଜର ଆସୁଥିବା ବେଳେ ତାର ଏକ ଛୋଟ ଛୁଆକୁ ଶିକାରୀ ମାରି ଦେଇଥିବା ଇସକବିନି ହିରୋଲା ସମ୍ପ୍ରଦାୟ ପକ୍ଷରୁ ଏନେଇ ସୂଚନା ମିଳିଛି। ତେବେ ଜିରାଫର ମୁଣ୍ଡରେ କାନ ଆକୃତିର ଥିବା ଅଙ୍ଗରେ ଟ୍ରାକିଂ ଡିଭାଇସ୍‌ ଲଗାଇ ଦିଆଯାଇଛି। ଯାହା ଦ୍ବାରା ଉଦ୍ଧାରକାରୀ ଦଳ ଜିରାଫ୍‌ର ଉପସ୍ଥିତି ସମ୍ପର୍କ​‌ରେ ଜାଣିପାରିବେ। ପ୍ରତି ଘଣ୍ଟାରେ ଏହାର ଅବସ୍ଥିତି ଓ ସ୍ବାସ୍ଥ୍ୟ ବସ୍ଥା ଜାଣିବା ପାଇଁ ଟ୍ରାକିଂ ଉପକରଣ ଲଗାଯାଇଥିବା କୁହାଯାଉଛି।

{"id":363916,"width":591,"height":393,"sizeSlug":"large"}

ଏକ ଆନୁବଂଶିକ ସଂରଚନା ଯାହାକୁ ଲିଉସିଜମ୍‌ ବୋଲି କୁହାଯାଏ । ଏଥିପାଇଁ ଜିରାଫ୍‌ର ରଙ୍ଗ ଧଳା ହୋଇଛି। କିନ୍ତୁ ଏଭଳି ଜିରାଫ୍‌ର ଶିକାର ଶିକାରୀ କରିପାରନ୍ତି ବୋଲି ଆଶଙ୍କା ବୃଦ୍ଧି ପାଇଛି। ନଭେମ୍ବର ୮ରେ ଜିରାଫ୍‌ ଶରୀରରେ ଜିପିଏସ୍‌ ଲଗାଯାଇଛି। ପୂର୍ବ କେନିଆର ଅବସ୍ଥିତ ଗ୍ରସିଆ କଣ୍ଟ୍ରି ସ୍ଥିତ ଜଙ୍ଗଲରେ ଥିବା ଜିରାଫ୍ ଗତିବିଧି ଉପରେ ରେଞ୍ଜର୍ସ ନଜର ରଖିଛନ୍ତି।

ଚଳିତ ବର୍ଷ ମାର୍ଚ୍ଚରେ ଶିକାରୀ ଅନ୍ୟ ଦୁଇ ଧଳା ଜିରାଫ୍‌ର ଶିକାର କରିଛନ୍ତି। ୨୦୧୭ରେ ଧଳା ଜିରାଫ୍‌ ତା ପିଲା ସହ ଠାବ ହୋଇଥିଲା। ସେ ଏକ ଛୁଆ ଜିରାଫ୍‌କୁ ପୂର୍ବ ବର୍ଷ ଅଗଷ୍ଟରେ ଜନ୍ମ ଦେଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.