Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||
  • ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ପ୍ରମୋସନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି
  • ||
  • କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ୧୩ଟି ବୁଥରେ ମତଦାନ
  • ||

ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି ବବ୍ ୱେଟନଙ୍କ ୧୧୨ ବର୍ଷ ବୟସରେ ମୃତ୍ୟୁ

29/05/2020 at 3:16 PM

ଲଣ୍ଡନ ୨୯/୦୫ : ବ୍ରିଟେନ ତଥା ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କର ୧୧୨ ବର୍ଷ ବୟସରେ ମୃତ୍ୟୁ ହୋଇଛି | ୧୧୨ ବର୍ଷ ବୟସରେ ମୃତ୍ୟୁ ହୋଇଥିବା ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି ହେଲେ ବବ୍ ୱେଟନ୍ | ବବ୍ ୱେଟନ୍ କ୍ୟାନସରରେ ପୀଡିତ ଥିଲେ | କ୍ୟାନସର ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ସ୍ପଷ୍ଟ କରିଛନ୍ତି | ଅବସରପ୍ରାପ୍ତ ଶିକ୍ଷକ ତଥା ଅଧ୍ୟାପକ ଉଭୟ ବିଶ୍ୱଯୁଦ୍ଧ ଦେଖିଛନ୍ତି | ୨ଟି ବିଶ୍ୱଯୁଦ୍ଧ ସହ ସ୍ପେନିସ ଫ୍ଲୁ, ସୋଭିଏତ ୟୁନିଅନର ଉତ୍ଥାନ ପତ୍ତନ ଓ ଇଣ୍ଟରନେଟ୍ ଯୁଗ ମଧ୍ୟ ଦେଖିଛନ୍ତି | ତାଙ୍କ ଜୀବନକାଳ ମଧ୍ୟରେ ୨୬ ଜଣ ପ୍ରଧାନମନ୍ତ୍ରୀ ଆସିଛନ୍ତି ଓ ଯାଇଛନ୍ତି | ବବ୍ ୱେଟନଙ୍କ ପରେ ବର୍ତ୍ତମାନ ରୋମାନିଆର ଡୁମିତ୍ରୁ କୋମାନେସୁ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି ଯାହାଙ୍କ ବୟସ ୧୧୧ ବର୍ଷ ୨୦୨ ଦିନ |

ବବ୍ ୱେଟନ୍ ୧୯୦୮ ମସିହା ମାର୍ଚ୍ଚ ୨୯ ତାରିଖରେ ପୂର୍ବ ୟୋକସିର ଅନ୍ତର୍ଗତ ହଲରେ ଜନ୍ମ ଗ୍ରହଣ କରିଥିଲେ | ଏହିଦିନ ବ୍ରିଟେନର ବୟସ୍କ ମହିଳା ଜୋଆନ୍ ହୋକାର୍ଡ ମଧ୍ୟ ଜନ୍ମ ହୋଇଥିଲେ | ତାଙ୍କ ପଛକୁ ଅଛନ୍ତି ଦେଶର ଦ୍ୱିତୀୟ ବୟସ୍କ ମହିଳା ଭାଓଲେଟ୍ ଈଭାନ ୧୯୦୮ ମସିହା ମାର୍ଚ୍ଚ ୩୦ ତାରିଖରେ ଜନ୍ମ ହୋଇଥିଲେ |

ବବ୍ ୱେଟନଙ୍କ ୩ ସନ୍ତାନ, ୧୦ ନାତି-ନାତୁଣୀ ଓ ୨୫ ଅଣନାତି-ନାତୁଣୀ | ସେ ଇଂରାଜୀ ଶିକ୍ଷକ ଥିଲେ | ପରେ ମାରିନ୍ ଇଂଜିନିୟରିଂ ଅଧ୍ୟାପକ ଭାବେ ଜୀବନର ଅଧିକ ସମୟ ଅତିବାହିତ କରିଛନ୍ତି | ତାଙ୍କ ପୂର୍ବରୁ ଜାପାନର ଚିତେଷୁ ୱାଟାନାବେ ୧୧୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ | ମୃତ୍ୟୁର କିଛି ଦିନ ପୂର୍ବରୁ ତାଙ୍କୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ ସାର୍ଟିଫିକେଟ୍ ମିଳିଥିଲା | 

   Related Posts