ଦୁନିଆର ସବୁଠୁ ଦାମୀ ମାଛ : ମୂଲ୍ୟ କୋଟି କୋଟି ଟଙ୍କା, ଶିକାର କଲେ ମିଳିବ ଜେଲ ଦଣ୍ଡ

Published By : Prameya-News7 Bureau | October 25, 2021 IST

ନୂଆଦିଲ୍ଲୀ ୨୫/୧୦: ଦୁନିଆରେ ଏପରି ଅନେକ ପ୍ରାଣୀ ଅଛନ୍ତି ଯେଉଁମାନେ ବିଲୁପ୍ତ ହେବାକୁ ଯାଉଛନ୍ତି। ଏହି କାରଣରୁ ଏହି ପ୍ରାଣୀମାନଙ୍କୁ ଶିକାର କରିବା ଅପରାଧ ବୋଲି ବିବେଚନା କରାଯାଏ। ଏହି ପ୍ରାଣୀମାନେ ଏତେ ମହଙ୍ଗା ଯେ ସେମାନଙ୍କର ମୂଲ୍ୟ ଆକଳନ କରିବା କଷ୍ଟକର। ଆଜି ଆମେ ଆପଣଙ୍କୁ ଏପରି ଏକ ମାଛ ବିଷୟରେ କହିବାକୁ ଯାଉଛୁ ଯାହା ଦୁନିଆର ସବୁଠାରୁ ମହଙ୍ଗା ମାଛ ଏବଂ ଏହା ନିକଟରେ ଇଂଲଣ୍ଡରେ ଦେଖିବାକୁ ମିଳିଛି। ଯାହା ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି।

{"width":662,"height":662}
Bluefin Tuna

ଇଂଲଣ୍ଡର କର୍ଣ୍ଣୱାଲରେ ଦୁନିଆର ସବୁଠୁ ଦାମୀ ମାଛ ଆଟଲାଣ୍ଟିକ୍ ବ୍ଲୁଫିନ୍ ଟୁନାକୁ ଦେଖିବାକୁ ମିଳିଛି। ଏହାକୁ ଦୁନିଆର ସବୁଠାରୁ ମୂଲ୍ୟବାନ ମାଛ ହେବାର ଆଖ୍ୟା ମିଳିଛି। ଏହି ମାଛ ବିଲୁପ୍ତ ହେବାକୁ ଯାଉଛି। ଏହି କାରଣରୁ ବ୍ରିଟେନରେ ଏହାକୁ ଶିକାର କରିବା ଉପରେ ନିଷେଧାଦେଶ ରହିଛି। ଯଦି ଏହାକୁ କେହି ଧରନ୍ତି ତେବେ ତାଙ୍କୁ ଜେଲ ଯିବା ସହିତ ଜୋରିମାନା ମଧ୍ୟ ଦେବାକୁ ପଡିବ। ଯଦି ଭୁଲରେ କେହି ଏହାକୁ ଧରିନ୍ତି, ତେବେ ଏହାକୁ ତୁରନ୍ତ ସମୁଦ୍ରରେ ଛାଡି ଦେବାକୁ ପଡିବ।

{"width":661,"height":353}
National Marine Fisheries Service Ups Giant Bluefin Tuna Limit - On The  Water

ସୂଚନା ଅନୁଯାୟୀ,ଏହି ମାଛ ଟୁନା ପ୍ରଜାତିର ସବୁଠାରୁ ବୃହତ୍ତମ ମାଛ। ଏମାନଙ୍କର ଗତି ବହୁତ ଦ୍ରୁତ । ଏମାନଙ୍କର ଆକୃତି ଏକ ବୁଡ଼ାଜାହାଜରୁ ବାହାରୁଥିବା ଟର୍ପେଡୋ ଅସ୍ତ୍ର ପରି। ଏହି ଆକାର ହେତୁ ଏମାନେ ଅତି କ୍ଷୀପ୍ର ବେଗରେ ସମୁଦ୍ରରେ ଦୀର୍ଘ ଦୂରତା ଅତିକ୍ରମ କରିପାରନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ମାଛର ଲମ୍ବ ୩ ମିଟର ଏବଂ ଏହାର ଓଜନ ୨୫୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇପାରେ। ଟୁନା ମାଛ ମଣିଷ ପାଇଁ ବିପଦଜନକ ନୁହେଁ। ଏମାନଙ୍କର ଖାଦ୍ୟରେ ଅନ୍ୟାନ୍ୟ ଛୋଟ ମାଛ ରହିଥାଏ। ୨୦୨୦ ମସିହାରେ ଟୋକିଓରେ ଏକ ବ୍ଲୁଫିନ୍ ଟୁନା ମାଛ ନିଲାମ କରାଯାଇଥିଲା ଯାହା ୧୨.୮ କୋଟି ଟଙ୍କାରେ କିଣାଯାଇଥିଲା। ଏହି ମାଛ ୨୭୬ କିଲୋଗ୍ରାମ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.