୯୩୦ଯାତ୍ରୀଙ୍କୁ ନେଇ ବିଶ୍ୱଭ୍ରମଣରେ ବାହାରିଛି ଏହି ବିଳାଶମୟ କ୍ରୁଜ, ଜାଣନ୍ତୁ ଏହି ଟୁରର ଖାସ କ’ଣ

Published By : Prameya-News7 Bureau | September 03, 2019 IST

ଗ୍ରୀନୱିଚ୍ : ଲଣ୍ଡନ ଗ୍ରୀନୱିଚ୍ ରୁ ବିଶ୍ୱଭ୍ରମଣରେ ବାହାରିଛି ବିଳାଶମୟ କ୍ରୁଜ ‘ଭାଇକିଙ୍ଗ ସନ’। ଏଥିରେ ୯୩୦ ଜଣ ଯାତ୍ରୀ ସାମିଲ ହୋଇଥିବା ବେଳେ ଦୀର୍ଘ ୮ମାସରେ କ୍ରୁଜ୍ ଭାରତ ସମେତ ୬ଟି ମହାଦ୍ୱୀପର ୫୧’f ଦେଶ ଓ ୧୧୧ ବନ୍ଦର ବୁଲିବ। ୨୦ ମେ ୨୦୨୦ରେ ପୁଣି ଲଣ୍ଡନ ଗ୍ରୀନୱିଚ୍ ବନ୍ଦରକୁ ଫେରିବାକୁ ଥିବା ଏହି ଜାହାଜରେ ରହିଛି ଟାଇଟନିକ ଭଳି ପ୍ରାଚୁର୍ଯ୍ୟର ସମ୍ଭାର। ବିଶ୍ୱଭ୍ରମଣରୁ ଫେରିବା ସହ କ୍ରୁଜ ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡସ ରେ ନିଜକୁ ନାମିତ କରିବ। ତେବେ ଆସନ୍ତୁ ଜାଣିବା ଏହି କ୍ରୁଜରେ କଣ ରହିଛି ଖାସ ସୁବିଧା ସୁଯୋଗ।

{"id":152756}

ବିଶ୍ୱଭ୍ରମଣରେ କ୍ରୁଜ ମୋଟ ୫୫ ହଜାର ୭ଶହ ନଟିକାଲ ମାଇଲ ଯାତ୍ରା କରିବ। ଏହି ରାସ୍ତାରେ ଜାହାଜ ସ୍କେଣ୍ଡିନେଭିଆ ସମେତ କାରେବିୟ ଦ୍ୱୀପ ସମୂହ, ଦକ୍ଷିଣ ଆମେରିକା, ଦକ୍ଷିଣ ପ୍ରଶାନ୍ତ ଦ୍ୱୀପ, ଅଷ୍ଟ୍ରେଲିଆ, ଏସିଆ,ମେଡିଟେର୍ଣ୍ଣିୟନ ଓ ୟୁରୋପ ଭ୍ରମଣ କରିବ। ଏହି ବିଶ୍ୱଭ୍ରମଣ କାଳରେ ଯାତ୍ରୀଙ୍କୁ ବିଳାଶ ବ୍ୟସନର ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବ କ୍ରୁଜ । ଏଥିଲାଗି କ୍ରୁଜରେ ରହିଛି ସ୍ୱିମିଂ ପୁଲ, ସ୍ପା, ୟୋଗ କ୍ଲାସ୍, ବାର ଓ ଥିଏଟର ସମେତ ରହିଛି ୮ଟି ରେଷ୍ଟୁରାଣ୍ଟ। ଏହା ଛଡା ଯାତ୍ରୀଙ୍କ ଲାଗି କରାଯାଇଛି ସେଲିବ୍ରିଟି ଲେଖକ, ବିଶେଷଜ୍ଞ ଓ ନେତାଙ୍କ ଲେକ୍ଚର ଦେଖିବା ଓ ଶୁଣିବାର ବି ବ୍ୟବସ୍ଥା।

{"id":152757,"width":579,"height":533}

କ୍ରୁଜରେ ଯାତ୍ରୀଙ୍କ ଲାଗି ୬ଲକ୍ଷ ୮୦ ହଜାର ଲଞ୍ଚ ପ୍ୟାକେଟ, ୧୦ ହଜାର ଶାମ୍ପେନ ବୋତଲ, ୧୦ ହଜାର ବୋତଲ ଆଇସ୍କ୍ରିମ, ୯ଲକ୍ଷ ଅଣ୍ଡା, ୩୫ ହଜାର ଏଲବି ଚିଜ୍ ଓ ୨୦ ହଜାର ଏଲବି କଫି ଷ୍ଟୋର କରାଯାଇଛି। ଏହା ଛଡା ୯୦ ହଜାର ବୋତଲ ମଦ ସାଙ୍ଗକୁ ଅଢେଇଲକ୍ଷ ବୋତଲ ପାଣି ବୋଝେଇ ହୋଇଛି। କ୍ରୁଜ ରେ ଯାତ୍ରୀଙ୍କୁ ବିଭିନ୍ନ ବର୍ଗରେ ସାମିଲ କରାଯାଇଥିବା ବେଳେ  ଟିକେଟର ମୂଲ୍ୟ ୫୩ଲକ୍ଷ ଟଙ୍କାରୁ ଆରମ୍ଭ କରି ଦେଢ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି। ଭିଆଇପି ଗେଷ୍ଟଙ୍କ ଲାଗି କ୍ରୁଜରେ ପର୍ସନାଲାଇଜଡ୍ ରୁମ ସର୍ଭିସ ସାଙ୍ଗକୁ ସୁପରୟାଟ୍ ଓ ସାନା ଭଳି ସୁବିଧା ମଧ୍ୟ ଉପଲବ୍ଧ କରାଯାଉଛି।

{"id":152758}

ବିଳାଶବ୍ୟସନରେ ଯଦିଓ କ୍ରୁଜ ଟାଇଟନିକର ଅନୁକରଣ କରିଛି ତେବେ ଏହା ଟାଇଟନିକ ଭଳି ଏତେ ବିଶାଳ ନୁହେଁ। ଏହା ୭୪୫ ଫୁଟ ଲମ୍ବା ଓ ୯୪.୫ ଫୁଟ ଚୌଡାର ଜାହାଜଟିଏ । ଯାତ୍ରାକାଳରେ କ୍ରୁଜ ଭାରତ ଉପକୂଳରେ ପ୍ରାୟ ୧ ସପ୍ତାହ ପର୍ଯ୍ୟନ୍ତ ରହିବ। ଏହି ସମୟରେ ଭାରତର ଉପକୂଳ ସହର ଚେନ୍ନାଇ, କୋଚ୍ଚିନ, ଗୋଆ ଓ ମୁମ୍ବାଇ ବନ୍ଦରରେ କିଛି କିଛି ସମୟ ରହିବ। ଏହି ଲକଜରୀ କ୍ରୁଜ ଦୁଇଟି କାରଣରୁ ଅନ୍ୟ କ୍ରୁଜ ତୁଳନାରେ ଭିନ୍ନ। ତାହା ହେଉଛି ଏଥିରେ ୧୮ ବର୍ଷରୁ କମ ବୟସ୍କଙ୍କୁ ଯାତ୍ରା ଅନୁମତି ନଥିବା ବେଳେ କ୍ୟାସିନୋ ସୁବିଧା ମଧ୍ୟ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.