Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚମକିଲେ ଆୟର-ତ୍ରିପାଠୀ, ଏମଆଇକୁ ୭ ଓ୍ବିକେଟ୍‌ରେ ମାତ୍‌ ଦେଲା କେକେଆର
  • ||
  • ଭୁବନେଶ୍ବର : ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ
  • ||
  • ମୋରଡା : ବନ୍ୟା ପ୍ରଭାବିତ ଗାଁ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୃତକଙ୍କ ପରିବାରକୁ ପ୍ରଦାନ କଲେ ଆର୍ଥିକ ସହାୟତା
  • ||
  • ଝାରସୁଗୁଡା : ନକଲି ମାଓବାଦୀ ଗିରଫ, କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ମାଗୁଥିଲା ଟଙ୍କା
  • ||
  • ଖଲ୍ଲିକୋଟ : ବିଦ୍ୟୁତ ଆଘାତ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭୁବନେଶ୍ବର : ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ, କାର୍‌ରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା
  • ||
  • ପୁରୀ : ସରକାରୀ ଗାଡିରୁ ଧଳା ଜହର ଜବତ, ୪୦ଗ୍ରାମ୍ ବ୍ରାଉନସୁଗାର ସହ ୩ ଅଭିଯୁକ୍ତ ଗିରଫ
  • ||
  • କଳାହାଣ୍ଡି : କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • ସମ୍ବଲପୁର : ବେଆଇନ ଭାବେ ବନ୍ଧୁକ ତିଆରି ଓ ବିକ୍ରି : ଦମ୍ପତ୍ତିଙ୍କ ସମେତ ୫ ଗିରଫ, ୪ଟି ଦେଶୀ ବନ୍ଧୁକ ଜବତ
  • ||
  • ବୌଦ୍ଧ : ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||

ଏହି ୫ଜଣ ବିଶ୍ୱର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ

19/02/2019 at 4:46 PM

ଜମ୍ମୁ କଶ୍ମୀର ପୁଲୱାମାରେ ହୋଇଥିବା ହମଲାରେ ୪୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏହା ଆତଙ୍କବାଦୀଙ୍କର ପ୍ରଥମ ହମଲା ନଥିଲା। ଆତଙ୍କବାଦୀଙ୍କ ସଂଖ୍ୟା ଓ ହମଲା ଦିନକୁ ଦିନ ବଢିଚାଲିଛି। ଅତୀତରେ ଏଭଳି ବହୁ ଘଟଣାର ସମ୍ମୁଖୀନ ହୋଇଛନ୍ତି ଭାରତୀୟ ସେନା ଓ ସାଧାରଣ ଜନତା। ଜାଣନ୍ତୁ ଏମିତି କିଛି ଭୟଙ୍କର ଆତଙ୍କବାଦୀଙ୍କ ବିଷୟରେ ଯେଉଁମାନେ ବିସ୍ବରେ ଚହଳ ସୃଷ୍ଟି କରିଛନ୍ତି ।
୧. ଅବୁ ବକର ଅଲ-ବାଗଦାଦୀ, ଆଇଏସଆଇଏସ:
ଆଇଏସଆଇଏସ ଇରାକରେ ସବୁଠୁ ବଡ ଆତଙ୍କବାଦୀ ସଂଘଠନ । ଏହି ସଂଗଠନର ମୁଖ୍ୟ ହେଉଛି ଅଲ-ବାଗଦାଦୀ। ଏହି ଆତଙ୍କୀ ସଂଗଠନ ଇରାକ ଓ ସିରିଆକୁ ନିଜ କବ୍‌ଜାରେ ରଖିଛି। ଏହି ସଂଗଠନ ଆତଙ୍କବାଦୀଙ୍କର ବଡ ସଂଗଠନ। ଏହି ସଂଗଠନକୁ ଭାରତ, ଆମେରିକା ସହ ବିଶ୍ୱର ଅନ୍ୟ ଦେଶ ମଧ୍ୟ ଡରନ୍ତି।  
 ୨. ହାଫିଜ ମହମ୍ମଦ ସଇଦ, ଜମାତ-ଉତ-ଦାୱା:
ହାଫିଜ ମହମ୍ମଦ ସୟଦ ଆତଙ୍କୀ ସଂଗଠନ ଲସ୍କର-ଏ-ତୋୟବାର ପ୍ରତିଷ୍ଠାତା। ସଂପ୍ରତି ହାଫିଜ ମହମ୍ମଦ ସଇଦ ଜମାତ-ଉଦ-ଦାୱା ସହ ସଂପୃକ୍ତ। ହାଫିଜ ମହମ୍ମଦ ସଇଦ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଲିଷ୍ଟର ଦ୍ୱିତୀୟ ନମ୍ୱରରେ ଅଛି। ମୁମ୍ୱାଇରେ ହୋଇଥିବା ୨୬/୧୧ ହମଲାରେ ଏହି ସଂଗଠନର ହାତ ଥିଲା ।  
 ୩. ସୈୟଦ ସଲାହୁଦ୍ଦିନ, ହିଜ୍‌ବ-ଉଲ-ମୁଜାହିଦ୍ଦୀନ:
ସୈୟଦ ସଲାହୁଦ୍ଦିନ ଖୁବ୍‌ ଭୟଙ୍କର ଆତଙ୍କବାଦୀ ବୋଲି କୁହାଯାଏ। କଶ୍ମୀରର ହିଜ୍‌ବ-ଉଲ-ମୁଜାହିଦିନ ସଂଘଠନର ମୁଖ୍ୟ ହେଉଛି ସୈୟଦ ସଲାହୁଦ୍ଦିନ। କଶ୍ମୀର ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଅର୍ଜନ କରିଥିଲା। ଦେଶରେ ଅଶାନ୍ତି ସୃଷ୍ଟି କରିବା ତାର ମୁଖ୍ୟ ଲକ୍ଷ୍ୟ।
୪.ଅବୁ ବକର ସେକଉ, ବୋକୋ ହରାମ:
ଅବୁ ବକର ସେକଉ ଦୁନିୟାର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଲିଷ୍ଟରେ ତିନି ନମ୍ୱରରେ ଅଛି। ଏହି ସଂଗଠନ ଆଫ୍ରିକାରେ ବେଶ ଆତଙ୍କ ଖେଳାଇଛି । ଏହି ସଂଗଠନକୁ ଆଫ୍ରିକା ସରକାର ମଧ୍ୟ ଭୟ କରନ୍ତି।
୫. ମୁଫ୍‌ତି ନୁର ୱଲି ମସୁଦ, ତହରିକ-ଏ-ତାଲିବାନ ପାକିସ୍ତାନ:
ତହରିକ-ଏ-ତାଲିବାନ ଆତଙ୍କୀ ସଂଗଠନ, ମୌଲାନା ଫଜଲୁଲ୍ଲାହଙ୍କ ମୃତ୍ୟୁ ପରେ ମୁଫ୍‌ତି ନୁର ୱଲି ମସୁଦଙ୍କୁ ନୂଆ ଉପଧ୍ୟକ୍ଷ ନିଯୁକ୍ତି କରାଯାଇଥିଲା। ମୁଫ୍‌ତି ନୁରର ଆତଂକ ସମଗ୍ରବିଶ୍ୱକୁ କବଳିତ କରିଛି।

   Related Posts