ଚୀନକୁ ସାମରିକ ଜବାବ, ଲଦାଖ ସୀମା ପର୍ଯ୍ୟନ୍ତ ନିର୍ମାଣ ହେବ ଦୁନିଆର ସବୁଠୁ ଉଚ୍ଚ ରେଳ ଲାଇନ

Published By : Prameya-News7 Bureau | July 13, 2020 IST

ନୂଆଦିଲ୍ଲୀ ୧୩।୦୭: ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା(LAC)ରେ ଭାରତ ଓ ଚୀନ ସେନା ମଧ୍ୟରେ ନିକଟ ଦିନରେ ଉତ୍ତେଜନା ଚରମରେ ପହଞ୍ଚିଥିଲା। ଏହାର କାରଣ ଥିଲା ଭାରତ ଏଲଏସି ସୀମାରେ ନିଜର ଭିତ୍ତିଭୂମି ଦୃଢ କରିବା, ଯାହାକୁ ଚୀନ ସହି ପାରୁନି। ଅନ୍ୟ ପଟେ ଚୀନ ନିଜ ପଟୁ ନିଜର ସୈନିକ ଓ ଅସ୍ତ୍ର ଶସ୍ତ୍ର ସୀମାରେ ପହଞ୍ଚାଇବା ପାଇଁ ରେଳ ଓ ସଡକ ମାର୍ଗର ମଜବୁତ ନେଟଓ୍ଵର୍କ ପ୍ରସ୍ତୁତ କରି ସାରିଛି। ତେଣୁ ଏବେ ସାମରିକ ମୋର୍ଚ୍ଚାରେ ଚୀନକୁ ଜବାବ ଦେବା ଏବଂ ଭାରତୀୟ ସେନାଙ୍କୁ ସୀମା ପର୍ଯ୍ୟନ୍ତ ସହଜରେ ପହଞ୍ଚିବା ପାଇଁ ଭାରତୀୟ ରେଲଓ୍ଵେ ଅଣ୍ଟା ଭିଡିଛି।

{"id":299997,"sizeSlug":"large"}

ଅରୁଣାଚଳ ପ୍ରଦେଶରେ ଚୀନ ସୀମା ପର୍ଯ୍ୟନ୍ତ ରେଳ ଲାଇନ ବିଛାଉଥିବା ବେଳେ ଭାରତୀୟ ରେଲଓ୍ଵେ ମଧ୍ୟ ଚୀନ ସୀମା ପର୍ଯ୍ୟନ୍ତ ଦୁନିଆର ସବୁଠୁ ଉଚ୍ଚ ରେଳ ଲାଇନ ବିଛାଇବା କାମ ଆରମ୍ଭ କରି ଦେଇଛି, ଯାହା ଲେହ ପର୍ଯ୍ୟନ୍ତ ସଂଯୋଗ କରିବ।

ସାମରିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ଵପୂର୍ଣ୍ଣ ଏହି ରେଳ ଲାଇନ ପ୍ରକଳ୍ପକୁ ବିଳାସପୁର-ମନାଲି-ଲେହ ଜରିଆରେ ସୀମା ପର୍ଯ୍ୟନ୍ତ ସଂଯୋଗ କରାଯିବ। ସର୍ବନିମ୍ନ ତାପମାତ୍ର ଏବଂ କମ୍ ଅମ୍ଳଜାନ ମଧ୍ୟରେ ଦୁନିଆର ସବୁଠୁ ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ନିର୍ମାଣ ହେଉଥିବା ୧୫୦୦ କିଲୋମିଟରର ଲମ୍ବା ଏହି ରେଳ ଲାଇନର ସମତଳ କାମ ପୂରା ହୋଇ ସାରିଛି।

{"id":299998,"sizeSlug":"large"}

ହିମାଚଳ ପ୍ରଦେଶର ବିଳାସପୁରରୁ ଲେହ ମଧ୍ୟରେ ୪୭୫ କିଲୋମିଟରର ଲମ୍ବା ବ୍ରଡଗେଜର ରେଳ ଲାଇନ ବିଛାଇବା କାମ ମଧ୍ୟ ଆରମ୍ଭ ହୋଇ ଯାଇଛି। ଏହି ରେଳ ଲାଇନ୍‌ରେ ସେତୁ, ଷ୍ଟେସନ ଓ ସୁଡଙ୍ଗ ପରି ମହତ୍ଵପୂର୍ଣ୍ଣ ସ୍ଥାନରେ ୧୮୪ କଣ୍ଟ୍ରୋଲ ପଏଣ୍ଟ ନିର୍ମାଣ କରାଯିବ।

ସୂଚନାଯୋଗ୍ୟ, ଏହି ରେଳ ଲାଇନ୍ ଉପରେ ୫୧ ପ୍ରତିଶତ ସୁଡଙ୍ଗ କାମ ପୂରା ହୋଇ ସାରିଛି। ୧୧୦ ସେତୁର ନିର୍ମାଣ ଜାରି ରହିଛି। ଏହି ରୁଟ୍‌ରେ ୩୧ ରେଳ ଷ୍ଟେସନ ରହିବ। ଏହି ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପରେ ୬୮ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

{"id":299999,"sizeSlug":"large"}

ଏହି ରେଳ ଲାଇନ ନିର୍ମାଣ ହେବା ପରେ ଚୀନ ସୀମାରେ ମୁତୟନ ଯବାନ ପର୍ଯ୍ୟନ୍ତ ଉପକରଣ ଓ ଯୁଦ୍ଧାସ୍ତ୍ର ପରିବହନ ସହଜ ହୋଇ ପାରିବ। ଭାରତୀୟ ରେଲଓ୍ଵେ ଇତିହାସରେ ଏହି  ରେଳ ଲାଇନ୍‌ର ନିର୍ମାଣ ସବୁଠୁ ମୁସ୍କିଲ କାମ ମଧ୍ୟରୁ ଏକ  ବୋଲି କୁହାଯାଉଛି। ଏହି ରେଳ ଲାଇନ୍‌ରେ ସବୁଠୁ ଲମ୍ବା ସୁଡଙ୍ଗ ୧୩.୫ କିଲୋମିଟରର ହେବ। ପାହାଡିଆ ଅଞ୍ଚଳରେ ସୁଡଙ୍ଗର ମୋଟ୍ ଲମ୍ବ ୨୩୮ କିଲୋମିଟର ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.