ଦୁନିଆର ସବୁଠାରୁ ବଡ ବିମାନ କବରସ୍ଥାନ, ଯେଉଁଠାରେ ଅଛି ୪ ହାଜରରୁ ଅଧିକ ବିମାନ ଓ ମହାକାଶ ଯାନ

Published By : Prameya-News7 Bureau | July 01, 2020 IST

ଟକ୍ସନ ୦୧/୦୭ : ଆପଣ ବଡ ବଡ ସ୍ମଶାନ ଦେଖିଥିବେ ଏବଂ ବଡ ବଡ ସ୍ମଶାନ ସମ୍ପର୍କରେ ଶୁଣିଥିବେ ମଧ୍ୟ | ଆଜି ଏକ ଅଜବ ଶ୍ମଶାନ ବିଷୟରେ ଜାଣନ୍ତୁ | ଏହି ଶ୍ମଶାନ ମଣିଷଙ୍କର ନୁହେଁ | ଏହାକୁ ବିମାନମାନଙ୍କର କବରସ୍ଥାନ କୁହାଯାଏ |ବିମାନ ଶ୍ମଶାନ ଥିବା ଆପଣ ସମ୍ଭବତଃ କେବେ ଶୁଣିଥିବେ | ଏମିତି ଏକ ଶ୍ମଶାନ ରହିଛି ଯେଉଁଠାରେ ଶହ ଶହ ସଂଖ୍ୟାର ବିମାନ |

{"id":294293,"sizeSlug":"large"}

ଏହି ବିମାନ କବରସ୍ଥାନ ଆମେରିକାରେ ରହିଛି | ଆମେରିକାରେ ଏମିତି ଏକ ଜାଗା ରହିଛି ଯାହାକୁ ସୈନ୍ୟ ବିମାନର ସବୁଠାରୁ ବଡ କବରସ୍ଥାନ ବୋଲି କୁହାଯାଏ | ଏଠାରେ ୪ ହାଜରରୁ ଅଧିକ ସେନା ବିମାନ ରଖାଯାଇଛି ଯାହା ନଷ୍ଟ ହୋଇଯାଇଛି | ଏହି ବିମାନ କବରସ୍ଥାନରେ କିଛି ମହାକାଶ ଯାନ ମଧ୍ୟ ରହିଛି | 

{"id":294291,"sizeSlug":"large"}

ଏହି କବରସ୍ଥାନ ଏରିଜୋନାର ଟକ୍ସନ ମରୁଭୂମିରେ ଅଛି | ଏହା ୨ ହାଜର ୬୦୦ ଏକର ଜମିରେ ରହିଛି | ଆକାରରେ ଏହା ୧୪୦୦ ଫୁଟବଲ ପଡିଆ ସହ ସମାନ | ଏହି ଜାଗା ବୋନୟାର୍ଡ଼ ଭାବେ ପ୍ରସିଦ୍ଧ | ୨୦୧୦ ମସିହାରେ ଗୁଗଲ ଆର୍ଥ ପ୍ରଥମଥର ପାଇଁ ଏହି କବରସ୍ଥାନର ଏକ ସ୍ୱଚ୍ଛ ଫଟୋ ଜାରି କରିଥିଲା |

{"id":294292,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.