ଏଠାରେ ଅଛି ପୃଥିବୀର ସବୁଠୁ ବିପଦପୂର୍ଣ୍ଣ ସୁଇମିଙ୍ଗ ପୁଲ୍ : ବଡ଼ ବଡ଼ ସନ୍ତରଣକାରୀଙ୍କ ଛୁଟିଥାଏ ମଜା

Published By : Prameya-News7 Bureau | June 25, 2019 IST

ଆପଣ କେବେ ନା କେବେ ସୁଇମିଙ୍ଗ ପୁଲରେ ପହଁରିଥିବେ,କିନ୍ତୁ ଆପଣ କେବେ ଏପରି ସୁଇମିଙ୍ଗ ପୁଲକୁ ଯାଇଛନ୍ତି କି ଯାହା ଭୂପୃଷ୍ଠରୁ ଅନେକ ଫିଟ୍ ଉପରକୁ ଝୁଲି ରହିଛି। ଆଜି ଆମେ ଆପଣଙ୍କୁ ଏପରି ଏକ ସୁଇମିଙ୍ଗ ପୁଲ ବିଷୟରେ କହିବାକୁ ଯାଉଛୁ ଯାହା ଦେଖିବାକୁ ଅତ୍ୟନ୍ତ ସୁନ୍ଦର କିନ୍ତୁ ସେତିକି ବିପଦପୂର୍ଣ୍ଣ।

{"id":127076,"width":583,"height":499}

ଏହି ସୁଇମିଙ୍ଗ ପୁଲ୍ ଇଟାଲୀର ଦକ୍ଷିଣ ଟାୟରୋଲ ଅଞ୍ଚଳରେ ରହିଛି ଯାହା ହ୍ୟୁବର୍ଟସ୍ ହୋଟେଲ୍ ଉପରେ ନିର୍ମାଣ କରାଯାଇଛି। ଏହି ସୁଇମିଙ୍ଗ୍ ପୁଲ୍ ଭୂପୃଷ୍ଠରୁ ୪୦ଫୁଟ ଉପରେ ହୋଇଛି ଯାହାର ଉଚ୍ଚତା ୮୨ଫୁଟ।

{"id":127077,"width":569,"height":492}

ଏହି ସୁଇମିଙ୍ଗ ପୁଲର ମଝିରେ କେତେକ ପାର୍ଶ୍ବରେ ପାରଦର୍ଶୀ କାଚ ଲାଗିଛି,ଯାହା ଏହାକୁ ଅତ୍ୟନ୍ତ ଖାସ୍ ଏବଂ ବିପଦଜନକ କରିଥାଏ। ଏଥି ଯୋଗୁଁ ଏହି ସୁଇମିଙ୍ଗ ପୁଲରେ ପହଁରିବା ସମୟରେ ଭଲ ଭଲ ସନ୍ତରଣକାରୀଙ୍କ ଝାଳ ବାହାରିଥାଏ।

{"id":127078,"width":588,"height":503}

ଏହି ସୁଇମିଙ୍ଗ ପୁଲରେ ପହଁରୁଥିବା ସମସ୍ତ ପର୍ଯ୍ୟଟକଙ୍କୁ ପାହାଡ଼ ମଝିରେ ପବନରେ ପହଁରିବାର ଯେଉଁ ଅନୁଭୂତି ମିଳିଥାଏ ତାହା ଆଉ କେଉଁ ସୁଇମିଙ୍ଗ ପୁଲରେ ନଥାଏ। ଏହି ସୁଇମିଙ୍ଗ ପୁଲରେ ଲାଗିଥିବା କାଚର ଚଟାଣରେ ଲୋକେ ତଳକୁ ଦେଖିଲେ ଡେଇଁ ପାରନ୍ତି ନାହିଁ।

{"id":127079,"width":579,"height":502}

ହ୍ୟୁବର୍ଟସ୍ ହୋଟେଲରେ ହୋଇଥିବା ଏହି ଭୟଙ୍କର ସୁଇମିଙ୍ଗ ପୁଲ୍ ୪ଟି ମଜବୁତ ଲୁହା ଖୁଣ୍ଟରେ ଛିଡ଼ା ହୋଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.