ମାନବ ପରୀକ୍ଷଣ ବାହାରେ ପ୍ରଥମ ରୋଗୀ ଯିଏ ନେଲେ ଫାଇଜର କରୋନା ଟିକା

Published By : Prameya-News7 Bureau | December 08, 2020 IST

ନୂଆଦିଲ୍ଲୀ ୦୮/୧୨ : ବ୍ରିଟେନର ୯୦ ବର୍ଷ ବୟସ୍କା ମହିଳା ମାର୍ଗାରେଟ୍ କେନନ ମଙ୍ଗଳବାର ଦିନ ପିଫାଇଜରର କରୋନା ଟିକା ନେଇଛନ୍ତି। କ୍ଲିନିକାଲ୍ ପରୀକ୍ଷା ବାହାରେ ମାର୍ଗାରେଟ୍ କରୋନା ଟିକା ଗ୍ରହଣ କରିବାରେ ଦୁନିଆର ପ୍ରଥମ। କରୋନା ଭାଇରସ ବିରୋଧରେ ଏହା ଏକ ଐତିହାସିକ ମୁହୂର୍ତ୍ତ। ମହିଳାଙ୍କ ଟିକା ଗ୍ରହଣ ପରେ ବ୍ରିଟେନର ଜନସାଧାରଣ ଟୀକା ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ କରିବେ। ମାର୍ଗାରେଟ୍ କେନନ ଚାରି ପିଲାଙ୍କ ଜେଜେମା। ସେ ଗତ ଛଅ ଦଶନ୍ଧି ଧରି କୋଭେନଟ୍ରିରେ ରହି ଆସୁଛନ୍ତି। ତାଙ୍କୁ କୋଭେନଟ୍ରି ୟୁନିଭର୍ସିଟି ହସ୍ପିଟାଲରେ ନର୍ସ ମେ ପାର୍ସନ୍ସ ସକାଳ ସାଢେ ୬ଟା ସମୟରେ ଟିକା ଦେଇଛନ୍ତି।

ମାର୍ଗାରେଟ୍ କେନନ କହିଛନ୍ତି, “କୋଭିଡ୍ -୧୯ ଟିକା ଦିଆଯାଇଥିବା ପ୍ରଥମ ବ୍ୟକ୍ତି ହୋଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ଏହା ହେଉଛି ଜନ୍ମଦିନର ସର୍ବୋତ୍ତମ ଉପହାର କାରଣ ଏହାପରେ ନୂଆ ବର୍ଷରେ ମୁଁ ମୋ ପରିବାର ସହିତ ଅଧିକ ସମୟ ବିତାଇ ପାରିବି।

wp:core-embed/twitter {"url":"https://twitter.com/NHSEngland/status/1336211829794742272","type":"rich","providerNameSlug":"twitter","className":""}
https://twitter.com/NHSEngland/status/1336211829794742272
/wp:core-embed/twitter

ମୁଁ ମେ ଏବଂ ଜାତୀୟ ସ୍ୱାସ୍ଥ୍ୟ ସେବା (NHS) କର୍ମକର୍ତ୍ତାଙ୍କୁ ଜେଟକି ଧନ୍ୟବାଦ ଦେଲେ ମଧ୍ୟ କମ ହେବ କାରଣ ଏମାନେ ମୋର ବହୁତ ଯତ୍ନ ନେଇଛନ୍ତି। ଯେଉଁମାନେ ଟିକା ନେବାକୁ ଆଗ୍ରହୀ ସେମାନଙ୍କୁ ମୋର ପରାମର୍ଶ, ଟିକା ନିଅନ୍ତୁ, ଯଦି ମୁଁ ୯୦ ବର୍ଷ ବୟସରେ ଟିକେ ନେଇପାରୁଛି ତାହେଲେ ଆପଣ ମଧ୍ୟ ନେଇପାରିବେ। ”

wp:core-embed/twitter {"url":"https://twitter.com/NHSEngland/status/1336216784769323008","type":"rich","providerNameSlug":"twitter","className":""}
https://twitter.com/NHSEngland/status/1336216784769323008
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.