ଏହି ରାଜ୍ୟରେ ସ୍ଥାପନ ହେବ ଦୁନିଆର ସବୁଠୁ ବଡ ସ୍କୁଟର ମ୍ୟାନୁଫ୍ୟାକଚରିଂ ପ୍ଲାଣ୍ଟ, ୧୦ ହଜାର ଲୋକଙ୍କୁ ମିଳିବ ରୋଜଗାର
21/01/2021 at 5:53 PM

ନୂଆଦିଲ୍ଲୀ ୨୧।୦୧: ଭାରତୀୟ ରାଇଡ୍ ସେୟାରିଂ କମ୍ପାନୀ ଓଲା, ଇଲେକ୍ଟ୍ରିକ୍ ହ୍ଵିଲ୍ ମ୍ୟାନୁଫ୍ୟାକଚରିଂ ଦିଗରେ ଦ୍ରୁତ ଗତିରେ ଆଗକୁ ବଢୁଛି। ବୁଧବାର ଓଲା ତାମିଲନାଡୁରେ ଭାରତର ସବୁଠୁ ବଡ ଆଡଭାନ୍ସଡ୍ ଇଭି ମ୍ୟାନୁଫ୍ୟାକଚରିଂ ପ୍ଲାଣ୍ଟ ସ୍ଥାପନା ପାଇଁ ସିମେନ୍ସ ସହିତ ଚୁକ୍ତି କରିଛି। ଗତ ମାସରେ ଓଲା ତାମିଲନାଡୁ ସରକାର ସହିତ ରାଜ୍ୟରେ ନିଜର ପ୍ରଥମ ପ୍ଲାଣ୍ଟ ସ୍ଥାପନ ପାଇଁ ୨୪୦୦ କୋଟି ଟଙ୍କାର ଚୁକ୍ତି ସ୍ଵାକ୍ଷରିତ କରିଛି।
୧୦ ହଜାର ଲୋକଙ୍କୁ ମିଳିବ ରୋଜଗାର
କମ୍ପାନୀ ଦାବି କରିଛି ଯେ, ପ୍ଲାଣ୍ଟ ସଂପୂର୍ଣ୍ଣ ଭାବେ ଆରମ୍ଭ ହେଲେ ପ୍ରାୟ ୧୦ ହଜାର ଲୋକଙ୍କୁ ରୋଜଗାର ମିଳିବ। ନିଜର ବାର୍ଷିକ ୨୦ ଲକ୍ଷ ୟୁନିଟ୍ ଉତ୍ପାଦନ କ୍ଷମତା ସହିତ ଏହା ଦୁନିଆର ସବୁଠୁ ବଡ ସ୍କୁଟର ମ୍ୟାନୁଫ୍ୟାକଚରିଂ ପ୍ଲାଣ୍ଟ ହେବ। ଏହା ଓଲାର ଗ୍ଲୋବାଲ ମ୍ୟାନୁଫ୍ୟାକଚରିଂ ହବ୍ ଭାବେ ଭାରତ ସହିତ ୟୁରୋପ, ୟୁକେ, ଲାଟିନ ଆମେରିକା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପରି ପ୍ରମୁଖ ବଜାରର ଗ୍ରାହକଙ୍କ ପାଇଁ ମଧ୍ୟ କାମ କରିବ।

ଅନେକ କାମ କରିବେ ରୋବଟ୍
କମ୍ପାନୀ ଦାବି କରିଛି ଯେ, ଇଣ୍ଡଷ୍ଟ୍ରୀ ୪.୦ ନିୟମ ସହିତ ତିଆରି କରୁଥିବା ଏହି ପ୍ଲାଣ୍ଟ ଭାରତର ସବୁଠୁ ଆଡଭାନ୍ସଡ ମ୍ୟାନୁଫ୍ୟାକଚରିଂ ପ୍ଲାଣ୍ଟରେ ପରିଣତ ହେବ। ପ୍ରାୟ ୫ ହଜାର ରବୋଟ୍ ଏଥିରେ ଭିନ୍ନ ଭିନ୍ନ ପ୍ରକାରର କାମ କରିବେ। ଭାଗିଦାରୀ ଆଧାରରେ ଓଲା, ସିମେନ୍ସ ଟ୍ଵିନ୍ ଡିଜାଇନ ଓ ମ୍ୟାନୁଫ୍ୟାକଚରିଂ ସଲ୍ୟୁସନ ଉପରେ କାମ କରିବେ। ଯଦ୍ଵାରା ଉତ୍ପାଦନ ଓ ପ୍ରଡକ୍ସନକୁ ଡିଜିଟଲାଇଜ୍ ଓ ଭେଲିଡେଟ୍ କରାଯାଇ ପାରିବ।
ଫ୍ୟାକ୍ଟ୍ରିଭିତରେ କଞ୍ଚା ମାଲ ଓ ବସ୍ତୁକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚାଇବା, ଷ୍ଟୋର କରିବା, ପ୍ରଡକ୍ସନ ଲାଇନ୍ରେ ସ୍କୁଟର କାମ ଫିନିଶ କରିବାଠୁ ନେଇ ସ୍କୁଟର ଟ୍ରକରେ ଲୋଡ୍ କରିବା ପର୍ଯ୍ୟନ୍ତ ସାରା କାମ ସଂପୂର୍ଣ୍ଣ ଭାବେ ଅଟୋମେଟିକ୍ ବା ସ୍ଵଂୟଚାଳିତ ହେବ। କମ୍ପାନୀ କହିଛି ଏହି ଆଡଭାନ୍ସଡ ଟେକ୍ନୋଲୋଜି ସିଷ୍ଟମ ଓଲାର କର୍ମଚାରୀଙ୍କ ସହିତ କାମ କରିବ। ଯଦ୍ଵାରା ଓଲାର ଗ୍ରାହକଙ୍କ ପର୍ଯ୍ୟନ୍ତ ଏକ ଗୁଣବତ୍ତା ଉତ୍ପାଦନ ପହଞ୍ଚାଇବାରେ ବିଶେଷ ସହାୟକ ହେବ।