Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଲେହରେ ଉଡିଲା ବିଶ୍ଵର ବୃହତ୍ତମ ତ୍ରିରଙ୍ଗା, ୧୪୦୦ କିଲୋ ଓଜନର ପତାକାକୁ କାନ୍ଧରେ ବୋହି ନେଲେ ୧୫୦ ଯବାନ

2/10/2021 at 8:02 PM

ଲେହ ୦୨।୧୦: ଲେହରେ ଲାଗିଲା ବିଶ୍ଵର ବୃହତ୍ତମ ତ୍ରିରଙ୍ଗା । ଗାନ୍ଧୀ ଜୟନ୍ତୀରେ ଲଦାଖର ରାଜଧାନୀ ଲେହରେ ଉନ୍ମୋଚିତ ହୋଇଛି ସବୁଠୁ ବଡ଼ ଖଦି ଜାତୀୟ ପତାକା । ଲମ୍ବ ୨୨୫ଫୁଟ, ଓସାର ୧୫୦ଫୁଟ, ଓଜନ ୧୪ଶହ କିଲୋ । ଏହାକୁ ତିଆରି କରିବାକୁ ଲାଗିଛି ୪୯ଦିନ । ବିଶାଳ ତ୍ରିରଙ୍ଗାକୁ ୨ ହଜାର ଫୁଟ ଉଚ୍ଚତାକୁ କାନ୍ଧରେ ବୋହି ନେଇଥିଲେ ଇଞ୍ଜିନିୟରିଂ ରେଜିମେଣ୍ଟର ୧୫୦ ଯବାନ । ପାହାଡ ଶିଖରରେ ପହଞ୍ଚିବା ଲାଗି ଲାଗିଥିଲା ୨ ଘଣ୍ଟା ସମୟ । କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଉପରାଜ୍ୟପାଳ ଆର.କେ ମାଥୁର ଖଦି ତ୍ରିରଙ୍ଗା ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ସାମିଲ ହୋଇଥିଲେ ଭାରତୀୟ ସେନା ମୁଖ୍ୟ । ସୀମା ପାଖରେ ସୁଉଚ୍ଚ ପର୍ବତମାଳାରୁ ବଖାଣୁଛି ଭାରତର ଗୌରବଗାଥା । କହୁଛି ଭାରତର ଶକ୍ତି ଏବଂ ଶୌର୍ଯ୍ୟର କାହାଣୀ ।

ଏପଟେ ଦୁଇ ଦିନିଆ ଲଦାଖ ଗସ୍ତରେ ଥିବା ସେନାମୁଖ୍ୟ ମନୋଜ ମୁକୁନ୍ଦ ନରୱଣେ ଚୀନକୁ ଦେଇଛନ୍ତି ଚେତାବନୀ । ପୂର୍ବ ଲଦାଖ ସୀମାରେ ପାଖରେ ନିରାପତ୍ତା ସମୀକ୍ଷା କରିବା ପରେ ସେନାମୁଖ୍ୟ କହିଛନ୍ତି ଯେକୌଣସି ମୁକାବିଲା ଲାଗି ଆମେ ପ୍ରସ୍ତୁତ । ସୀମା ପାଖରେ ଚୀନ ତାର ସୈନ୍ୟ ଶକ୍ତି ବଢାଉଛି । ଗଲୱାନ ଘାଟିରେ ଉତ୍ତେଜନା ରହିଛି। ଭାରତ ଏବଂ ଚୀନ ଯବାନଙ୍କ ଭିତରେ ବାରମ୍ବାର ସଂଘର୍ଷ ହୋଇଛି । ଅଧିକ ସୈନ୍ୟ ମୁତୟନ ଲାଗି ଚୀନ ସୀମା ସେପଟେ ବହୁ ଭିତ୍ତିଭୂମି ନିର୍ମାଣ କରିଛି । ଏପରି ସ୍ଥିତିରେ ମୁକାବିଲା ଲାଗି ପ୍ରସ୍ତୁତ ଥାଇ ଭାରତ ସବୁ ଅନୁଧ୍ୟାନ କରୁଥିବା ସେନା ମୁଖ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ଚୀନକୁ ଜବାବ ଦେବାକୁ ଭାରତ ମଧ୍ୟ ସୀମାରେ ଆଧୁନିକ ଅସ୍ତ୍ରଶସ୍ତ୍ର ମୁତୟନ କରିଥିବା ନରୱଣେ କହିଛନ୍ତି । ‘ଗୋଗ୍ରା ପଏଣ୍ଟ୍’ରୁ ଚୀନ ଏବଂ ଭାରତ ଦ୍ବିତୀୟ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର କରିବାର ଦୁଇ ମାସ ନ ପୂରୁଣୁ ସେନାମୁଖ୍ୟ ପୂର୍ବ ଲଦାଖ ଗସ୍ତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ନିୟନ୍ତ୍ରଣ ରେଖା ଟପି ଭାରତରେ ଅନୁପ୍ରବେଶ କରିବାକୁ ଆତଙ୍କବାଦୀମାନେ ପୁଣି ଉଦ୍ୟମ ଆରମ୍ଭ କରିଛନ୍ତି । ତାହାକୁ ପ୍ରତିହତ କରିବା ଲାଗି ଭାରତୀୟ ସେନା ସତର୍କ ଏବଂ ସଜାଗ ଥିବା ସେ କହିଛନ୍ତି।

ଚୀନ ସହ ସାମରିକ ଅଚଳାବସ୍ଥା ଲାଗିଥିବା ବେଳେ LACରେ ଭାରତ ପ୍ରଥମ ଥର ସଫଳ ପରୀକ୍ଷଣ କରିଛି K-9 ବଜ୍ର ତୋପ । ହ୍ବାଇଟଜର୍ ତୋପ ୫୦କିଲୋମିଟର ଦୂରରେ ଥିବା ଶତ୍ରୁର ଠିକାନାକୁ ଟାର୍ଗେଟ କରିପାରିବ। କୋରିଆ ଟେକନୋଲୋଜି ଆଧାରରେ ଏହି ତୋପକୁ ଗୁଜରାଟର ହାଜିରାଠାରେ ତିଆରି କରିଛି ଲାର୍ସେନ୍ ଆଣ୍ଡ ଟର୍ବୋ ।୫୦ କିଲୋ ଓଜନର ଏହି ବଜ୍ର ତୋପ ୪୭କିଲୋ ଓଜନର ବିସ୍ଫୋରକ ଫାୟାର କରିପାରିବ । ଲଦାଖର ୧୬ହଜାର ଫୁଟ ପାହାଡି ଇଲାକାରେ ବେଶ ସଫଳ ହେବ । ଆଗରୁ ବଜ୍ର ତୋପ ପାକିସ୍ତାନ ସୀମା କାରଗିଲ ସେକ୍ଟରରେ ପରୀକ୍ଷା କରାଯାଇଛି । ଧନୁଷ ଏବଂ M777 ତୋପ ପରେ ଏବେ ବଜ୍ର ତୋପ ସାମିଲ ହେବା ପରେ ଭାରତୀୟ ସେନାର ବଳ ବଢିବ ବୋଲି ଆଶା ପ୍ରକାଶ କରିଛନ୍ତି ସେନା ମୁଖ୍ୟ।

   Related Posts