Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

ବିଶ୍ବର ସବୁଠୁ ଦାମୀ ଶାଢୀ ଯାହା ପିନ୍ଧିବା ପ୍ରତ୍ୟେକ ଝିଅଙ୍କ ସ୍ବପ୍ନ , ଦାମ ଜାଣିଲେ ଉଡିଯିବ ହୋସ

16/09/2019 at 4:45 PM

ହିରା, ମୋତି ଜଡିତ ବିଶ୍ବର ସବୁଠୁ ଦାମୀ ଶାଢୀ ପିନ୍ଧିବା ପାଇଁ ସବୁ ଝିଅଙ୍କ ସ୍ବପ୍ନ ରହିଥାଏ ।  ତେବେ ଏମିତି ଶାଢୀର ଦାମ ଜାଣିଲେ ସମସ୍ତଙ୍କ ହୋସ ଉଡିଯିବ। ଏହି ଶାଢୀର ଦାମ ହେଉଛି ୪୦ କୋଟି ଟଙ୍କା। କେରଳର ଟ୍ରାଭାଙ୍କୋର ଏହି ଶାଢୀ ମିଳେ।  ଏହି ଦାମୀ ଶାଢୀରେ ୧୨ଟି ରତ୍ନ ଲାଗିଥାଏ। ଏହା ବ୍ୟତୀତ ଶାଢୀରେ ଏକ ନିଆରା ପେଣ୍ଟିଂ ହୋଇଛି। ଏହାକୁ ଭାରତୀୟ ଇତିହାସର ସବୁଠୁ ଚର୍ଚ୍ଚିତ ଚିତ୍ରକାର ରାଜା ରବି ବର୍ମା ଆଙ୍କିଥିଲେ । ରବି ବର୍ମାଙ୍କ ଚିତ୍ର ଆଜି ମଧ୍ୟ ହଜାର ହଜାର ଡଲାରରେ ବିକ୍ରି ହୋଇଥାଏ ।  

କେରଳର କିଲିମନ୍ନୁରରେ ରାଜା ରବି ୱର୍ମାଙ୍କ ଜନ୍ମ ୧୮୪୮ ମସିହା ଏପ୍ରିଲ ମାସ ୨୯ ତାରିଖରେ ହୋଇଥିଲା।  ଯୁବାବସ୍ଥାରେ ରାଜା ରବି ୱର୍ମା ନିଜର ନିଆରା ବିଚାର ଓ ଚିତ୍ର ପାଇଁ ଚର୍ଚ୍ଚାରେ ଥିଲେ। ସେ ଏତେ ପ୍ରସିଦ୍ଧ ଥିଲେ ଯେ, ତାଙ୍କ ଚିତ୍ର ବ୍ରିଟିଶ ରାଜର ଇଂରାଜୀ ଲୋକମାନେ ମଧ୍ୟ ବହୁତ ପସନ୍ଦ କରିଥିଲେ। ୨୦୦୭ ମସିହାରେ ତାଙ୍କ ଐତିହାସିକ ଚିତ୍ର ୬ କୋଟି ଟଙ୍କାରେ ବିକ୍ରି ହୋଇଥିଲା। ଏହି ପେଣ୍ଟିଂରେ ଟ୍ରାଭାଙ୍କୋର ମହାରାଜା ଓ ତାଙ୍କ ବଡ ଭାଇ ମାଡ୍ରାସର ରାଜ୍ୟପାଳଙ୍କ ସ୍ବାଗତ କରିବାର ଦେଖା ଯାଇଥିଲା।

ରାଜା ରବି ୱର୍ମାଙ୍କ ପେଣ୍ଟିଂର ଖାସ କଥାଟି ହେଉଛି- ତାଙ୍କ ପେଣ୍ଟିଂରେ ଧର୍ମ ଗ୍ରନ୍ଥରେ ଘଟିଥିବା ଘଟଣା ଗୁଡିକକୁ ଅଲଗା ଅଲଗା ଢଙ୍ଗରେ ଚିତ୍ରିତ କରାଯାଇଥାଏ। ନାରୀଙ୍କ ଉପରେ ଆଧାରିତ ହୋଇଥିବା ଘଟଣା ଗୁଡିକ ବିଷୟରେ ସେ ଅଧିକାଂଶ ଚିତ୍ର କରୁଥିଲେ। ଏଥିପାଇଁ କିଛି ବିଚାରକ, ପେଣ୍ଟର ଓ ପଣ୍ଡିତ ତାଙ୍କ ଚିତ୍ରକୁ ଗ୍ରହଣ କରୁନଥିଲେ। ଆଜି ମଧ୍ୟ ଏହ ଏକ ବିବାଦର ବିଷୟ ଯେ, ରାଜା ରବି ୱର୍ମା ଯେଉଁ ପେଣ୍ଟିଂ କରୁଥିଲେ ତାହା ଠିକ୍‌ ନା ଭୁଲ।

ରାଜା ରବି ୱର୍ମା ନିଜ ପେଣ୍ଟିଂରେ ମହାଭାରତର ଦ୍ରୌପଦିଙ୍କଠାରୁ ଆରମ୍ଭ କରି ରାମରାଜ୍ୟର ମହିଳାଙ୍କ ସ୍ଥିତିର ଚିତ୍ରଣ କରିଥିଲେ। ତାଙ୍କ ପେଣ୍ଟିଂକୁ ଗ୍ରହଣ ନକରିବାର ଦୁଇଟି କାରଣ ଥିଲା। ପ୍ରଥମ ହେଉଛି ନାରୀଙ୍କୁ ନଗ୍ନ ଭାବେ ଆଙ୍କିବା ଓ ମହାଭାରତରୁ ନେଇ ଅନ୍ୟ ଯୁଗରେ ନାରୀଙ୍କ ସହ ହୋଇଥିବା ବ୍ୟବହାରକୁ ଦର୍ଶାଇବା।

ଉଦହାରଣ ପାଇଁ ୨୦୧୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ ରଂଗରସିଆକୁ ନିଆଯାଇପାରିବ। ଏହି ଫିଲ୍ମ ରାଜା ରବି ୱର୍ମାଙ୍କ ଜୀବନ ଉପରେ ଆଧାରୀତ। ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ଅନେକ ବିବାଦ ସୃଷ୍ଟି ହୋଇଥିଲା।

   Related Posts