Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବାଣିଜ୍ୟ ଜଗତ ଲାଗି ବଡ଼ ଖବର, ଆସୁଛି ବିଶ୍ୱର ସର୍ବ ବୃହତ୍ତ IPO, ସାଉଦୀ ଅରାମକୋଠୁ ମଧ୍ୟ ବଡ଼

17/10/2020 at 4:40 PM

ନୂଆଦିଲ୍ଲୀ ୧୭।୧୦: ଆସୁଛି ବିଶ୍ୱର ସବୁଠୁ ବଡ଼ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ)। ଆମେରିକା ନୁହେଁ ଚୀନ୍‌ରେ ଆସୁଛି ଏହି ଆଇପିଓ  ଏବଂ କମ୍ପାନୀ ମଧ୍ୟ ସେଇଠିକାର। ଜ୍ୟାକ୍‌ ମାଙ୍କ କମ୍ପାନୀ ଆଲିବାବା ଆଫିଲିଏଟେ  ଏଣ୍ଟ ଗ୍ରୁପ ୩୫ ବିଲିୟନ ଡଲାର ଅର୍ଥାତ ୨.୫୬ ଲକ୍ଷ କୋଟି ଟଙ୍କାର ଆଇପିଓ ଆଣୁଛନ୍ତି। ଯଦି ଆପଣ ଭାବୁଥାନ୍ତି ଏପରି ଆଇପିଓ ତ ଅନେକ ଆସୁଛି ତେବେ ଏହା ଆପଣଙ୍କର ଭୁଲ। ଭାରତରେ ଗତ ୫ ବର୍ଷରେ ଯେତେ ବି ଆଇପିଓ ଆସିଛି ସେ ସବୁକୁ ଏକତ୍ର କରିଦେଲେ ବି ଏହାଠୁ ବଡ ଏହି ଆଇପିଓ।

ଆଣ୍ଟ ଗ୍ରୁପର ଏହି ପବ୍ଲିକ ଅଫର ହଙ୍ଗକଙ୍ଗ ଓ ସାଂଘାଇ ଷ୍ଟକ୍ ଏକ୍ସଚେଞ୍ଜ ଦ୍ୱାରା ଆସିବ। ବାର୍କଲେଜ୍, ଆଇସିବିସି ଇଣ୍ଟରନ୍ୟାସନାଲ ଓ ବ୍ୟାଙ୍କ ଅଫ ଚାଇନା ଇଣ୍ଟରନ୍ୟାସନାଲ ଏହାର ବୁକ୍ ରନର୍ସ ଅଛନ୍ତି। ହଙ୍ଗକଙ୍ଗରେ ଆଇପିଓକୁ ସିଆଇସିସି, ସିଟି ଗ୍ରୁପ୍, ଜେ.ପି.ମର୍ଗାନ ଓ ମର୍ଗାନ ଷ୍ଟାନଲି  ସ୍ପୋନସର କରୁଛନ୍ତି। ସେହିପରି ସାଂଘାଇରେ ସିଆଇସିସି ଓ ଚାଇନା ସିକ୍ୟୁରିଟିଜ୍ ଏହାର ପ୍ରାୟୋଜକ ଅଛନ୍ତି।

ଜ୍ୟାକ୍‌ ମାଙ୍କ ଆଲିବାବ ଆଫିଲିଏଟ୍ ଏଣ୍ଟ ଗ୍ରୁପ ବିଶ୍ୱର ସବୁଠୁ ମୂଲ୍ୟବାନ ଫିନଟେକ୍‌ କମ୍ପାନୀ। ଯିଏ ନିଜର ମୂଲ୍ୟାକୁ ୨୫୦ ବିଲିୟନ ଡଲାରରେ ପହଞ୍ଚାଇବାକୁ ଚାହାନ୍ତି। ଭାରତର ସବୁଠୁ ବଡ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗତ ଜୁନ ମାସରେ ୧୫୦ ବିଲିୟନ ଡଲାରର କ୍ୟାପିଟାଲ ମାର୍କେଟରେ ପରିଣତ ହୋଇପାରିଛନ୍ତି। ଭାରତରେ ଏତେ ପରିମାଣର ପୁଞ୍ଜି ଥିବା ରିଲାଏନ୍ସ ଏକମାତ୍ର କମ୍ପାନୀ।

ଏଣ୍ଟ ଗ୍ରୁପ ଡୁଆଲ ଲିଷ୍ଟିଂରେ ୩୫ ବିଲିୟନ ଡଲାର ସଂଗ୍ରହ କରିବା ଲାଗି ଲକ୍ଷ ରଖିଛନ୍ତି। ହଙ୍ଗକଙ୍ଗ ଓ ସାଂଘାଇରେ ଏହି ଲିଷ୍ଟିଂ ହେବ। ୨୦୧୯ରେ ସାଉଦୀ ଅରାମକୋ ୨୯.୪ ବିଲିୟନ ଡଲାର ସଂଗ୍ରହ କରିଥିଲେ। ସେବେଠାରୁ ଏପର୍ଯ୍ୟନ୍ତ ଅରାମକୋର ଆଇପିଓ ବିଶ୍ୱର ସର୍ବବୃହତ୍ତ ଆଇପିଓ ଭାବେ ପରିଗଣିତ ହେଉଛି। ଏହା ପୂର୍ବରୁ ଆଲିବାବା ୨୦୧୪ ମସିହାରେ ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜରେ ଷ୍ଟକ୍ ବିକ୍ରିରୁ ୨୫ ବିଲିୟନ ଡଲାର ସଂଗ୍ରହ କରିଥିଲେ। ଏହା ସେ ସମୟର ରେକର୍ଡ ବ୍ରେକିଙ୍ଗ ଆଇପିଓ ଭାବେ ପରିଗଣିତ ହୋଇଥିଲା।   

   Related Posts