ପୃଥିବୀର ସବୁଠୁ ବିଷାକ୍ତ ଗଛ, ପାଖକୁ ଗଲେ ହୁଏ ମୃତ୍ୟୁ
17/12/2018 at 4:33 PM

ପୁରାବିଶ୍ୱରେ ଅନେକ ବିଷାକ୍ତ ଗଛ ଅଛି। ଏମିତି ହିଁ ଏକ ଗଛ ଯାହା ବିଶ୍ୱର ସବୁଠୁ କ୍ଷତିକାରକ ଗଛ ବୋଲି କୁହାଯାଏ। ଗଛର ନାଁ ଗିନୀଜ ବୁକ ଅଫ ୱାର୍ଲଡ଼ ରେକର୍ଡରେ ମଧ୍ୟ ସାମିଲ ଅଛି। ଏହି ଗଛଟି ଫ୍ଲୋରିଡା ଏବଂ କେରେବିୟନ ଉପକୂଳରେ ଦେଖିବାକୁ ମିଳେ। ଗଛରୁ ବାହାରୁଥିବା ରସ ମଣିଷ ଚର୍ମରେ ପଡିଲେ ଛାଲ ବାହାରିଯାଏ। ସେଓ ଭଳିଆ ଦେଖାଯାଉଥିବା ଏଇ ଗଛର ଫଳ ଖାଇଲେ ମୃତ୍ୟୁ ହୋଇପାରେ।

ଭୁଲ ବସତଃ ଫଳର ରସ ଆଖିରେ କିଆଖିର ଆଖ ପାଖରେ ପଡିଲେ ମଧ୍ୟ ମଣିଷ ଅଂଧ ହୋଇପାରେ। କେବଳ ଏତିକି ନୁହଁ ଗଛର କାଠକୁ ଜଳେଇଲେ ସେଧୂଆଁରୁ ମଣିଷର ଦୃଷ୍ଟି ଶକ୍ତି ଚାଲିଯାଏ। ନିକୋଲା ଏଚ ଷ୍ଟିକଲୈଡ ନାମକ ଜଣେ ବୈଜ୍ଞାନିକ ଏହିଫଳକୁ ଚାଖି ଥିଲେ। ଷ୍ଟିକଲୈଡ ତାଙ୍କ ବନ୍ଧୁମାନଙ୍କ ସହ କେରେବିୟନ ଆଇଲେଣ୍ଡ ବୁଲିବାକୁ ଯାଇଥିଲେ।ମୌଜ ମସ୍ତିରେ ସେ ଫଳଟି ଚାଖିଥିଲେ। ଷ୍ଟିକଲୈଡ କହିଥିଲେ ଫଳଟି ଖାଇଲା ପରେ ତୁରଂନ୍ତ ଡାକ୍ତର ନଦେଖେଇଥିଲେ ତାଙ୍କ ମୃତ୍ୟୁ ହୋଇଥାନ୍ତା। ଏହି କାରଣ ପାଇଁ ଗଛ ପାଖରେ ଚେତାବନୀ ବୋର୍ଡ ଲାଗିଛି।