ଦୁନିୟାର ସବୁଠୁ ଶସ୍ତା ଏଣ୍ଡ୍ରଏଡ ଟିଭି ଭାରତରେ ଲଂଚ : ୩୨ ଇଂଚର ସ୍କ୍ରିନକୁ ଦାମ ମାତ୍ର ୪୯୯୯

Published By : Prameya-News7 Bureau | February 02, 2019 IST

wp:heading {"level":5}
ପାଟଣା ୨|୨: ଦୁନିୟାର ସବୁଠୁ ସସ୍ତା ଟିଭି ତିଆରି କରୁଥିବା ଏଣ୍ଡ୍ରଏଡ ଟିଭି କମ୍ପାନୀ ସେମିଇନଫୋରମେଟିକ୍ସ ପ୍ରାଇଭେଟ୍‌ ଲିମିଟେଡର ସବୁଠୁ ସସ୍ତା ଟିଭି ଭାରତରେ ଲଂଚ ହୋଇଛି। ଟିଭିର ଦାମ ମାତ୍ର ୪୯୯୯ ଟଙ୍କା। ୩୨ ଇଂଚ ଡିସ୍‌ପ୍ଲେର ଏହି ଟିଭି ଦୁନିୟାର ସବୁଠୁ ସସ୍ତା ଟିଭି ବୋଲି କୁହାଯାଉଛି। ଅନ୍ୟ କମ୍ପାନୀ ତୁଳନାରେ ଏହି କମ୍ପାନୀର ସ୍ମାର୍ଟ ଏଲଇଡିର ବିଭିନ୍ନ ମଡେଲ୍‌ ମଧ୍ୟ କମ ଦାମରେ ବିକ୍ରି ହୁଏ। ସେମିଇନଫୋରମେଟିକ୍ସର ପୂର୍ବରୁ ଯଉଁ ଏଣ୍ଡ୍ରଏଡ ସ୍ମାର୍ଟ ଟିଭି ବଜାରରେ ମିଳୁଥିଲା ତାର ମୂଲ୍ୟ ୬୯୯୯ ଟଙ୍କା ଥିଲା। ଏହି ସେମି ଏଣ୍ଡ୍ରଏଡ ଟିଭିରେ ରାମ୍‌ ,  ମେମୋରୀ, ୱାଇଫାଇ ଓ ହଟ୍‌ସ୍ପଟ୍‌ର ସୁବିଧା ଅଛି। କମ୍ପାନୀର କହିବା ଅନୁସାରେ ଅନ୍ୟ ଦାମି ଟିଭିରେ ଥିବା ଫିଚର୍ସ ମଧ୍ୟ ଏହି ଟିଭିରେ ମିଳିବ। ଏହା ସହ ସ୍କ୍ରିନ୍‌ ମିରର ଭଳି ଆଡଭାନ୍ସ ଫିଚର୍ସ ଅଛି। ଯଦି ଏହି ଟିଭି ଘରେ ଦେଖିବାକୁ ଚାହୁଁଛନ୍ତି ତାହେଲେ ଏହି ୫ଟି ସୋପାନ ଅନୁସରଣ କରନ୍ତୁ -
/wp:heading {"id":81043,"width":594,"height":297}
wp:heading {"level":5}
 ୧. ପ୍ରଥମେ ନିଜ ଫୋନ୍‌ରେ ସେମି ଆପ୍‌ ଇନଷ୍ଟଲ କରିବାକୁ ପଡିବ।
/wp:heading wp:heading {"level":5}
୨. ଏହା ପରେ ଆଧାର ଏବଂ ଫୋନ୍‌ ନମ୍ୱର ଦେଲେ ଓଟିପି ମିଳିବ।
/wp:heading wp:heading {"level":5}
୩. ରେଜିଷ୍ଟ୍ରେସନ୍‌ କରିବା ପାଇଁ ନିଜ ନାଁ, ଇମେଲ୍‌, ଠିକଣା ଓ ପାସୱାର୍ଡ ଦବାକୁ ପଡିବ।
/wp:heading wp:heading {"level":5}
୪. ସ୍ମାର୍ଟ ଟିଭି କ୍ୟାଟଗୋରୀରେ ୪୯୯୯ ଟଙ୍କା ଟିଭି ଚୟନ କରିବାକୁ ପଡିବ।
/wp:heading

୫. ଶେଷରେ ବୁକିଂ ଅପସନ୍‌କୁ ଯାଇ ଏଡ୍‌ ଟୁ କାର୍ଟ କରି ଅର୍ଡର ଦିଆଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.