କରୋନା ଭାଇରସ୍ କାରଣରୁ ଦୁନିଆର ସବୁଠୁ ବଡ ରେଡିଓ ଟେଲିସ୍କୋପ ବନ୍ଦ

Published By : Prameya-News7 Bureau | April 03, 2020 IST

ନୂଆଦିଲ୍ଲୀ ୦୪।୦୩: କରୋନା ଭାଇରସ୍ ମହାମାରୀ କାରଣରୁ ଦୁନିଆର ସବୁଠୁ ବଡ ରେଡିଓ ଟେଲିସ୍କୋପ ବନ୍ଦ ହୋଇ ଯାଇଛି। ଏକ  ଘୋଷଣାରେ କୁହାଯାଇଛି ଯେ, ଦୁନିଆର ସବୁଠୁ ବଡ ରେଡିଓ ଟେଲିସ୍କୋପ, ଅଟାକାମା ଲାର୍ଜ ମିଲିମିଟର/ସବମିଲିମିଟର ଏରେ ଚିଲିରେ କୋଭିଡ୍ 19ର ପ୍ରସାରକୁ ଦୃଷ୍ଟିରେ ରଖି ଅସ୍ଥାୟୀ ରୂପେ ପରିଚାଳନା ବନ୍ଦ କରିଛି।

ସମସ୍ତ କର୍ମଚାରୀଙ୍କ ଭଲ ପାଇଁ ଏବଂ ସ୍ଵାସ୍ଥ୍ୟ ନିମନ୍ତେ Atacama Large Millimeter/submillimeter Array (ALMA)କୁ ବନ୍ଦ କରିବାକୁ ଅଦ୍ଭୁତପୂର୍ଣ୍ଣ ନିୟର୍ଣ୍ଣୟ ନିଆଯାଇଛି। କର୍ମଚାରୀଙ୍କ ପାଇଁ ଏହା ସୁନିଶ୍ଚିତ କରାଯାଇଛି ଯେ, ସେମାନେ ନିଜର ପରିବାର ସହିତ ଏହି ସମୟରେ ଘରେ ରହିବେ।

ସମାଚାର ଏଜେନ୍ସି ସିନହୁଆ ଗୁରୁବାର ଘୋଷଣା କରିଛି ଯେ, ଏକ ସୁନିଶ୍ଚିତ ଓ ସଫଳ ସଟ୍ ଡାଉନ୍ ସଫଳ କରିବା ପାଇଁ କର୍ମଚାରୀଙ୍କ ଦ୍ଵାରା ଏକ ଅବିଶ୍ଵସନୀୟ ପ୍ରୟାସ କରାଯାଇଛି। ସ୍ଥିତି ଉପରେ ନଜର ରଖି ଯେବେ ଚାହିଁବେ କର୍ମଚାରୀ ସେହି ଦିନ ନିଜର ପ୍ରୋଗ୍ରାମ ଆରମ୍ଭ କରି ପାରିବେ  ବୋଲି କୁହାଯାଇଛି। ଘୋଷଣା ଅନୁସାରେ ALMA ମାର୍ଚ୍ଚ 22ରେ ବନ୍ଦ ରହିଛି। ଏହା ମେ 19ରେ ନିଜର ପରିଚାଳନା ଆରମ୍ଭ ବୋଲି କୁହାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.