ମହାକାଶରେ ହେବ ହୋଟେଲ: ୪୦୦ ଲୋକଙ୍କ ପାଇଁ ହେବ ବ୍ୟବସ୍ଥା, ମିଳିବ ଅନେକ ସୁବିଧା

Published By : Prameya-News7 Bureau | March 02, 2021 IST

ନୂଆଦିଲ୍ଲୀ ୦୨/୦୩ : ପୃଥିବୀ ବାହାରେ ଯଦି ଆପଣଙ୍କୁ ରହିବାକୁ ମଉକା ମିଳେ ତାହେଲେ ଆପଣଙ୍କ ପ୍ରତିକ୍ରିୟା କିଭଳି ହେବ ? ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ। କିଛି ବର୍ଷ ପରେ ଏହା ସତ ପ୍ରମାଣିତ ହେବାକୁ ଯାଉଛି। ପୃଥିବୀ ବାହାରେ ମହାକାଶରେ ହୋଟେଲ ହେବାକୁ ଯାଉଛି। Orbital Assembly ଏହା ଉପରେ କାମ କରୁଛି। ୩ ବର୍ଷ ପୁରୁଣା ଏହି କମ୍ପାନୀ ୨୦୨୫ ସୁଦ୍ଧା ଏହା ଉପରେ କାମ ଆରମ୍ଭ କରିବ। ଡେଲି ମେଲର ଏକ ଖବର ଦାବି କରାଯାଇଛି ଯେ ୨୦୨୭ ସୁଦ୍ଧା ହୋଟେଲ ସମ୍ପୂର୍ଣ୍ଣ ହୋଇଯିବ।

{"id":416921,"sizeSlug":"large","linkDestination":"none"}

ଏହି ହୋଟେଲରେ ଥିମ ରେସ୍ତୋରାଁ, ହେଲ୍ଥ ସ୍ପା, ସିନେମାହଲ, ଜିମ, ଲାଇବ୍ରେରୀ, କଂସର୍ଟ ଭେନ୍ୟୁ, ପୃଥିବୀକୁ ଦେଖିବାକୁ ଏକ ଲାଉଞ୍ଜ, ବାର ଓ ରୁମ ରହିବ। ଏହି ହୋଟେଲରେ ୪୦୦ ଲୋକଙ୍କ ପାଇଁ ବ୍ୟବସ୍ଥା ହେବ। ହୋଟେଲରେ କ୍ରୁ ସଦସ୍ୟଙ୍କ ପାଇଁ ଅଲଗା ରୁମ ତିଆରି ହେବ।

{"id":416913,"sizeSlug":"large","linkDestination":"none"}

Orbital Assembly ଏଥିପାଇଁ ପରର୍ମାନେଣ୍ଟ ଷ୍ଟେକହୋଲଡର୍ସ ଭାବେ ସରକାରୀ ଏଜେନ୍ସିଗୁଡିକୁ ଖୋଜୁଛି ଯେପରି ସେମାନେ ସେଠାରେ ନିଜର ଟ୍ରେନିଂ ସେଣ୍ଟର ଖୋଲିପାରିବେ। ଏହି ହୋଟେଲ ପ୍ରତି ୯୦ ମିନିଟରେ ଗ୍ଲୋବର ଗୋଟିଏ ଚକ୍କର ପୁରା କରିବ। କୌଣସି ବ୍ୟକ୍ତି ଚାହିଁଲେ ୨୦*୧୨ ମିଟରର ଏକ ମୋଡ୍ୟୁଲ କିଣି ବି ପାରିବେ। ଏହା ଏକ ପ୍ରକାର ପ୍ରାଇଭେଟ ଭିଲ୍ଲା ଭଳି।

{"id":416920,"sizeSlug":"large","linkDestination":"none"}

ଏହି ସ୍ପେସ ସେଣ୍ଟର ଏକ ବଡ ସର୍କଲ ଆକାରରେ ହେବ ଏବଂ ଏହା କୃତ୍ରିମ ମାଧ୍ୟାକର୍ଷଣ (Artificial Gravity) ଜେନେରେଟ କରିବାକୁ ରୋଟେଟ୍ ବି କରିବ। ଏହା ଚନ୍ଦ୍ରମାର ମାଧ୍ୟାକର୍ଷଣ ଭଳି ହେବ। ଡେଲି ମେଲର ଏହି ରିପୋର୍ଟରେ ହୋଟେଲ ତିଆରିରେ କେତେ ଟଙ୍କା ଖର୍ଚ୍ଚ ହେବ ସେ ସମ୍ପର୍କରେ କିଛି କୁହାଯାଇନାହିଁ।

{"id":416916,"sizeSlug":"large","linkDestination":"none"}

ଗେଟୱେ ଫାଉଣ୍ଡେସନର ସଂସ୍ଥାପକ ଜନ ବ୍ଲିଙ୍କୋଭ୍ କହିଛନ୍ତି ଯେ ଏହା ଆଗାମୀ ଇଣ୍ଡଷ୍ଟ୍ରିଆଲ ରିଭୋଲ୍ୟୁସନ ହେବ। ଏହି ୱାଇଜରର କିଛି ଅଂଶ ଗେଟୱେ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ହେବ। STAR (Structure Trust Assembly Robot) ନାମକ ଏକ ରୋବଟ୍ ଏହାର ପ୍ରାରମ୍ଭିକ ଆକାର ପ୍ରସ୍ତୁତ କରିବ। ପ୍ରଥମେ କମ୍ପାନୀକୁ ମାଧ୍ୟାକର୍ଷଣ ଶକ୍ତି ସହ ଜଡିତ ଟେଷ୍ଟିଙ୍ଗ ପୁରା କରିବାକୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.