Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆପଲ୍ ଧମାକା: ବିକ୍ରିରେ ଆଇଫୋନ୍ ୧୧ର ରେକର୍ଡ, ଦୁନିଆର ସବୁଠୁ ବେଶ ଅଧିକ ବିକ୍ରି ହ୍ୟାଣ୍ଡସେଟ୍

3/09/2020 at 4:01 PM

ନୂଆଦିଲ୍ଲୀ ୦୩/୦୯- ଏବେ ଅଧିକାଂଶ ସ୍ମାର୍ଟଫୋନ୍ କମ୍ପାନି ଶସ୍ତା ଫୋନ୍ ଆଣିବା ଦିଗରେ ପ୍ରୟାସ ଚଳାଇଛନ୍ତି। ମାତ୍ର ଆପଲ୍ ତା’ ପ୍ରିମିୟମ ସ୍ମାର୍ଟଫୋନ ପାଇଁ ବଜାର ହୁଲସ୍ତୁଲ କରିଛି। ଆପଲ୍‌ର ଆଇ ଫୋନ୍ ୧୧ ଦୁନିଆର ସବୁଠୁ ଅଧିକ ବିକ୍ରି ହୋଇଥିବା ସ୍ମାର୍ଟଫୋନ୍ ହୋଇଛି। ଆନାଲିଷ୍ଟ ଫାର୍ମ ଓମଡିଆ ରିପୋର୍ଟରେ ଏ ତଥ୍ୟ ସାମ୍ନାକୁ ଅାସିଛି।

ରିପୋର୍ଟ ଅନୁସାରେ ୨୦୨୦ର ପ୍ରଥମ ଛଅ ମାସରେ ଆଇଫୋନ୍ ୧୧ ପ୍ରାୟ ୩.୭୭ କୋଟି ୟୁନିଟ୍ ବିକ୍ରି ହୋଇଛି। ସେଥିପାଇଁ ଏହା ଏକ ନମ୍ବରରେ ରହିଛି। ଅନ୍ୟପକ୍ଷେ ଗତବର୍ଷ ମଧ୍ୟ ପ୍ରଥମ ଛଅ ମାସରେ ଆପଲର ଆଇଫୋନ୍ ଏକ୍ସଆର୍ ସବୁଠୁ ଅଧିକ ବିକ୍ରି ହୋଇଥିବା ଫୋନ୍ ତାଲିକାରେ ସାମିଲ ଥିଲା।

ପ୍ରଥମ ୬ ମାସ ଫୋନ୍ ବିକ୍ରି ମାମଲାର ଦ୍ବିତୀୟ ସ୍ଥାନରେ ସାମସଙ୍ଗ ଏ୫୧ ସ୍ମାର୍ଟଫୋନ୍ ରହିଛି। ଏହାର ସମୁଦାୟ ୧.୧୪ କୋଟି ୟୁନିଟ୍ ବିକ୍ରି ହୋଇଛି।  ଗତବର୍ଷ ଟପ୍ ୧୦ରେ ଚାରିଟି ସ୍ମାର୍ଟଫୋନ୍ ଦକ୍ଷିଣ କୋରିଅା କମ୍ପାନି ସାମସଙ୍ଗର ଥିଲା। ତାଲିକାର ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି ଶାଓମିର ରେଡମି ନୋଟ୍ ୮ ଏବଂ ୮ ପ୍ରୋ ସ୍ମାର୍ଟଫୋନ୍ । ସେହିପରି ପଞ୍ଚମ ସ୍ଥାନରେ ଆପଲ (ଆଇଫୋନ୍ ଏସଇ) ଅଛି।

ଆଇଫୋନ୍ ୧୧ରେ ୬.୧୦ ଇଞ୍ଚର ଏଚଡି ଡିସପ୍ଲେ ରହିଛି। ଏଥିରେ କମ୍ପାନିର ଏ୧୩ ବାୟୋନିକ ଚିପସେଟ୍ ବ୍ୟବହାର କରାଯାଇଛି। ଏହାର ବ୍ୟାକ୍ରେ ଡୁଆଲ କ୍ୟାମେରା ସେଟଅପ୍ ଅଛି। ଫୋନ୍ ବ୍ୟାକ୍‌ରେ ୧୨-୧୨ ମେଗାପିକସେଲର ଦୁଇଟି ସେନସର ମିଳିଥାଏ। ସେଲଫି ପାଇଁ ଏଥିରେ ୧୨ ମେଗାପିକସେଲର ଫ୍ରଣ୍ଟ କ୍ୟାମେରା ଅଛି।

   Related Posts