ଇଏ ହେଉଛନ୍ତି ବିଶ୍ୱର ଏକମାତ୍ର ବ୍ୟକ୍ତି ଯାହାଙ୍କ ଦେହାବଶେଷ ରହିଛି ଚନ୍ଦ୍ରରେ

Published By : Prameya-News7 Bureau | December 27, 2019 IST

ୱାଶିଂଟନ୍:  ଦ୍ୱିତୀୟ ବିଶ୍ୱଯୁଦ୍ଧ୍ୟ ପରେ ଚନ୍ଦ୍ରରେ ପହଞ୍ଚିବା ଲାଗି ଆମେରିକା ଓ ସୋଭିୟେତ ସଂଘ ମଧ୍ୟରେ ପ୍ରତିଯୋଗୀତା ଚରମ ସୀମାରେ ପହଞ୍ଚିଥିଲା। ଏବେ ଚନ୍ଦ୍ର କକ୍ଷରେ ଅନେକ ଦେଶ ସେମାନଙ୍କ ଉପଗ୍ରହ ସ୍ଥାପନା କରିସାରିଲେଣି। ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ‘ନାସା’ ଚନ୍ଦ୍ରକୁ ମାନବ ପଠାଇବାରେ ବି ସଫଳ ହୋଇଛି। ତେବେ ଏପର୍ଯ୍ୟନ୍ତ ବିଶ୍ୱର କେବଳ ଜଣେମାତ୍ର ବ୍ୟକ୍ତିଙ୍କ ଦେହାବଶେଷ ଚନ୍ଦ୍ରରେ ପହଞ୍ଚିପାରିଛି। ଯାହାଙ୍କ ଦେହାବଶେଷ ଚନ୍ଦ୍ରରେ ପୋତା ଯାଇଛି ସେ ହେଉଛନ୍ତି ମହାନ ଆମେରିକୀୟ ବୈଜ୍ଞାନିକ ୟୁଜିନ୍ ମର୍ଲେ ସୁମେକର।

{"id":203602,"sizeSlug":"large"}

ଆମେରିକୀୟ ବୈଜ୍ଞାନିକ ସୁମେକରଙ୍କ ଜନ୍ମ ୨୮ ଏପ୍ରିଲ ୧୯୨୮ରେ ହୋଇଥିଲା। ତାଙ୍କୁ ବିଂଶ ଶତାବ୍ଦୀର ସବୁଠୁ ମହାନ ବୈଜ୍ଞାନିକ ମଧ୍ୟ କୁହାଯାଏ। ବିଜ୍ଞାନ ଲାଗି ତାଙ୍କର ଜୀବନବ୍ୟାପୀ ଯୋଗଦାନ ଲାଗି ଆମେରିକା ରାଷ୍ଟ୍ରପତି ଜର୍ଜ ଏଚ.ଡବ୍ଲୁ ବୁଶ୍ ୧୯୯୨ ମସିହାରେ ତାଙ୍କୁ ଜାତୀୟ ବିଜ୍ଞାନ ପଦକରେ ସମ୍ବର୍ଦ୍ଧିତ କରିଥିଲେ। ବୈଜ୍ଞାନିକ ସୁମେକର ଅନେକ ମହାକାଶଚାରୀଙ୍କୁ ଅନ୍ତରୀକ୍ଷରେ କିପରି ଚଳିବାକୁ ହେବ ସେ ନେଇ ପ୍ରଶିକ୍ଷିତ କରିଛନ୍ତି। ହେଲେ ନିଜେ କେବେ ଅନ୍ତରୀକ୍ଷ ଯାତ୍ରା କରିପାରିନଥିଲେ।

{"id":203603,"sizeSlug":"large"}

ସୁମେକର ସେହି ବୈଜ୍ଞାନିକ ଥିଲେ ଯିଏ ପୃଥିବୀ ସହ ଧକ୍କା ହୋଇଥିବା ୧୨ କିଲୋମିଟର ଦୀର୍ଘ ଉଲକା ପିଣ୍ଡ ପଡିଥିବା ସ୍ଥାନକୁ ଖୋଜି କାଢିଥିଲେ। ପୃଥିବୀ ସହ ଏହି ଉଲକା ପିଣ୍ଡ ଧକ୍କା ଲାଗିବା ଯୋଗୁ ୮୦ ପ୍ରତିଶତରୁ ଅଧିକ ଜୀବଜନ୍ତୁଙ୍କ ବିନାଶ ହୋଇଥିଲା। ଏଥିରେ ଡୟନୋସର ପ୍ରଜାତି ବି ବିଲୁପ୍ତ ହୋଇଯାଇଥିଲେ। ଏହି ଉଲକା ମେକ୍ସିକୋର ୟୁକାଟୋନ ପେନିନସୁଲାରେ ପୃଥିବୀ ସହ ଧକ୍କା ଲାଗିଥିଲା ବୋଲି ଅନୁମାନ କରାଯାଉଛି।

{"id":203604,"sizeSlug":"large"}

୧୮ ଜୁଲାଇ ୧୯୯୭ରେ ଏକ କାର ଦୁର୍ଘଟଣାରେ ଏହି ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପତ୍ନୀ କ୍ୟାରୋଲିନ ଜିନ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ମଧ୍ୟ ବଞ୍ଚିଯାଇଛନ୍ତି। ତେବେ ସୁମେକରଙ୍କ ମୃତ୍ୟୁର ୨ ବର୍ଷ ପରେ ଅର୍ଥାତ ୩୧ ଜୁଲାଇ ୧୯୯୯ରେ ତାଙ୍କର ଅସ୍ତିକୁ ଚନ୍ଦ୍ରପୃଷ୍ଠରେ ସ୍ଥାପିତ କରିଥିଲେ ନାସା ମହାକାଶଚାରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.