ଦୁନିଆର ମୁଲ୍ୟବାନ ହୀରା ୩ ଆରବ ଡଲାର୍‌ରେ ହେଲା ବିକ୍ରି, ପ୍ରତି କ୍ୟାରେଟ୍‌ର ଦାମ୍‌ ୧ ମିଲିୟନ ଡଲାରରୁ ବି ଅଧିକ

Published By : Prameya-News7 Bureau | July 13, 2021 IST

wp:heading {"level":4}

ନୂଆଦିଲ୍ଲୀ, ୧୩/୦୭: ଦୁନିଆର ସବୁଠାରୁ କଠିନ ବସ୍ତୁ ହୀରା ହୋଇଥିବା ବେଳେ ଏହାର ଦାମ୍‌ ମଧ୍ୟ ଯଥେଷ୍ଟ ଅଧିକ । କିଛି କିଛି ହୀରା ଏପରି ରହିଛି ଯେ, ଯାହାର ଦାମ୍‌ ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ ପେଟ୍ରୋ ଡାଇମଣ୍ଡ ଲିମିଟେଡ୍‌ ଏକ ଖାସ୍‌ ପ୍ରାକରର ହୀରାକୁ ସବୁଠାରୁ ମହଙ୍ଗା ଦାମ୍‌ରେ ବିକ୍ରି କରିଛି ।  ୩୯.୩ କ୍ୟାରେଟ୍‌ର ଏହି ନିଲମ୍‌ ରତ୍ନକୁ ପେଟ୍ରୋ ଡାଇମଣ୍ଡ ୪୦ ମିଲିୟନ୍‌ ଡଲାର ଅର୍ଥାତ ପାଖାପାଖି ୩ ଆରବ ଡଲାରରେ ବିକ୍ରି କରିଥିବା ଜଣାପଡ଼ିଛି । ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ବିକ୍ରି ହୋଇଥିବା ହୀରା ମଧ୍ୟରେ ସବୁଠାରୁ ଦାମୀ ।

/wp:heading wp:heading {"level":4}

ପେଟ୍ରୋ ଏହାକୁ ସବୁଠାରୁ ମହଙ୍ଗା ଘୋଷିତ କରିଛି । କମ୍ପାନୀ ତରଫରୁ କୁହାଯାଇଛି ଯେ, ଏହି ନିଲମ୍‌ ରତ୍ନର କ୍ୟାରେଟ୍‌ ପ୍ରତି ମୂଲ୍ୟ ୧ ମିଲିୟନ୍ ଡଲାରରୁ ବି ଅଧିକ ଦାମ୍‌ରେ ବିକ୍ରି କରାଯାଇଛି । ଦକ୍ଷିଣ ଆଫ୍ରିକାରେ ଖଣି ଖନନ ସମୟରେ ଏହି ହୀରା ମିଳିଥିଲା ।

/wp:heading wp:heading {"level":4}

ମିଳିଥିବା ସୂଚନାରେ କୁହାଯାଇଛି ଯେ ଚଳିତ ବର୍ଷ ଏପ୍ରିଲ ମାସରେ ଦକ୍ଷିଣ ଆଫ୍ରିକାର କୁଲିନାନ ଖଣିରେ ପେଟ୍ରା କମ୍ପାନୀ ଏହି ହୀରା ପାଇଥିଲା । ଡି ବିର୍ସଙ୍କ ମାଲିକାନାରେ ଥିବା ଏହି ଖଣିଟି ଉଭୟ ବଡ଼ ଏବଂ ନୀଳ ପଥର ପାଇଁ ପ୍ରସିଦ୍ଧ ଏବଂ ୧୯୦୫ ମସିହାରେ ବିଶ୍ୱର ସବୁଠାରୁ ବଡ ହୀରା ଏହି ଠାରୁ ମିଳିଥିଲା । କମ୍ପାନୀ କହିଥିଲା ଯେ ମୁଖ୍ୟତଃ ନୀଳ ହୀରା ମଧ୍ୟରେ ବିରଳ ଏବଂ ମୂଲ୍ୟବାନ ଅଟେ ।ବର୍ତ୍ତମାନ ଦୁନିଆର ସବୁଠୁ ଦାମୀ ରତ୍ନ ମଧ୍ୟରୁ ନୀଳମ ରତ୍ନ ବିକ୍ରୟ ପେଟ୍ରୋ ଡାଇମଣ୍ଡ ଲିମିଟେଡ୍‌ ପାଇଁ ଏକ ବଡ଼ ସଫଳତା । ଯାହା କମ୍ପାନୀର ପୂର୍ବ ବର୍ଷର ଋଣ ପରିଶୋଧ କରିବାରେ ବହୁତ ସାହାଯ୍ୟ କରିବ ।

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.