Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ବାଇ : ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଲା ୧୨ବର୍ଷ
  • ||
  • କୋରାପୁଟ ଜିଲ୍ଲାରୁ ପୁଣି ଗଞ୍ଜେଇ ଜବତ : ଧରାପଡିଲା ୮୫ଲକ୍ଷ ଟଙ୍କାର ଗଞ୍ଜେଇ, ଅଭିଯୁକ୍ତ ଫେରାର
  • ||
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||

ଏମିତି ସ୍ଥାପିତ ହୋଇଥିଲା ବିଶ୍ୱର ପ୍ରଥମ ଫୁଡ୍ ଚେନ୍ KFC, ସାରା ଦୁନିଆର ଏବେ ଲୋକପ୍ରିୟ ବ୍ରାଣ୍ଡ

14/05/2020 at 5:58 PM

ସତ୍ୟନାରାୟଣ ମହାପାତ୍ର
ସାରା ବିଶ୍ୱରେ ଥିବା ଲୋକପ୍ରୀୟ ଫୁଡ ଚେନ୍ ମଧ୍ୟରେ କେଣ୍ଟୁକି ଫ୍ରାଏଡ ଚିକେନ୍  କେଏଫସି ଅନ୍ୟତମ ଓ ସର୍ବପୁରାତନ ଫୁଡଚେନ୍‌। ଯେତେବେଳେ ଫୁଡ ଚେନ୍ ସମ୍ପର୍କରେ ବ୍ୟବସାୟୀ ପରିକଳ୍ପନା ବି କରିନଥିଲେ ସେତେବେଳେ ଆମେରିକା ଇଣ୍ଡିଆନାର କର୍ଣ୍ଣେଲ ହର୍ଲାଣ୍ଡ ସାଣ୍ଡର୍ସ  ଫ୍ରାଞ୍ଚାଇଜି ମାଧ୍ୟମରେ କେଏଫସିର କେବଳ ସ୍ଥାପନା କରିନଥିଲେ ବେଶ ଲାଭବାନ ବି ହୋଇଥିଲେ।  କେଏଫସି ଏବେ ଏକ ଲୋକପ୍ରିୟ ବ୍ରାଣ୍ଡ ହୋଇପାରିଥିବା ବେଳେ ବିଶ୍ୱର ସବୁ ଦେଶକୁ ପହଞ୍ଚି ଯାଇଛି।

ସାଣ୍ଡର୍ସଙ୍କ ବକେଟ୍ ଚିକେନ ଯେତିକି ସୁସ୍ୱାଦୁ ତାଙ୍କ ସଂଘର୍ଷର କାହଣୀ ମଧ୍ୟ ସେତିକି ରୋଚକ। ଯେତେବେଳେ କୁକିଂ ପ୍ୟାନ୍‌ ଫ୍ରାଏଡ ଚିକେନ କେବଳ ଘର ହାଣ୍ଡିଶାଳରେ ପ୍ରସ୍ତୁତ ହୋଇପାରୁଥିଲା, ସାଣ୍ଡର୍ସ ହିଁ ପ୍ରଥମ ବ୍ୟକ୍ତି ଯିଏ ଏହାକୁ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ପହଞ୍ଚାଇବାରେ ସଫଳ ହୋଇଥିଲେ। ପାରମ୍ପରିକ ପଦ୍ଧତୀରେ ଘରେ କୁକିଂ ପ୍ୟାନରେ ଫ୍ରାଏଡ ଚିକେନ ପ୍ରସ୍ତୁତ କରିବାକୁ ପ୍ରାୟ ଅଧଘଣ୍ଟା ସମୟ ଲାଗେ। ଏଣୁ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ପରଶିବା ସହଜ ନଥିଲା। ତେବେ  ୧୯୩୯ ମସିହାରେ ବଜାରକୁ କମର୍ସିଆଲ ପ୍ରେସର କୁକରର ପ୍ରବେଶ ସାଣ୍ଡର୍ସଙ୍କ ପରିକଳ୍ପନାକୁ ବାସ୍ତବ ରୂପ ଦେଇଥିଲା। ପ୍ରେସର କୁକରକୁ ସାଣ୍ଡର୍ସ ପ୍ରେସର ଫ୍ରାଇଙ୍ଗ ପ୍ୟାନରେ ପରିଣତ କରି ଏଥିରେ ପାରମ୍ପରିକ ମସଲା ପ୍ରସ୍ତୁତ ଫ୍ରାଏଡ ଚିକେନ ପ୍ରସ୍ତୁତ କରିଥିଲେ। ଏଥିଲାଗି ତାଙ୍କୁ ଅଧାରୁ ବି କମ୍‌ ସମୟ ଲାଗିବା ଏଭଳି ରେସିପିକୁ ଘରୋଇ କିଚେନରୁ ସିଧା ରେଷ୍ଟୁରାଣ୍ଟକୁ ପହଞ୍ଚାଇବା ସହଜ ହୋଇଯାଇଥିଲା।

ସାଣ୍ଡର୍ସ ତାଙ୍କ ପ୍ରସ୍ତୁତ ରେସିପିରେ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିପାରୁଥିଲେ। ଯାହା ବେଶ ଲୋକପ୍ରିୟତା ମଧ୍ୟ ପାଇଥିଲା। ଏଣୁ ସାଣ୍ଡର୍ସ ତାଙ୍କ ରେସିପିକୁ କେଣ୍ଟୁକି ଫ୍ରାଏଡ୍ ଚିକେନ୍‌ ନାମରେ ବ୍ରାଣ୍ଡିଂ କରିବା ସହ ଫ୍ରାଞ୍ଚାଇଜି ଖୋଜିବା ଆରମ୍ଭ କରିଥିଲେ। ବିଭିନ୍ନ ରେଷ୍ଟୁରାଣ୍ଟ ମାଲିକଙ୍କୁ ଭେଟି ତାଙ୍କ ସ୍ୱାଦିଷ୍ଟ ଚିକେନ ଫ୍ରାଏଡ ରେସିପି ସମ୍ପର୍କରେ କଥାବାର୍ତ୍ତା କରିବା ସହ ପ୍ରତି ବିକ୍ରିରେ ମାତ୍ର ୪ ସେଣ୍ଟ ଶୁଲ୍କ ସର୍ତ୍ତରେ ଫ୍ରାଞ୍ଚାଇଜି ଦେବାକୁ ଚାହିଁଥିଲେ। ହେଲେ ତାଙ୍କ ପ୍ରସ୍ତାବରେ ସେତେବେଳେ କେହି ରାଜି ହେଉନଥିଲେ। ୧୯୫୨ ମସିହାରେ ସାଣ୍ଡର୍ସ ସଲ୍ଟ ଲେକ୍ ସିଟି ଦେଇ ଯାଉଥିବା ବେଳେ ପେଟେ ହର୍ମାନ ନାମକ ଜନୈକ ରେଷ୍ଟୁରାଣ୍ଟ ମାଲିକଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ହର୍ମାନ ତାଙ୍କ ରେସିପିରେ ପ୍ରଭାବିତ ହୋଇ ଫ୍ରାଞ୍ଚାଇଜି ଲାଗି ରାଜି ହୋଇଥିଲେ।

ହର୍ମାନଙ୍କ ରେଷ୍ଟୁରାଣ୍ଟ ୧୯୫୭ ମସିହା ବେଳେକୁ ରେସିପି ପ୍ରସ୍ତୁତ କରିବା ସହ ନିଜ ରେଷ୍ଟୁରାଣ୍ଟକୁ  କେଏଫସି ନାମରେ ନାମିତ କରିଥିଲେ।    କେଏଫସି ପ୍ରସ୍ତୁତ ଖାଦ୍ୟ ରାତାରାତ ଲୋକପ୍ରିୟ ହୋଇଯାଇଥିଲା। ତାଙ୍କ ଦେଖା ଦେଖି ଅନ୍ୟ ରେଷ୍ଟୁରାଣ୍ଟ ମାଲିକମାନେ ମଧ୍ୟ ସାଣ୍ଡର୍ସଙ୍କ ରେସିପିର ଫ୍ରାଞ୍ଚାଇଜି ନେବାକୁ ଆହ୍ରହୀ ହୋଇଥିଲେ। ଦେଖୁ ଦେଖୁ ୪ଟି ଷ୍ଟେଟ୍‌ର ୨୦୦ଟି ସ୍ଥାନରେ କେଏଫସି ବକେଟ୍ ମିଲ ମିଳିବାକୁ ଲାଗିବା ସହ ବେଶ୍ ଲୋକପ୍ରିୟ ବି ହୋଇପାରିଥିଲା।  

ସାଣ୍ଡର୍ସଙ୍କ ମୂଳ ଫ୍ରାଏଡ ଚିକେନ ରେସିପିରେ ସେ ବ୍ୟବହାର କରୁଥିବା  ୧୧ଟି ଉପାଦନ ଓ ମସଲା ଆଜିବି ବ୍ୟବହୃତ ହେଉଛି। କେଏଫସି ଲୁଇସ୍ ଭିଲ୍ଲେ ମୁଖ୍ୟାଳୟର ଏକ ଟ୍ରେଜରୀରେ ସାଣ୍ଡର୍ସଙ୍କ ସ୍ୱାକ୍ଷର ଥିବା ଏକ ରେସିପି ଏବେ ମଧ୍ୟ ରହିଛି। ହେଲେ ପ୍ରସ୍ତୁତ କର୍ତ୍ତା କିନ୍ତୁ ଜାଣନ୍ତିନି ଏଥିରେ କ’ଣ ହୁଏ। କେଣ୍ଟୁକି ଫ୍ରାଏଡ ଚିକେନ ଲାଗି ଅଧା ମସଲା ଗ୍ରିଫଥ୍ ଲାବୋରେଟରୀରେ ପ୍ରସ୍ତୁତ ହେଉଥିବା ବେଳେ ସେଥିରେ ବଳକା ମସଲା ମିଶାଇବାକୁ ତାକୁ ମାକ୍ କାର୍ମିକ ପଠାଯାଏ। ହର୍ଲେଣ୍ଡ ସେଣ୍ଡର୍ସଙ୍କ ପୁତୁରା ଜୋ ଲେଡିଂଟନ ତାଙ୍କ ମାଙ୍କ ଏକ ପୁରୁଣା ଖାତାରୁ ଫ୍ରାଏଡ ଚିକେନର ଏକ ରେସିପି ପାଇଥିଲେ। ରେସିପି ଅନୁସାରେ ଚିକେନ ପ୍ରସ୍ତୁତ କରି ଚାଖିବାରେ ଏହା ବାସ୍ତବିକ ଅନନ୍ୟ ବୋଲି ଅନୁଭବ କରିଥିଲେ। ଏଭଳି ବ୍ୟାଞ୍ଜନ ପ୍ରସ୍ତୁତିରେ ସାଧାରଣତଃ ଯେଉଁ ମସଲା ବ୍ୟବହୃତ ହେଉଛି ସେଥିରେ ଗୋଲମରିଚ, ଧଳା ଗୋଲମରିଚ, ଜୁଆଣୀ, ତୁଳସୀ, ଜୁଆଣୀପତ୍ର, ସନ୍ଧୈବ ଲବଣ, ଶୋରିଷ, କ୍ୟାପସିକମ ପାଉଡର, ଗାର୍ଲିକ ସଲ୍ଚ ଓ ଅଦା ଆଦି ମସଲା ବ୍ୟବହାର ହେଉଛି।

କେଏଫସି ଲୋକପ୍ରିୟ ମେନୁରେ କଲିଜା ଓ ଗୁର୍ଦ୍ଦା ଅନେକ ଦେଶରେ ମିଳୁଛି। ଏପରିକି ଜାପାନ ଓସାକାର ଅଲ ୟୁ କ୍ୟାନ ବଫେଟରେ ମଧ୍ୟ ଅଧିକାଂଶ ମେନ୍ୟୁ ମିଳିଯାଉଛି।  ସାରା ବିଶ୍ୱରେ କେଏଫସିର ୩୦୦ ପ୍ରକାର ବ୍ୟଞ୍ଜନ ମିଳେ। ତେବେ ସ୍ଥାନୀୟ କେଏଫସି ମେନ୍ୟୁରେ ମିଳୁଥିବା ଖାଦ୍ୟ ଦେଶ ଅନୁସାରେ ପୃଥକ ବି ହୋଇପାରେ। ଜାପାନ, ଜାମାଇକା ଓ ଅନ୍ୟ ଦ୍ୱୀପ ଦେଶରେ ଫ୍ରାଏଡ ସି ଫୁଡ  ସାହ୍ଗକୁ ସାଲାଡ ପରସା ଯାଇଥାଏ। ୧୯୮୭ ମସିହାରେ କେଏଫସି ପ୍ରଥମ ଥର ଚୀନରେ ତାଙ୍କ ଆଉଟ୍‌ଲେଟ୍ ଖୋଲିଥିଲେ। ଏହା ଥିଲା କମ୍ୟୁନିଷ୍ଟ ଚୀନରେ ପ୍ରଥମ ପାଶ୍ଚାତ୍ୟ ଫାଷ୍ଟଫୁଡ ଷ୍ଟପ୍ । ତେବେ ଚୀନର ବିସ୍ତୃତ ବ୍ୟଞ୍ଜନ ବର୍ଗମାଳାରେ କେଏଫସି ନିଜ ଲାଗି ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛି।

କେଏଫସି ପ୍ରଥମରୁ ହିଁ ମାଲିକଙ୍କର ହୋଇ ରହିନଥିଲା। ମାଲିକ ନିଜେ ରେଷ୍ଟୁରାଣ୍ଟ ଚେନ ଚଳାଇବାକୁ ଅକ୍ଷମ ଥିଲେ। ଏଣୁ ଫ୍ରାଞ୍ଚାଇଜି ଖୋଜି ଖୋଜି ନୟାନ୍ତ ହୋଇଯାଇଥିଲେ। ହେଲେ ଯେତେବେଳେ ଫ୍ରାଞ୍ଚାଇଜି ବ୍ୟବସାୟ କଲେ ଏହା ଦିନକୁ ଦୁଇଗୁଣା ଓ ରାତିକୁ ୪ଗୁଣା ହାରରେ ପ୍ରସାରିତ ହେବାରେ ଲାଗିଲା।  ୧୯୬୪ମସିହାରେ ସେଣ୍ଡର୍ସ ୭୪ ବର୍ଷ ବୟସରେ ୨ ନିୟୁତ ଡଲାର ଓ ଜୀବନବ୍ୟାପୀ ଦରମା ସର୍ତ୍ତରେ ଏକ ଆମେରିକୀୟ କମ୍ପାନୀକୁ ତାଙ୍କର ରାଇଟ୍‌ ବିକିଥିଲେ। ପରେ ଆମେରିକୀୟ ବ୍ୟବସାୟୀ ୧୯୭୧ ମସିହାରେ ପ୍ୟାକେଜଡ୍ ଫୁଡ୍ ଓ ଡ୍ରିଙ୍କ କମ୍ପାନୀ ହ୍ୟୁବଲେଇନକୁ କେଏଫସିକୁ ବିକି ଦେଇଥିଲେ। ତେବେ ୧୯୮୦ ମସିହାରେ ସେଣ୍ଡର୍ସଙ୍କ ମୃତ୍ୟୁ ବେଳକୁ ତାଙ୍କ କେଏଫସି ୪୮ଟି ଦେଶରେ ପହଞ୍ଚିସାରିଥିଲା। ୧୯୮୨ରେ ଆର.ଜେ. ରିନୋଲ୍ଡସ କେଏଫସିର ମାଲିକାନା କିଣିଥିବା ବେଳେ ୧୯୯୭ ମସିହାରେ ପେପସିକୋ କେଏଫସିକୁ କିଣି ରେଷ୍ଟୁରାଣ୍ଟ ବ୍ୟବସାୟକୁ ପ୍ରବେଶ କରିଛନ୍ତି।

   Related Posts