ମ୍ୟାଲେରିଆରେ ଆଉ ହେବନି ମୃତ୍ୟୁ: ଆସିଲା ସର୍ବପ୍ରଥମ ମ୍ୟାଲେରିଆ ନିରୋଧୀ ଟିକା

Published By : Prameya-News7 Bureau | October 07, 2021 IST

ନୂଆଦିଲ୍ଲୀ ୦୭/୧୦ : ବର୍ତ୍ତମାନ କରୋନା ସାରା ବିଶ୍ୱକୁ କବଳିତ କରି ରଖିଛି। ଏହାକୁ ନେଇ ସମସ୍ତେ ଚିନ୍ତାରେ ଥିଲା ବେଳେ ଏକ ଖୁସି ଖବର ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଗତକାଲି ମ୍ୟାଲେରିଆର ପ୍ରଥମ ଭ୍ୟାକ୍ସିନ 'ମୋସ୍କୁଇଟ୍ରିକ୍ସ' /RTS, S/AS01 କୁ ସାର୍ବଜନୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି। ଏହାଦ୍ୱାରା ବହୁତ ଲୋକ ମ୍ୟାଲେରିଆ ଜନିତ ମୃତ୍ୟୁ ମୁଖରୁ ରକ୍ଷା ପାଇପାରିବେ। WHO ର ଅଧିକାରୀ ମାନେ ସାମ୍ୱାଦିକ ସମ୍ମୀଳନୀରେ କହିଛନ୍ତି ୨୦୧୯ ମସିହାରୁ କେନିଆ ଓ ମଲାବି ଠାରେ ସମ୍ପୃକ୍ତ ଟିକାର ଉପରେ ହୋଇଥିବା ପ୍ରାୟୋଗିକ ପରୀକ୍ଷା ଓ ସମୀକ୍ଷାକରଣ ପରେ RTS,S/AS01 ମ୍ୟାଲେରିଆ ଟୀକାକୁ ବ୍ୟବହାର ଅନୁମତି ଦିଆଯାଇଛି।

ଏଠାରେ ୨ଲକ୍ଷରୁ ଅଧୀକ ଟିକା ଦିଆଯାଇଥିଲା, ଯାହାକି GSK ଫାର୍ମାସ୍ୟୁଟିକାଲ କମ୍ପାନୀ ଦ୍ୱାରା ୧୯୮୭ ମସିହାରେ ତିଆରି ହୋଇଥିଲା। WHO ର ମହାନିର୍ଦ୍ଦେଶକ ଟେଡ୍ରସ ଏଡନାମ ଘେବ୍ରେୟସ ଖବରଦାତା ମାନଙ୍କୁ କହିଛନ୍ତିଯେ ଅତିକମରେ ତିନୋଟି ଆଫ୍ରିକୀୟ ଦେଶରେ RTS ଭ୍ୟାକ୍ସିନର ସଫଳପ୍ରାୟୋଗିକ ପରୀକ୍ଷଣ ପରେ ଏହାକୁ ବ୍ୟବହାର ପାଇଁ ମଞ୍ଜୁରି ପ୍ରଦାନ କରାଯାଇଛି। WHO ର ପରାମର୍ଶ ଦେଉଥିବା ସଂସ୍ଥା ଓ ମ୍ୟାଲେରିଆ ଗବେଷଣା ଦଳର ବୈଜ୍ଞାନିକମାନେ ଟିକାକୁ ସଫଳ ଓ ଏହା ମାରାତ୍ମକ ମ୍ୟଲେରିଆ ରୋଗରୁ ରକ୍ଷା କରିବ ବୋଲି କହିଛନ୍ତି।

wp:embed {"url":"https://twitter.com/ANI/status/1445828750571020294?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1445828750571020294%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fbharat.republicworld.com%2Findia-news%2Fgeneral-news%2Fworld-s-first-malaria-vaccine-mosquirix-approved-by-who-in-africa","type":"rich","providerNameSlug":"twitter","responsive":true}
https://twitter.com/ANI/status/1445828750571020294?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1445828750571020294%7Ctwgr%5E%7Ctwcon%5Es1_&ref_url=https%3A%2F%2Fbharat.republicworld.com%2Findia-news%2Fgeneral-news%2Fworld-s-first-malaria-vaccine-mosquirix-approved-by-who-in-africa
/wp:embed

WHO କହିବା ଅନୁସାରେ ଆଫ୍ରିକାରେ ବର୍ତ୍ତମାନ ଅଧୀକ ଶିଶୁ ମୃତ୍ୟୁ ମ୍ୟାଲେରିଆ କାରଣରୁ ହେଉଛି। ଏହାଯୋଗୁ ପ୍ରତିବର୍ଷ ଏଠାରେ ୨ଲକ୍ଷ ୬୦ ହଜାରରୁ ଅଧୀକ ଶିଶୁଙ୍କର ମୃତ୍ୟୁ ହେଉଛି। ପ୍ରତ୍ୟକ ବର୍ଷ ମ୍ୟାଲେରିଆ କାରଣରୁ ୪ଲକ୍ଷ ଲୋକଙ୍କ ଜୀବନ ହାନି ହେଉଛି ବୋଲି WHO ର ଏକ ରିପୋର୍ଟରେ ଦର୍ଶାଯାଇଛି।

ମ୍ୟାଲେରିଆ ଯୋଗୁଁ ପ୍ରତି ଦୁଇ ମିନିଟରେ ଜଣେ ଶିଶୁର ମୃତ୍ୟୁ ହେଉଛି। ସୂଚନା ଅନୁଶାରେ ଛୋଟ ପିଲା ଓ ଗର୍ଭବତୀ ମହିଳାମାନେ ମ୍ୟାଲେରିଆରେ ଅଧୀକ ସଂକ୍ରମିତ ହୋଇଥାଆନ୍ତି।

୨୦୧୯ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଟିକାର ପ୍ରଥମ ପ୍ରାୟୋଗିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଏହି ସମୟରେ ଘାନା, କେନିଆ ଓ ମଲାବୀରେ ୮ଲକ୍ଷ ଶିଶୁଙ୍କୁ ପରୀକ୍ଷଣ ଭିତ୍ତିରେ ଏହି ଟୀକା ଦିଆଯାଇଥିଲା। ଫଳସ୍ୱରୂପ ଉପ ସାହାରା ଆଫ୍ରିକାରେ ମ୍ୟାଲେରିଆର ସାଧାରଣ ସଂକ୍ରମଣକୁ ୩୯ ପ୍ରତିଶତ ଓ ଗମ୍ଭିର ମାମଲାକୁ ୨୯ ପ୍ରତିଶତ କମାଇଦେଇଥିଲା। ସୂଚନା ଥାଉକି ଦୀର୍ଘ ଚାରି ବର୍ଷର ପରୀକ୍ଷଣ ପରେ ଏହା ସଫଳ ହୋଇଛି।

WHO ର ମହାନିର୍ଦ୍ଦେଶକ ଆହୁରି କହିଛନନ୍ତି ଶିଶୁଙ୍କ ପାଇଁ ଅପେକ୍ଷାରେ ଥିବା ମ୍ୟଲେରିଆ ଭ୍ୟାକ୍ସିନ ପିଲା ମାନଙ୍କର ସ୍ୱାସ୍ଥ୍ୟ ଓ ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ଏକ ବଡ଼ ସଫଳତା। ମ୍ୟାଲେରିଆ ନିରୋଧୀ ଉପକରଣରେ ଏହା ଶିର୍ଷରେ ରହିବା ସହିତ ଯୁବବର୍ଗଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ।ଏହି ଭ୍ୟାକ୍ସିନ ବ୍ରିଟିସ ଔଷଧ କମ୍ପାନୀ ଗ୍ଲାକ୍ସୋ ସ୍ମିଥ୍ କ୍ଲାଇନ (GSK) ଦ୍ୱାରା ପ୍ରସ୍ତୁତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.