ୟେ କେହି ଜୀବନ୍ତ ଯୁବତୀ ନୁହଁନ୍ତି, ମାତ୍ର ଗୋଟିଏ କେକ୍ : ମୂଲ୍ୟ ୩ଟି ମର୍ସିଡିଜ କାରଠୁ ମଧ୍ୟ ଅଧିକ

Published By : Prameya-News7 Bureau | November 09, 2019 IST

ଆପଣ ବିଶ୍ବରେ ବହୁତ ସୁନ୍ଦର ସୁନ୍ଦର କେକ୍ ଦେଖିଥିବେ,କିନ୍ତୁ ମଣିଷଙ୍କ ଭଳି ଦେଖାଯାଉଥିବା କେକ୍ ଦେଖିନଥିବେ। ଦୁବାଇର ସେଲିବ୍ରିଟି କେକ୍ ଡିଜାଇନର ଡେବି ବିଙ୍ଘମ୍ ଏକ ଏପରି କେକ୍ ପ୍ରସ୍ତୁତ କରିଛନ୍ତି,ଯାହା ଏକ ଝିଅ ଭଳି ଦେଖାଯାଉଛି। ସବୁଠୁ ଖାସ୍ କଥା ହେଉଛି ଏହା ଯେଏହା କୌଣସି ସାଧାରଣ କେକ୍ ନୁହେଁ,ବରଂ ଏହାର ମୂଲ୍ୟ ଏତେ ଟଙ୍କା ଯେ ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ।

{"id":181418}

ଏହାକୁ ପୃଥିବୀର ସବୁଠୁ ମହଙ୍ଗା କେକ୍ କୁହାଯାଏ, ଯାହାକୁ ପ୍ରସ୍ତୁତ କରିବାରେ ୧୦ଦିନରୁ ଅଧିକ ସମୟ ଲାଗିଛି। ଏହି ଅଦ୍ଭୁତ କେକକୁ ପ୍ରସ୍ତୁତ କରିବା ପାଇଁ ୧୦୦୦ଟି ମୋତି,୫୦୦୦ଫୁଲ,୧୦୦୦ଟି ଅଣ୍ଡା ଏବଂ ୨୫କିଲୋ ଚକଲେଟ ବ୍ୟବହାର କରାଯାଇଛି। ଏହି କେକ୍ ପାଖାପାଖି ୧୦୦କିଲୋ।

{"id":181420}

ଏହି କେକ ପ୍ରସ୍ତୁତ କରିବା ସହ ଡେବି ବିଙ୍ଘମଙ୍କ ନାଁ ବିଶ୍ବର ସବୁଠୁ ମହଙ୍ଗା କେକ୍ ପ୍ରସ୍ତୁତ କରିବାର ରେକର୍ଡ଼ରେ ସାମିଲ ହୋଇଛି। ଏହାର ମୂଲ୍ୟ ଏକ କୋଟିରୁ ମଧ୍ୟ ଅଧିକ ବୋଲି କୁହାଯାଉଛି। ମର୍ସିଡିଜ ବେଞ୍ଜ ସିଏଲଏର ପ୍ରାରମ୍ଭିକ ମୂଲ୍ୟ ପାଖାପାଖି ୩୨ଲକ୍ଷ ଟଙ୍କା ହୋଇଥାଏ। ଏପରି କ୍ଷେତ୍ରରେ ଆପଣ ଏହି କେକ୍ ମୂଲ୍ୟରେ ୩ଟି ମର୍ସିଡିଜ କାର କିଣି ପାରିବେ।

{"id":181422}

ଏହି କେକକୁ ଚଳିତ ବର୍ଷ ଆରମ୍ଭରେ ଦୁବାଇର ଓ୍ବାଲର୍ଡ଼ ଟ୍ରେଡ ସେଣ୍ଟରରେ ହୋଇଥିବା ଏକ ବ୍ରାଇଡାଲ୍ ଶୋକେଶରେ ରଖା ଯାଇଥିଲା,ଯାହାକୁ ଲୋକେ ବହୁତ ପ୍ରଶଂସା କରିଥିଲେ।

{"id":181423}

ଡେବିଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏହା ପ୍ରଥମ କେକ୍ ନୁହେଁ,ସେ ଚେୟାର,ସୋଫା ଏବଂ ଟବ୍ ଆକାରର ମଧ୍ୟ କେକ୍ ପ୍ରସ୍ତୁତ କରି ଥାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.