ଦୁନିଆର ସବୁଠୁ ଭୟଙ୍କର ଘର: ୧୦ ଘଣ୍ଟା ବିତାଇଲେ ମିଳିବ ୧୪ ଲକ୍ଷ ଟଙ୍କା

Published By : Prameya-News7 Bureau | October 28, 2019 IST

ସମରଟାଉନ୨୮/୧୦: ହଣ୍ଟେଡ୍‌ ହାଉସ ସଂପର୍କରେ ଆପଣ ନିଶ୍ଚିତ ଶୁଣିଥିବେ। କେହି କେହି ମଧ୍ୟ ଏହାକୁ ଅତି ପାଖରୁ ଦେଖିଥିବେ। ସାଧାରଣତଃ  ସପିଂ ମଲଗୁଡିକରେ ହଣ୍ଟେଡ୍‌ ହାଉସ ଭଳି ଘର ରହିଥାଏ। ହଣ୍ଟେଡ୍‌ ହାଉସ ଗୁଡିକୁ ଏମିତି ଭାବରେ ନିର୍ମାଣ ହୋଇଥାଏ ଯେ ଏହା ଭିତରକୁ ପ୍ରବେଶ କଲେ ଭୟ ଲାଗିଥାଏ। ଏହି ହାଉସ ଭିତରେ ପୂରା କିଟ୍‌ କିଟ୍‌ ଅନ୍ଧାର ହୋଇଥାଏ।

{"id":175979}

ଏହି ହଣ୍ଟେଡ୍ ହାଉସ ଭିତରେ ପହଞ୍ଚିବା ପରେ ଭୟରେ କିଛି ବ୍ୟକ୍ତି ଚିତ୍କାର କରିଥାନ୍ତି। ଏହି ହଣ୍ଟେଡ୍ ହାଉସ ଟେନିସିର ସମରଟାଉନରେ ରହିଛି। ବିନା ଭୟରେ ଏହି ହଣ୍ଟେଡ୍‌ ହାଉସରେ ୧୦ ଘଣ୍ଟା ବିତାଇଲେ ଆପଣଙ୍କୁ ୧୪ ଲକ୍ଷ ଟଙ୍କା ପୁରସ୍କାର ମିଳିବ।

{"id":175980}

ଏହି ଭୟଙ୍କର ହଣ୍ଟେଡ୍ ହାଉସର ନାଁ ହେଉଛି ମେକ୍‌ ମି ମ୍ୟାନର(Make Me Manor)। ଏହି ହାଉସର ମାଲିକ ଦାବି କରନ୍ତି ​‌ଯେ ବିନା ଭୟରେ ୧୦ ଘଣ୍ଟା ଏହା ମଧ୍ୟରେ ବିତାଇବା ଅସମ୍ଭବ। କୌଣସି ବ୍ୟକ୍ତି ଯଦି ବିନା ଭୟରେ ସାହସର ସହ ୧୦ ଘଣ୍ଟା ଏହି ହଣ୍ଟେଡ୍ ହାଉସରେ ରହନ୍ତି ତାଙ୍କୁ ୧୪ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ।

{"id":175982}

ହଣ୍ଟେଡ୍‌ ହାଉସ ଭିତରକୁ ପ୍ରବେଶ କରବା ପାଇଁ ଚାହୁଁଥିବା ବ୍ୟକ୍ତିଙ୍କୁ ୪୦ ପେଜର ଏକ ଏଗ୍ରିମେଣ୍ଟ କରିବାକୁ ପଡିଥାଏ। ଏଥିସହ ସେମାନଙ୍କ ବୟସ ୨୧ ବର୍ଷରୁ କମ୍‌ ହୋଇନଥିବା ଆବଶ୍ୟକ । ହଣ୍ଟେଡ୍‌ ହାଉସ ଭିତରକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ସମସ୍ତ ମେଡିକାଲ ପ୍ରମାଣ ପତ୍ର ଦାଖଲ କରିବାକୁ ହୋଇଥାଏ।

{"id":175984}

ହଣ୍ଟେଡ୍‌ ହାଉସର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚିବାକୁ ହେଲେ ସେହି ବ୍ୟକ୍ତିଙ୍କ ମାନସିକ ଓ ଶରୀରିକ ଭା​ବେ ସମର୍ଥ ହୋଇଥିବା ଆବଶ୍ୟକ। ହଣ୍ଟେଡ୍ ହାଉସକୁ ଏଣ୍ଟ୍ରି କରିବା ପାଇଁ ଚାହୁଁଥିବା ବ୍ୟକ୍ତିଙ୍କୁ ସେହି ସମୟରେ ରାଗ ବି ଆସି ପାରେ। କିନ୍ତୁ  ନିଜ ରାଗକୁ ନିୟନ୍ତ୍ରଣ କରିବା ପାଇଁ ପଡିବ। ଏହି ହଣ୍ଟେଡ୍‌ ହାଉସ ଭିତରେ ବହୁ ବ୍ୟକ୍ତି ଭୂତ ଭଳି ମେକଅପରେ ରହିଥାନ୍ତି। ହଣ୍ଟେଡ୍ ହାଉସ ଭିତରକୁ ପ୍ରବେଶ କରିବା ସମୟରେ ଏମାନେ ଆପଣଙ୍କୁ ଡ଼ରାଇବା ପାଇଁ ଚେଷ୍ଟା କରିବେ। ଯଦି ବିନା ଭୟରେ ଏମାନଙ୍କୁ ଅତିକ୍ରମ କରି ଠିକ୍ ଲକ୍ଷ୍ୟସ୍ଥଳରେ ପହଞ୍ଚି ଗଲେ ତେବେ ଆପଣଙ୍କୁ ୧୪ ଲକ୍ଷ ଟଙ୍କା ପୁରସ୍କାର ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.