ବିଶ୍ୱର ପ୍ରଥମ ଚାଳକବିହୀନ ସୁପରସୋନିକ ଯୁଦ୍ଧ ଡ୍ରୋନ୍ ବିକ୍ରି ପାଇଁ ଆସିଲା, ଦାମ୍ ୧୬ ମିଲିୟନ ଡଲାର

Published By : Prameya-News7 Bureau | March 05, 2021 IST

ନୂଆଦିଲ୍ଲୀ, ୦୪/୦୩:  ବିଶ୍ୱର ପ୍ରଥମ ଚାଳକବିହୀନ ସୁପସୋନିକ୍ କମ୍ବାକ୍ଟ ବା ଯୁଦ୍ଧା ଏରିଅଲ ଭେଇକେଲ୍  ୟୁସିଏଭିକୁ ଲଞ୍ଚ୍ କରିଛି ସିଙ୍ଗାପୁର କମ୍ପାନୀ କାଲେ୍ ଏରୋସ୍ପେସ୍ । ଏହା ହେଉଛି ବିଶ୍ୱର ପ୍ରଥମ ସୁପରସୋନିକ ଅନମ୍ୟାନଡ୍ ୟୁସିଏଭି । ଏହାକୁ କମ୍ପାନୀ ୧୬ ମିଲିୟନ ଡଲାରରେ ବିକ୍ରି କରିବ ।

ଏହି ଜେଟକୁ ଆରୋ ବୋଲି ମଧ୍ୟ କୁହାଯାଏ । ଏହାର କ୍ଷମତା ଅଧିକ ରହିଛି । ଏପରିକି ଏହା ଶବ୍ଦର ବେଗଠୁ ଅଧିକ ବେଗରେ ଗତି କରିପାରେ । ଏହା ସ୍ୱୟଚାଳିତ ଭାବେ ଲଞ୍ଚ୍ ହୋଇପାରିବ ।

କାଲେ ଏରୋସ୍ପେସର ମୁଖ୍ୟ ନିର୍ବାହୀ ଅଧିକାରୀ ଆଇନ୍ ଲିମ୍ କହିଛନ୍ତି ଯେ, ୟୁଏଭି ନିଜର କ୍ଷମତା ପାଇଁ ପରିଚିତ । ତେବେ ପୂର୍ବରୁ କୌଣସି ୟୁଏଭି ଶବ୍ଦର ବେଗଠୁ ଅଧିକ ଗତିରେ ଯାଇପାରୁନଥିଲା । ଏବେ କିନ୍ତୁ କମ୍ପାନୀ ଏହି ସମସ୍ୟାର ସମାଧାନ କରିପାରିଛି ।

ୟୁସିଏଭିରେ ରାଡାର ଲାଗିଛି । ଏହାସହ ଇନଫ୍ରା ରେଡ୍ ସିଗନେଚର୍ ସିଷ୍ଟମ ରହିଛି । ଫଳରେ ଏହା ବହୁମୁଖୀ ଆକ୍ରମଣ କରିପାରିବ । ଏଥିରୁ ମିସାଇଲ୍ ଆକ୍ରମଣ ହୋଇପାରିବ । ଏହାସହ ଶତ୍ରୁର ଯୋଗଯୋଗ ସିଷ୍ଟମକୁ ଅବରୋଧ ମଧ୍ୟ କରିପାରିବ । ଏହି ୟୁସିଏଭି ୪୮୦୦ କିମି ଉଡିପାରେ । ଏହାକୁ ରିମୋଟ୍ ମାଧ୍ୟମରେ କଣ୍ଟ୍ରୋଲ କରାଯାଇ ପାରିବ ।

ଏହି ଡ୍ରୋନ୍ କାର୍ବନ୍ ଫାଇବରରେ ତିଆରି ହୋଇଛି । ଏଥିରେ ଉନ୍ନତମାନର ଏୟାର ଡିଫେନ୍ସ ସିଷ୍ଟମ ରହିଛି । ଯାହା ଶତ୍ରୁକୁ ମାତ୍ ଦେବାରେ ସକ୍ଷମ ଅଟେ । ଏବେସୁଦ୍ଧା ଏହି ପାଇଲଟଲେସ୍ ସୁପରସୋନିକ୍ ଜେଟକୁ କିଣିବା ପାଇଁ ୧୦୦ରୁ ଅଧିକ ଅର୍ଡର ଆସିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.