ଚୋରି ହୋଇଗଲା ବିଶ୍ୱର ସବୁଠାରୁ ବଡ଼ ଠେକୁଆ, ଖୋଜିଦେଲେ ମିଳିବ ଲକ୍ଷାଧିକ ଟଙ୍କା

Published By : Prameya-News7 Bureau | April 13, 2021 IST

ଡାରୟସ୍‌, ୧୩/୦୪: ବିଶ୍ୱର ସବୁଠାରୁ ବଡ଼ ଠେକୁଆ ଗତ ଶନିବାର ଚୋରି ହୋଇଯାଇଥିବା ଜଣାପଡ଼ିଛି । ଏହି ଠେକୁଆଟି ଇଂଲଣ୍ଡର ହୋଇଥିବା ବେଳେ ଏହା ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡରେ ବିଶ୍ୱର ଲମ୍ୱା ଠେକୁଆ ଭାବେ ସ୍ଥାନ ପାଇଥିଲା ।  ଏହାର ନାମ ଡାରିୟସ୍‌ ହୋଇଥିବା ଜଣାପଡ଼ିଛି ।

ଠେକୁଆଟି ଚୋରି ହୋଇଯାଇଥିବା ଏହାର ମାଲିକ ଆନେଟି ଏଡ୍‌ୱାର୍ଡ ଅଭିଯୋଗ କରିଛନ୍ତି । ଡାରିୟସ୍‌ ତାଙ୍କର ଷ୍ଟୋଲ୍‌ଟନ୍‌ ସ୍ଥିତ ଗାର୍ଡେନ୍‌ରେ ଥିବା ବେଳେ ସେଠାରୁ ଚୋରି ହୋଇଯାଇଛି । ଏନେଇ ସୋମବାର ପଶ୍ଚିମ ମର୍ସିଆ ପୋଲିସ୍‌ ସୂଚନା ଦେଇଛି । ଶନିବାର ରାତିରେ ବଗିଚାରୁ ଏହା ଚୋରି ହୋଇଥିବା ପୋଲିସ୍‌ କହିଛି ।

ଡାରିୟସ୍‌ ବିଷୟରେ ଲୋକଙ୍କୁ ପଚାରିବା ସହିତ କୌଣସି ସୂଚନା ମିଳିଲେ ବିଭାଗକୁ ଜଣାଇବାକୁ ପୋଲିସ୍‌ କହିଛି । ଏଡୱାର୍ଡ ଏନେଇ ଟ୍ୱିଟ୍‌ରରେ ଲେଖିଛନ୍ତି ଯେ, ଏହା ତାଙ୍କ ପାଇଁ ବଡ଼ ଦୁଃଖ । ଏଥିପାଇଁ ସେ ୧ ହଜାର ପାଉଣ୍ଡ୍‌ ଅର୍ଥାତ ୧,୩୭୫ ଡଲାର୍‌ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ଯାହିକି ଭାରତୀୟ ମୁଦ୍ରାରେ ଏକ ଲକ୍ଷରୁ ଅଧିକ ଟଙ୍କା ହେବ ।

ଡାରିୟସ୍‌ ୨୦୧୦ ମସିହାରେ ବିଶ୍ୱର ସବୁଠାରୁ ବଡ଼ ଠୋକୁଆ ଭାବେ ଗିନିଜ୍‌ ବିକ୍‌ରେ ରେକର୍ଡ କରିଥିଲେ । ୱେବ୍‌ସାଇଟ୍‌ର ତଥ୍ୟା ଅନୁସାରେ ଠେକୁଆଟିର ଲମ୍ୱ ୪ ଫୁଟ୍‌ ୨୩ ଇଞ୍ଚ୍‌ ।        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.