Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉଡିଲା ଦୁନିଆର ସବୁଠାରୁ ବଡ ବିମାନ : ୩୫ ହଜାର ଫୁଟ ଉଚ୍ଚରୁ ଫାୟାର କରିବ ରକେଟ, ଜାଣନ୍ତୁ ଏହାର ବିଶେଷତ୍ୱ

14/04/2019 at 2:49 PM

କାଲିଫର୍ନିଆ ୧୪/୪ : କାଲିଫର୍ନିଆରେ ଦୁନିଆର ସବୁଠାରୁ ବଡ ବିମାନ ସଫଳାତାପୂର୍ବକ ପରୀକ୍ଷଣ କରିଛି | ଦୁନିଆର ସବୁଠାରୁ ବଡ ବିମାନ ଷ୍ଟ୍ରେଟୋଲଂଚ | ଏହି ବିମାନରେ ୬ଟି ବୋଇଙ୍ଗ ୭୪୭ ଇଂଜିନ ଲାଗିଛି | ଏହି ବିମାନରେ ୩୫ ହଜାର ଫୁଟ ଉଚ୍ଚରୁ ରକେଟ ଲଂଚ କରାଯାଇ ପାରିବ | ଶନିବାର ଦିନ ଏହି ବିମାନର ପ୍ରଥମ ଯାତ୍ରା କରିଥିଲା |

ମୋଜାବେ ମରୁଭୂମି ଉପରେ ବିମାନଟି ପ୍ରଥମ ଯାତ୍ରା କରିଥିଲା | ଅନ୍ତରୀକ୍ଷକୁ ରକେଟ ପଠାଯିବ ପାଇଁ ଏବଂ ସେଠାରେ ଛାଡିବା ପାଇଁ ଏହି ବିମାନ ନିର୍ମାଣ କରାଯାଇଛି |


ଏହି ରକେଟ ଉପଗ୍ରହଙ୍କୁ ନିଜ ନିଜ କକ୍ଷରେ ପହଞ୍ଚାଇବାକୁ ସାହାଯ୍ୟ କରିଥାଏ | ଟେକ ଅଫ ରକେଟ ସାହାଯ୍ୟରେ ଉପଗ୍ରହଙ୍କୁ କକ୍ଷକୁ ପଠାଯାଇଥାଏ | ସ୍କେଲଡ କମ୍ପୋଜିଟ୍ସ ନାମକ ଏକ ଇଂଜିନିୟରିଂ କମ୍ପାନୀ ଏହି ବିମାନ ନିର୍ମାଣ କରିଛି | ଏହି ବିମାନ ଏତେ ବଡ ଯେ ଏହାର ଓ୍ଵିଙ୍ଗ୍ ଗୁଡିକ ଏକ ଫୁଟବଲ ପଡିଆଠୁ ବି ବଡ |


ଶନିବାର ଦିନ ଏହି ବିମାନଟି ପାଖାପାଖି ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଉଡିଥିଲା | ସର୍ବାଧିକ ଘଣ୍ଟା ପ୍ରତି ୩୦୪ କି:ମି: ବେଗରେ ବିମାନଟି ଉଡିଥିଲା | ଏହି ବିମାନରେ ଥରକେ ୩ଟି ରକେଟ ଆଟାଚ କରାଯାଇପାରିବ | ବିମାନକୁ ୨୦୧୧ ମସିହାରେ ମାଇକ୍ରୋସଫ୍ଟର ଦିବଂଗତ ସହକାରୀ ସଂସ୍ଥାପକ ପଲ ଜି ଏଲେନ ପ୍ରସ୍ତୁତ କରିଥିଲେ | ୨୦୧୮ ମସିହାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା |

   Related Posts