Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ବିଶ୍ୱର ସବୁଠାରୁ ବଡ ଶିବ ମନ୍ଦିର, ଯେଉଁଠାରେ ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ ମହାଦେବ : ମିଛ କହି କେତକୀ ଫୁଲ ମଧ୍ୟ ହୋଇଥିଲା ଅଭିଶପ୍ତ

12/07/2020 at 3:56 PM

ତିରୁବନମଲାଇ ୧୨/୦୭ : ଦେଶର ବିଭିନ୍ନ ସ୍ଥାନରେ ଭଗବାନ ଶିବଙ୍କ ପ୍ରସିଦ୍ଧ ମନ୍ଦିର ରହିଛି | ସେହିଭଳି ତାମିଲନାଡୁ ତିରୁବନମଲାଇ ଜିଲ୍ଲାରେ ଭଗବାନ ଶିବଙ୍କ ଏକ ମନ୍ଦିର ରହିଛି | ଅନ୍ନାମଲାଇ ପର୍ବତ ଉପରେ ସ୍ଥିତ ଏହି ମନ୍ଦିରକୁ ଅରୁଣାଚଳେଶ୍ୱର ଶିବ ମନ୍ଦିର କୁହାଯାଏ | ପ୍ରତ୍ୟେକ ପୂର୍ଣ୍ଣମୀରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମେ | ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀରେ ବିଶେଷ ମେଳା ମଧ୍ୟ ଲାଗେ | ଶ୍ରଦ୍ଧାଳୁ ଏଠାରେ ଅନ୍ନାମଲାଇ ପର୍ବତର ୧୪ କିମି ପରିକ୍ରମା କରି ଭଗବାନ ଶିବଙ୍କ ପାଖରେ ମାନସିକ ରଖନ୍ତି | ଏହା ବିଶ୍ୱରେ ଶିବଙ୍କ ସବୁଠାରୁ ବଡ ମନ୍ଦିର ବୋଲି କୁହାଯାଏ | ପବିତ୍ର ଶ୍ରାବଣ ମାସରେ ଏଠାରେ ଲକ୍ଷ ଲକ୍ଷ ସଂଖ୍ୟକ ଭକ୍ତ ଶିବଲିଙ୍ଗରେ ଜଳ ଅର୍ପଣ କରନ୍ତି | କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଶିବଙ୍କ ଜଳାଭିଷେକ ବନ୍ଦ ରଖାଯାଇଛି |

କଥାରେ ଅଛି, ଥରେ ବ୍ରହ୍ମା ହଂସ ରୂପ ଧାରଣ କରି ଭଗବାନଙ୍କ ଶୀର୍ଷକୁ ଦେଖିବା ପାଇଁ ଉଡି ଉଡି ଯାଇଥିଲେ | କିନ୍ତୁ ତାଙ୍କୁ ଦେଖିବାରେ ଅସମର୍ଥ ହୋଇଥିଲେ | ଅସମର୍ଥ ହେବାପରେ ବ୍ରହ୍ମା କିଆ ଫୁଲକୁ (କେତକୀ), ଯାହା ଶିବଙ୍କ ମୁକୁଟରୁ ପଡିଥିଲା ତାକୁ ଶୀର୍ଷ ସମ୍ପର୍କରେ ପଚାରିଥିଲେ | କିଆ ଫୁଲ କହିଥିଲା ଯେ ସେ ୪୦ ହଜାର ବର୍ଷରୁ ପଡି ରହିଛି | ବ୍ରହ୍ମା ଭାବିଲେ ସେ ପର୍ବତ ଶୀର୍ଷ ଯାଏଁ ପହଞ୍ଚି ପାରିବେନି | ସେତେବେଳେ ସେ କିଆ ଫୁଲକୁ ମିଛ କହିବାରେ ରାଜି କରାଇଥିଲେ ଯେ ବ୍ରହ୍ମା ଶିବଙ୍କ ଶୀର୍ଷ ଦେଖିଛନ୍ତି | କିଆ କଥା ଶୁଣି ଶିବ କ୍ରୋଧିତ ହୋଇଗଲେ |

ଭଗବାନ ଶିବ କ୍ରୋଧିତ ହୋଇ ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ ଯେ ପୃଥିବୀପୃଷ୍ଠରେ ତାଙ୍କର କୌଣସି ମନ୍ଦିର ନିର୍ମାଣ ହେବନାହିଁ | ମିଛ କଥା କହିଥିବାରୁ କିଆ ଫୁଲକୁ ମଧ୍ୟ ଅଭିଶାପ ଦେଇଥିଲେ ଯେ ସେ କେବେ ଶିବଙ୍କ ପୂଜାରେ ଲାଗିବ ନାହିଁ | କେବଳ ବର୍ଷକୁ ଥରେ ଶିବରାତ୍ରିରେ କିଆ ଫୁଲ ବା କେତକୀ ଫୁଲ ଶିବଙ୍କ ପାଖରେ ଲାଗି ହୋଇଥାଏ | ଯେଉଁଠାରେ ଭଗବାନ ଶିବ ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ ସେହି ଜାଗାର ନାଁ ତିରୁବନମଲାଇ |

ସେଠାରେ ଅରୁଣାଚଳେଶ୍ୱର ମନ୍ଦିର ନିର୍ମାଣ ହୋଇଛି | ଏହି ମନ୍ଦିର ପାହାଡ ପାଦଦେଶରେ ଅବସ୍ଥିତ | ବାସ୍ତବରେ ଅନ୍ନାମଲାଇ ପର୍ବତ ହିଁ ଶିବଙ୍କ ପ୍ରତୀକ | ପର୍ବତର ଉଚ୍ଚତା ୨ ହଜାର ୬୬୮ ଫୁଟ | ଏହି ପର୍ବତ ଅଗ୍ନିର ପ୍ରତୀକ | ତିରୁବନମଲାଇ ସହରରେ ୮ଟି ଦିଗରେ ୮ଟି ଶିବଲିଙ୍ଗ ଯଥା ଇନ୍ଦ୍ର, ଅଗ୍ନି, ଯମ, ନିରୁଥି, ବରୁଣ, ବାୟୁ, କୁବେର, ଇସନ ଲିଙ୍ଗ ସ୍ଥାପିତ ହୋଇଛି | ଲିଙ୍ଗ ଦର୍ଶନରେ ଅଲଗା ଅଲଗା ଲାଭ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି | କାର୍ତ୍ତିକ ମାସର ବିଶେଷ ମହତ୍ୱ ରହିଛି | କାର୍ତ୍ତିକ ମାସରେ ବିଶାଳ ଦୀପଦାନ କରାଯାଏ | ପ୍ରତ୍ୟେକ ପୂର୍ଣ୍ଣମୀରେ ପରିକ୍ରମା କରିବା ବିଧାନ ରହିଛି ଯାହାକୁ ଗିରିବଲମ କୁହାଯାଏ | ମନ୍ଦିର ସକାଳ ସାଢେ ୫ଟା ସମୟରେ ଖୋଲେ ଏବଂ ରାତି ୯ଟା ରେ ବନ୍ଦ ହୁଏ | ମନ୍ଦିରରେ ନିୟମିତ ଅନ୍ନଦାନ ମଧ୍ୟ ହୁଏ | ଚେନ୍ନାଇରୁ ତିରୁବନମଲାଇର ଦୂରତା ୨୦୦ କିମି |

(ବି:ଦ୍ର: ଉପର ଲିଖିତ ସମସ୍ତ ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ)

   Related Posts