Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||
  • ପାଟଣା : ବିଷାକ୍ତ ଓ ଅପମିଶ୍ରିତ ମଦ ନେଲା ଜୀବନ ! ସ୍କୁଲ ବାରଣ୍ଡାର ବୃଦ୍ଧଙ୍କ ମୃତଦେହ ଠାବ
  • ||
  • ଚଣ୍ଡିଖୋଲ : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଯୁବତୀ ଗୁରୁତର
  • ||
  • ଚଣ୍ଡିଖୋଲ : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଯୁବତୀ ଗୁରୁତର
  • ||
  • ସିଙ୍ଘୁ ବର୍ଡରରୁ ଗିରଫ ହେଲା ସୁଟର, କୃଷକ ନେତାଙ୍କୁ ହତ୍ୟା କରିବା ପାଇଁ କରିଥିଲା ଯୋଜନା, ଦିଲ୍ଲୀ ପୋଲିସ ଉପରେ ଲଦିଲା ଦୋଷ
  • ||

ଏବେ ଭାରତରେ ମିଳିବ ଦୁନିଆର ସବୁଠାରୁ ବିଶୁଦ୍ଧ ପେଟ୍ରୋଲ, ଜାଣନ୍ତୁ କଣ ରହିଛି ଏହାର ଦାମ୍

2/04/2020 at 12:04 PM

ନୂଆଦିଲ୍ଲୀ, ୦୨|୦୪: ଏବେ ଭାରତ ସେହି ଦେଶ ତାଲିକାରେ ସାମିଲ ହୋଇଛି ଯେଉଁଠାରେ ସବୁଠାରୁ ବିଶୁଦ୍ଧ ପେଟ୍ରୋଲ ଓ ଡିଜେଲ ମିଳିଥାଏ । ନୂଆ ଆର୍ଥିକ ବର୍ଷରେ ଦେଶର ବିଭିନ୍ନ ତୌଳ କମ୍ପାନୀ ୟୁରୋ-୬ ମାନକ ବିଶିଷ୍ଟ ପେଟ୍ରୋଲ ଓ ଡିଜେଲର ଆମଦାନୀ ଆରମ୍ଭ କରିଦେଇଛନ୍ତି ।

ଏହି ଉନ୍ନତ ମାନର ପେଟ୍ରାଲ ଓ ଡିଜେଲ ବ୍ୟବହାର ଦ୍ୱାରା ମହାନଗରରେ ବୃଦ୍ଧି ପାଉଥିବା ପ୍ରଦୂଷଣ ଅନେକକ ମାତ୍ରାରେ କମ ହେବ । ତେବେ ଏହାର ଦାମରେ ଏକ ଟଙ୍କା ବୃଦ୍ଧି ହେବା ନେଇ ଅନୁମାନ କରାଯାଉଥିବା ବେଳେ ତୈଳ କମ୍ପାନୀମାନେ କିନ୍ତୁ ମୂଲ୍ୟ ବୃଦ୍ଧି କରିନାହାଁନ୍ତି । ବର୍ତ୍ତମାନ ଥିବା ପେଟ୍ରୋଲ ଦାମରେ ଏହା ଉପଲବ୍ଧ ହେବ ।

ଏଠାରେ କହିରଖୁଛୁ ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ୧୭ ବର୍ଷରେ ସବୁଠାରୁ କମ ସ୍ତରରେ ପହଁଚିଛି । ତେଣୁ ତୈଳ କମ୍ପାନୀମାନେ ସବୁଠାରୁ ବିଶୁଦ୍ଧ ପେଟ୍ରୋଲ ଓ ଡିଜେଲର ଦାମରେ ବୃଦ୍ଧି କରିନାହାଁନ୍ତି ।

ଦେଶର ସବୁଠାରୁ ବୃହତ ତୈଳ କମ୍ପାନୀ ଇଣ୍ଡିଆନ ଅଏଲର ଚେୟାରମ୍ୟାନ ସଞ୍ଜୀବ ସିଂ କହିଛନ୍ତି, କମ୍ପାନୀ ଶତ ପ୍ରତିଶତ ବିଏସ-୬ ପେଟ୍ରୋଲ, ଡିଜେଲର ଆମଦାନୀ ଆରମ୍ଭ କରିଦେଇଛି । ଦେଶର ସମସ୍ତ ୬୮,୭୦୦ ପେଟ୍ରାଲ ଟାଙ୍କିରେ ଏହି ଇନ୍ଧନ ବିକ୍ରି ଆରମ୍ଭ ହୋଇଛି ।

   Related Posts